Welcome!

Unlock your personalized experience.
Sign Up

Internet: ‘ଇଣ୍ଟରନେଟ୍‌ରୁ ପିଲାଙ୍କୁ ଦୂରେଇ ରଖିହେବନି’: ଡିଜିଟାଲ୍‌ ସ୍ବାଧୀନତା ଓ ସୁରକ୍ଷା ଉଭୟ ଗୁରୁତ୍ବପୂର୍ଣ୍ଣ

Oct 18, 2026 - 03:53
Internet: ‘ଇଣ୍ଟରନେଟ୍‌ରୁ ପିଲାଙ୍କୁ ଦୂରେଇ ରଖିହେବନି’: ଡିଜିଟାଲ୍‌ ସ୍ବାଧୀନତା ଓ ସୁରକ୍ଷା ଉଭୟ ଗୁରୁତ୍ବପୂର୍ଣ୍ଣ

ନୂଆଦିଲ୍ଲୀ: ସମ୍ବିଧାନର ଧାରା ୨୧ ଏବଂ ୧୯(୧)(ଏ) ଅନୁଯାୟୀ ଇଣ୍ଟରନେଟ୍ ବ୍ୟବହାର ଏବଂ ଏହାର ସେବା ପାଇବା ପ୍ରତ୍ୟେକ ନାଗରିକଙ୍କ ସମେତ ଶିଶୁମାନଙ୍କର ମଧ୍ୟ ଏକ ସାମ୍ବିଧାନିକ ମୌଳିକ ଅଧିକାର ବୋଲି ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ରାୟରେ ସ୍ପଷ୍ଟ କରିଛନ୍ତି। ଶିଶୁମାନଙ୍କ ପାଇଁ ବୟସ ଆଧାରରେ ଇଣ୍ଟରନେଟ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପ୍ରସ୍ତାବକୁ ସର୍ବୋଚ୍ଚ ଅଦାଲତ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଚାରପତି ଜେବି ପାର୍ଦିୱାଲା ଏବଂ ବିଚାରପତି କେ.ବିନୋଦଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଶିଶୁମାନଙ୍କୁ ଏହି ସେବାରୁ ସମ୍ପୂର୍ଣ୍ଣ ବଞ୍ଚିତ କରିବା ଅଯୌକ୍ତିକ ଓ ଅସଙ୍ଗତ ଅଟେ। ଶିଶୁମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ସ୍ୱାଧୀନତା ପରସ୍ପର ବିରୋଧୀ ନୁହେଁ, ବରଂ ସେମାନେ ଉଭୟ ପାଇବାକୁ ହକଦାର। 

Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ

ଅନ୍‌ଲାଇନ୍ ଶିଶୁ ଯୌନ ଶୋଷଣ ଓ ନିର୍ଯାତନା ସାମଗ୍ରୀ (ସିଏସ୍‌ଇଏଏମ୍‌)ର ଚିହ୍ନଟ ଏବଂ ସେଗୁଡ଼ିକୁ ସମସ୍ତ ପ୍ଲାଟଫର୍ମରୁ ହଟାଇବା ପାଇଁ କୋର୍ଟ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଦାଲତ ନିଜ ରାୟରେ ପୂର୍ବର ୨୦୨୦ ମସିହାର ଅନୁରାଧା ଭାସିନ୍ ମାମଲା ଏବଂ ୨୦୨୫ ମସିହାର ପ୍ରଜ୍ଞା ପ୍ରସୂନ ମାମଲାର ଉଦାହରଣ ଦେଇ ଡିଜିଟାଲ୍ ଉପଲବ୍ଧତାକୁ ଜୀବନଜୀବିକାର ଅଧିକାର ସହ ଯୋଡ଼ିଛନ୍ତି। ବିଶେଷକରି ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ପିଲାମାନଙ୍କ ପାଇଁ ଇଣ୍ଟରନେଟ୍ ହିଁ ଶିକ୍ଷା ଓ ସୂଚନାର ଏକମାତ୍ର ମାଧ୍ୟମ ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କ ପାଇଁ ଏହା ବନ୍ଧୁତା ସ୍ଥାପନର ଏକ ମାଧ୍ୟମ ଅଟେ। 

ଡିଜିଟାଲ୍‌ ସ୍ବାଧୀନତା ଓ ସୁରକ୍ଷା ଉଭୟ ଗୁରୁତ୍ବପୂର୍ଣ୍ଣ
ବୟସ ଆଧାରରେ ସମ୍ପୂର୍ଣ୍ଣ କଟକଣା ଗ୍ରହଣୀୟ ନୁହେଁ
ଶିଶୁ ଯୌନ ନିର୍ଯାତନା ରୋକିବାକୁ କଡ଼ା ନିର୍ଦ୍ଦେଶ

ବୟସ ଆଧାରିତ ସମ୍ପୂର୍ଣ୍ଣ କଟକଣା ପିଲାମାନଙ୍କୁ ଅନିୟନ୍ତ୍ରିତ ଏବଂ ଅଧିକ ବିପଜ୍ଜନକ ୱେବସାଇଟ୍ ଆଡ଼କୁ ଠେଲି ଦେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଅନ୍‌ଲାଇନ ଧମକର ଶିକାର ହେଉଥିବା ପିଲାମାନେ କାଳେ ଦଣ୍ଡ ପାଇବେ ସେହି ଭୟରେ ପିତାମାତା କିମ୍ବା ଗୁରୁଜନମାନଙ୍କୁ ଜଣାଇବାକୁ ମଧ୍ୟ ସଙ୍କୋଚ କରିବେ। ଏହାଛଡ଼ା ବୟସ ଯାଞ୍ଚ ପ୍ରକ୍ରିୟା ଦ୍ୱାରା ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ଅପବ୍ୟବହାର ଓ ସର୍ଭେଲାନ୍ସ ବା ନଜର ରଖିବାର ବିପଦ ବୃଦ୍ଧି ପାଇବ।
ସର୍ବୋଚ୍ଚ ଅଦାଲତ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ବଦଳରେ କେତେକ ଆନୁପାତିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଥିରେ ପିତାମାତାଙ୍କ ସହମତି, ଏକ ସ୍ୱତନ୍ତ୍ର ‘ଚାଇଲ୍ଡ ମୋଡ୍’ ବ୍ୟବସ୍ଥା, ଆକାଉଣ୍ଟଗୁଡ଼ିକୁ ବାଧ୍ୟତାମୂଳକ ଭାବେ ପ୍ରାଇଭେଟ୍ ରଖିବା ଏବଂ ଅଜଣା ବ୍ୟକ୍ତିଙ୍କ ମେସେଜ୍ ଉପରେ କଟକଣା ଲଗାଇବା ସାମିଲ ରହିଛି। 

Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ

ପ୍ରାଥମିକ ବିଦ୍ୟାଳୟସ୍ତରରୁ ହିଁ ଶିଶୁମାନଙ୍କ ମଧ୍ୟରେ ଅନ୍‌ଲାଇନ୍ ବିପଦ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅଦାଲତ କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଏଭଳି ଆପତ୍ତିଜନକ ସାମଗ୍ରୀର ଠିକ୍ ଚିହ୍ନଟ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଜାତୀୟ ଡାଟାବେସ୍ ଏବଂ ୟୁଆରଏଲ୍ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଶିଶୁଙ୍କ ସାମ୍ବିଧାନିକ ସ୍ୱାଧୀନତା କ୍ଷୁଣ୍ଣ ନହୋଇ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)