International Yoga Day: ଆନ୍ତର୍ଜାତିକ ଯୋଗ ଦିବସ
"ଆଜି ଆନ୍ତର୍ଜାତିକ ଯୋଗ ଦିବସ।
ପୌରାଣିକ ଯୁଗରୁ ଚଳିଆସିଥିବା ଏକ ଅାଧ୍ୟାତ୍ମିକ ତଥା ଦିବ୍ୟ ଅଭ୍ୟାସ ହେଉଛି ଯୋଗ।
ଭଗବାନ ଶିବ ହେଉଛନ୍ତି ଆଦିଯୋଗୀ, ଅର୍ଥାତ୍ ଯୋଗର ସୃଷ୍ଟିକର୍ତ୍ତା।
ଯୋଗ ଓ ଧ୍ୟାନର ଅଭ୍ୟାସ ରାମାୟଣ ଓ ମହାଭାରତ ଯୁଗରେ ମଧ୍ୟ ପ୍ରଚଳିତ ଥିଲା।
ଯୋଗର ଉନ୍ମେଷ ଓ କ୍ରମବିକାଶକୁ ଆମେ ୪ଟି ଭାଗରେ ବିଭକ୍ତ କରିପାରିବା।Advertisment Weather: ମୌସୁମୀ ଛୁଇଁବାକୁ ଆହୁରି ୪ ଦିନ, ଜଳୁଛି ପଶ୍ଚିମ ଓଡ଼ିଶା l ପ୍ରାକ୍-ବୈଦିକ ଯୁଗ: ପ୍ରାୟ ୬୦୦୦ ବର୍ଷ ପୂର୍ବେ ପୁରାତନ ସିନ୍ଧୁ ଉପତ୍ୟକା ସଭ୍ୟତାରୁ ପ୍ରାପ୍ତ ମୁଦ୍ରାରେ "ପଶୁପତିନାଥ"ଙ୍କ ଯୋଗାସନ ମୁଦ୍ରା ପ୍ରାକ୍-ବୈଦିକ ଯୁଗରୁ ଏହାର ଅସ୍ତିତ୍ବକୁ ପ୍ରମାଣିତ କରେ। l ବୈଦିକ-ଯୁଗ: ଋକ୍ବେଦ ଓ ବିଭିନ୍ନ ଉପନିଷଦରେ ଯୋଗର ପ୍ରାଥମିକ ସ୍ତର, ଧ୍ୟାନ ଓ ପ୍ରାଣାୟାମର ଉଲ୍ଲେଖ ରହିଛି। l ଶାସ୍ତ୍ରୀୟ ଯୁଗ: ଏହି ଯୁଗରେ ମହର୍ଷି ପତଞ୍ଜଳି ଯୋଗକୁ ଏକ ସୁସଂଗଠିତ ରୂପ ଦେଇ ଯୋଗ ସମ୍ବନ୍ଧରେ ପ୍ରଥମ ଗ୍ରନ୍ଥ "ଯୋଗସୂତ୍ର" ସଂକଳନ କରିଥିଲେ, ଯାହା ଯୋଗକୁ ଏକ ଦର୍ଶନରେ ପରିଣତ କଲା। l ଆଧୁନିକ ଯୁଗ: ଊନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଭାରତବର୍ଷରେ ସ୍ୱାମୀ ବିବେକାନନ୍ଦଙ୍କ ଭଳି ଯୋଗୀମାନଙ୍କ ଦ୍ୱାରା ଯୋଗ ଓ ପ୍ରାଣାୟାମ ପାଶ୍ଚାତ୍ୟ ଜଗତକୁ ପ୍ରସାରିତ ହୋଇଥିଲା।
ଜାତିସଂଘରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବ ସର୍ବସମ୍ମତକ୍ରମେ ଗୃହୀତ ହୋଇ ୨୦୧୫ ଠାରୁ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି।
ବର୍ତ୍ତମାନ ସମଗ୍ର ବିଶ୍ୱରେ ଯୋଗଭୂମି ଭାରତରୁ ଯୋଗକ୍ରିୟାର ପ୍ରଚାର ପ୍ରସାର ଆରମ୍ଭ ହୋଇ ବିଶ୍ୱବାସୀଙ୍କ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶ ଓ ସନ୍ତୁଳନ କରାଇ ସୁସ୍ଥ ନିରାମୟ ଜୀବନଯାପନର ପଥପ୍ରଦର୍ଶକ ହୋଇପାରିଛି। yoga: ପ୍ରତିଦିନ ଯୋଗ କରନ୍ତୁ ସୁସ୍ଥ, ସୁଖମୟ ଜୀବନ ଗଢ଼ନ୍ତୁ ବିଭିନ୍ନ ରୋଗର ଆୟୁର୍ବିଜ୍ଞାନ ଚିକିତ୍ସାରେ ଯେଉଁ ଫିଜିଓଥେରାପି ଦିଆଯାଉଛି ତାହା ପ୍ରାଚୀନ ଯୋଗର ନୂଆ ସଂସ୍କରଣ କହିଲେ କିଛି ଭୁଲ୍ ହେବ ନାହିଁ।ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ, ଏହା ଜୀବନ ଜିଇବାର ଏକ ତରିକା।
ଯୋଗ ପ୍ରାଣାୟାମ ମାଧ୍ୟମରେ ଆମର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ଥିତିର ସଂଯୋଗ ଘଟି ସୁସ୍ଥ ନିରାମୟ ଜୀବନ ମିଳିଥାଏ।
ଏ ବର୍ଷ ଯୋଗ ଦିବସର ପ୍ରସଙ୍ଗ ହେଉଛି "ସୁସ୍ଥ ବାର୍ଦ୍ଧକ୍ୟ ଲାଗି ଯୋଗ"।
ଅର୍ଥାତ୍ ବୟସ ବଢ଼ିବା ସହିତ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଭାବରେ ସକ୍ରିୟ ରହିବା।
ଆସନ୍ତୁ, ଆମେ ପ୍ରତିଦିନ ଯୋଗ କରିବା ଓ ସୁସ୍ଥ ରହିବା। - ପ୍ରମୋଦ କୁମାର ସାହୁ ଯୋଗ ଶିକ୍ଷକ, ଯୋଗ ବିଜ୍ଞାନ ସଂସ୍ଥାନ, ପ୍ରଜ୍ଞା ବିହାର ପାର୍କ, ବରମୁଣ୍ଡା, ଭୁବନେଶ୍ୱର"