Interest Subsidy: ସାର ପାଇଁ ସୁଧ ରିହାତି ଯୋଜନା
"ଭୁବନେଶ୍ବର: ଚାଷୀମାନଙ୍କ ପାଖରେ ଠିକ୍ ସମୟରେ ସାର ପହଞ୍ଚାଇବା ଓ ସାରର ବ୍ୟାପକ କଳାବଜାର ରୋକିବା ଲକ୍ଷ୍ୟ ନେଇ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଏକ ନୂଆ ସୁଧ ରିହାତି ଯୋଜନା ଘୋଷଣା କରାଯାଇଛି।
ଏହା ହେଉଛି ଏକ ନୂଆ ରାଜ୍ୟ କ୍ଷେତ୍ରର ଯୋଜନା।
୨୦୨୬-୨୭ରୁ ୨୦୩୦-୩୧ ପାଞ୍ଚ ବର୍ଷ ପାଇଁ ଲାଗୁ କରାଯାଇଥିବା ଏହି ଯୋଜନା ପାଇଁ ୪୨ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି।
ଚଳିତ ଆର୍ଥିକ ବର୍ଷ ପାଇଁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଏହି ଯୋଜନା ଦ୍ବାରା ୨୭୦୦ ସମବାୟ ସମିତି (ପାକ୍ସ ଓ ଲାମ୍ପ୍ସ) ଉପକୃତ ହେବେ।
ସେମାନଙ୍କ ପରିଚାଳନା ଦକ୍ଷତା ବଢ଼ାଇବା ପାଇଁ ୧୦ ଲକ୍ଷ ଟଙ୍କାର କ୍ୟାସ୍ କ୍ରେଡିଟ୍ ପ୍ରଦାନ କରାଯିବ।
ଚାଷ ଋତୁରେ ଚାଷୀମାନଙ୍କୁ ସାର ଯୋଗାଇବା ପାଇଁ ସମବାୟ ସମିତିଗୁଡ଼ିକୁ ଆଗୁଆ ସାର କିଣିଥାନ୍ତି।
ସେଥିପାଇଁ ସେମାନଙ୍କୁ ମୋଟା ଅଙ୍କର ସୁଧ ଗଣିବାକୁ ପଡ଼ିଥାଏ।Advertisment Concert ticket: କିମାଶ୍ଚର୍ଯ୍ୟମ୍: କନ୍ସର୍ଟ ଟିକେଟ୍ ପାଇଁ ପୂଜାର୍ଚ୍ଚନା Lord Jagannath: ସିଦ୍ଧଳ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ସ୍ନାନଯାତ୍ରା ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସମିତିଗୁଡ଼ିକୁ କ୍ୟାସ୍ କ୍ରେଡିଟ୍ ଋଣ ଉପରେ ୧୦୦ ପ୍ରତିଶତ ସୁଧ ରିହାତି ପ୍ରଦାନ କରିବେ।
ଫଳରେ ଆଗୁଆ ସାର କିଣି ଗଚ୍ଛିତ ରଖିବା ଦ୍ବାରା ସମବାୟ ସିମିତଗୁଡ଼ିକୁ ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ିବ ନାହିଁ। "ସାରର ପୂର୍ବ ମହଜୁଦ ପାଇଁ କ୍ୟାସ୍ କ୍ରେଡିଟ୍ ଋଣ ଉପରେ ସୁଧ ରିହାତି" ନାମକ ଏହି ଯୋଜନା ଆଣିବାକୁ ସମବାୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟାଣ୍ଡିଂ ଅର୍ଥ କମିଟି (ଏସ୍ଏଫ୍ସି) ସୁପାରିସ କରିଥିଲା।
ଚଳିତ ବର୍ଷଠାରୁ ଉକ୍ତ ଯୋଜନା ଲାଗୁ କରିବାକୁ ଅର୍ଥ ବିଭାଗ ଅନୁମୋଦନ କରିଥିଲା।
ଏହି ଯୋଜନାରେ ସାର ଯୋଗାଣରେ ସମବାୟ କ୍ଷେତ୍ରର ରହିଥିବା ଅବଦାନକୁ ବର୍ତ୍ତମାନର ୩୦ ପ୍ରତିଶତରୁ ବଢ଼ାଇ ୬୦ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏଥି ସହିତ ଘରୋଇ ବ୍ୟବସାୟ ମାଧ୍ୟମରେ ହେଉଥିବା ସାରର ଚୋରା ଚାଲାଣ ରୋକିବାକୁ ମଧ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
ବିକ୍ରି ସ୍ଥଳରେ ସ୍ବଚ୍ଛତା ବଜାୟ ରଖିବା ପାଇଁ କ୍ୟୁଆର୍ କୋଡ୍ ମାଧ୍ୟମରେ ସାର ବିକ୍ରି କରିବାକୁ କୁହାଯାଇଛି।
ଏହି ଯୋଜନା ଦ୍ବାରା ଚାଷୀଙ୍କ ପାଖରେ ଉଚିତ୍ ମୂଲ୍ୟରେ ତଥା ଠିକ୍ ସମୟରେ ସାର ପହଞ୍ଚିବା ଆଶା କରାଯାଉଛି।"