Interest Free Loan: ମହିଳାଙ୍କୁ ମିଳିବ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ
ଲକ୍ଷ୍ନୌ: ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଉତ୍ତରପ୍ରଦେଶ ସରକାର ଏକ ନୂଆ ଯୋଜନା ପ୍ରଣୟନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।
ଏହି ଯୋଜନା ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସହ ଜଡ଼ିତ ଯୋଗ୍ୟ ମହିଳାମାନଙ୍କୁ ତିନୋଟି ପର୍ଯ୍ୟାୟରେ ମୋଟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇଦେବାର ଯୋଜନା ରହିଛି।
ଏଥିସହ ଋଣ ପାଇଁ ଆବେଦନ କରିବାଠାରୁ ଆରମ୍ଭ କରି ଋଣ ପରିଶୋଧ କରିବା ପର୍ଯ୍ୟନ୍ତ ମହିଳାଙ୍କୁ ପର୍ଯ୍ୟାୟକ୍ରମେ ପ୍ରୋତ୍ସାହନ ରାଶି ଦେବାକୁ ମଧ୍ୟ ପ୍ରସ୍ତାବ ରହିଛି।
Advertisment ଏନେଇ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଉତ୍ତରପ୍ରଦେଶ ରାଜ୍ୟ ଗ୍ରାମୀଣ ଜୀବିକା ମିଶନର କାର୍ଯ୍ୟ ସମୀକ୍ଷା କରିଛନ୍ତି।
ଯୋଜନାର ସୁଫଳ ଯେପରି ଅଧିକରୁ ଅଧିକ ଯୋଗ୍ୟ ମହିଳାଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ଏକ ସୁସଂଗଠିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମହିଳାମାନେ ହେବେ ଉପକୃତ ପ୍ରସ୍ତାବିତ ଯୋଜନା ଅନୁଯାୟୀ, ମହିଳାମାନେ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବା, ଚାଲୁଥିବା ବ୍ୟବସାୟର ସମ୍ପ୍ରସାରଣ କରିବା କିମ୍ବା କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ କରିବା ପାଇଁ ପର୍ଯ୍ୟାୟକ୍ରମେ ମୋଟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ।
ଏହାଦ୍ୱାରା ଆର୍ଥିକ ଅଭାବ ଯୋଗୁଁ ନିଜର ଉଦ୍ୟୋଗ ଆରମ୍ଭ କରିପାରୁନଥିବା ମହିଳାମାନେ ଉପକୃତ ହେବାର ଆଶା ରହିଛି।
ଋଣ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅଲଗା ଅଲଗା ରାଶି ଦେବାକୁ ପ୍ରସ୍ତାବ ରହିଛି।
ଏହି ବ୍ୟବସ୍ଥା ଅନୁଯାୟୀ, ଆବେଦନ ଦାଖଲ କଲେ ୫୦ ଟଙ୍କା, ଋଣ ମଞ୍ଜୁର ହେଲେ ୫୦ ଟଙ୍କା, ଋଣର ସମ୍ପୂର୍ଣ୍ଣ ପରିଶୋଧ କଲେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଧାନ କରାଯିବ।
ଗ୍ରାମ ପଞ୍ଚାୟତରୁ ଜିଲ୍ଲା ସ୍ତର ଯାଏଁ ହେବ ସମନ୍ୱୟ ଯୋଜନା ସମ୍ପର୍କରେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଚେତନ କରିବା ପାଇଁ ଗ୍ରାମ ପଞ୍ଚାୟତ, ବିକାଶ ଖଣ୍ଡ ଏବଂ ଜିଲ୍ଲା ସ୍ତରରେ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ଋଣ ପାଇବାର ନିୟମ ଏବଂ ଋଣର ଉପଯୁକ୍ତ ବ୍ୟବହାର ସମ୍ପର୍କରେ ମହିଳାମାନଙ୍କୁ ବିସ୍ତୃତ ସୂଚନା ଦିଆଯିବ।
ଯେପରି କେବଳ ସୂଚନାର ଅଭାବରୁ କୌଣସି ଯୋଗ୍ୟ ମହିଳା ଏହି ସୁଯୋଗରୁ ବଞ୍ଚିତ ନ ହୁଅନ୍ତି, ତାହା ଉପରେ ଗୁରୁତ୍ୱ ଦିଆଯାଉଛି।
କେଉଁ କେଉଁ ବ୍ୟବସାୟ ପାଇଁ ମିଳିବ ଋଣ?
ଏହି ଯୋଜନାରେ ମହିଳାମାନେ ନିଜ ଅଞ୍ଚଳର ଆବଶ୍ୟକତା ଓ ନିଜ ଦକ୍ଷତା ଅନୁଯାୟୀ ବିଭିନ୍ନ ବ୍ୟବସାୟ ଆରମ୍ଭ କରିପାରିବେ।
ସେଥିମଧ୍ୟରେ ରହିଛି, • ଖାଦ୍ୟ ପ୍ରକ୍ରିୟାକରଣ • ସିଲେଇ • ହସ୍ତଶିଳ୍ପ ଓ ଘରୋଇ ଉତ୍ପାଦ ପ୍ରସ୍ତୁତି • ଦୁଗ୍ଧ ଉତ୍ପାଦନ • କୃଷିଭିତ୍ତିକ ବ୍ୟବସାୟ • ସ୍ଥାନୀୟ ଚାହିଦା ଆଧାରିତ କ୍ଷୁଦ୍ର ଉଦ୍ୟୋଗ ଏଥିସହ ମହିଳାମାନଙ୍କୁ ବ୍ୟବସାୟ ଚୟନ, ପ୍ରଶିକ୍ଷଣ, ଉତ୍ପାଦର ଗୁଣବତ୍ତା ବୃଦ୍ଧି, ପ୍ୟାକେଜିଂ, ବିପଣନ ଏବଂ ବଜାର ସହ ସଂଯୋଗ କ୍ଷେତ୍ରରେ ମାର୍ଗଦର୍ଶନ ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ଉତ୍ତରପ୍ରଦେଶରେ ମହିଳା ସଶକ୍ତୀକରଣକୁ ଆଗକୁ ବଢ଼ାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ରାଜ୍ୟର ୩ କୋଟି ମହିଳାଙ୍କୁ ଯୋଡ଼ିବା ଏବଂ ୧ କୋଟି ମହିଳାଙ୍କୁ 'ଲକ୍ଷପତି ଦିଦି' କରିବାର ଲକ୍ଷ୍ୟ ରଖାଯାଇଛି।
ଏହି ଲକ୍ଷ୍ୟ ପୂରଣ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ଉପମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି।
PMMY: ପୁନମ ଶର୍ମାଙ୍କ ଜୀବନକୁ ନୂତନ ଦିଗଦର୍ଶନ ଦେଲା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗ୍ରାମାଞ୍ଚଳର ମହିଳାମାନେ ନିଜସ୍ୱ ଉଦ୍ୟୋଗ ଗଢ଼ିବା ସହ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାର ସୁଯୋଗ ପାଇପାରିବେ।
ତେବେ ଯୋଜନାର ଚୂଡ଼ାନ୍ତ ନିୟମ, ଆବେଦନ ଆରମ୍ଭ ତାରିଖ ଏବଂ ଋଣ ପ୍ରଦାନ ପ୍ରକ୍ରିୟା ସମ୍ପର୍କରେ ସରକାରୀ ଘୋଷଣା ପରେ ଅଧିକ ସ୍ପଷ୍ଟତା ମିଳିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
