Inter-District Mutual Transfers ଆନ୍ତଃଜିଲ୍ଲା ଏକାଧିକ ଥର ପାରସ୍ପରିକ ବଦଳି ପାଇଁ ଗାଇଡ୍‌ଲାଇନ୍‌ ଦାବି କଲା ଓସ୍‌ଟମଟା

Oct 11, 2026 - 18:06
Inter-District Mutual Transfers  ଆନ୍ତଃଜିଲ୍ଲା ଏକାଧିକ ଥର ପାରସ୍ପରିକ ବଦଳି ପାଇଁ ଗାଇଡ୍‌ଲାଇନ୍‌ ଦାବି କଲା ଓସ୍‌ଟମଟା

"ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ଶିକ୍ଷକ ମ୍ୟୁଚୁଆଲ ଟ୍ରାନ୍ସଫର ସଂଘ (OSTMTA) ପକ୍ଷରୁ ଏକ ପ୍ରତିନିଧି ଦଳ ବାରବାଟୀ ବିଧାୟିକା ସୋଫିଆ ଫିରଦୌସ ଓ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କୁ ସାକ୍ଷାତ କରିଛନ୍ତି।

ଶିକ୍ଷକମାନଙ୍କ ପାଇଁ ଏକାଧିକ ଥର ଆନ୍ତଃଜିଲ୍ଲା ପାରସ୍ପରିକ ବଦଳିର ସୁବିଧାକୁ ସରକାରୀ ଗାଇଡ୍‌ଲାଇନ୍‌ରେ ସ୍ଥାନ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ  ଅନୁରୋଧ କରିଛନ୍ତି।Advertisment Secondary teacher Transfer ୨୦୨୬ ମାଧ୍ୟମିକ ଶିକ୍ଷକ ବଦଳି ପୋର୍ଟାଲ୍ ଖୋଲିବାରେ ବିଳମ୍ବର ପ୍ରତିବାଦ ସଂଘର ସଭାପତି ଶ୍ରୀଯୁକ୍ତ ଧଳ କହିଛନ୍ତି ଯେ, ଏକାଧିକ ଥର ଆନ୍ତଃଜିଲ୍ଲା ପାରସ୍ପରିକ ବଦଳି ବ୍ୟବସ୍ଥା ଲାଗୁ ହେଲେ ରାଜ୍ୟ, ଜିଲ୍ଲା କିମ୍ବା ବିଦ୍ୟାଳୟ ସ୍ତରରେ ଶିକ୍ଷକ ପଦବୀ ଖାଲି ହେବା କିମ୍ବା ଅତିରିକ୍ତ ପଦବୀ ସୃଷ୍ଟି ହେବାର ଆଶଙ୍କା ରହିବ ନାହିଁ।

ପାରସ୍ପରିକ ବଦଳି ହେଉଥିବାରୁ ଦୁଇ ଶିକ୍ଷକଙ୍କ ମଧ୍ୟରେ ପଦବୀର ଅଦଳବଦଳ ହେବ।

ଏହାଦ୍ୱାରା ଶିକ୍ଷକମାନଙ୍କ ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟାର ସମାଧାନ ସହଜ ହୋଇପାରିବ।

High court: ବିଧାୟକ ଓ ସାଂସଦଙ୍କ ସୁପାରିସରେ ଶିକ୍ଷକ ବଦଳିକୁ ନା: ମେ ୧୩ର ଚିଠି ରଦ୍ଦ କଲେ ହାଇକୋର୍ଟସଂଘର ସମ୍ପାଦକ ଶ୍ରୀମହନ୍ତ କହିଛନ୍ତି, ମାଧ୍ୟମିକ ଶିକ୍ଷକମାନଙ୍କ ନ୍ୟାୟସଙ୍ଗତ ଦାବିକୁ ମୁଖ୍ୟମନ୍ତ୍ରୀ ଯଥାର୍ଥ ଭାବେ ବିଚାର କରିବା ସହ ଏହାର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ସଂଘ ଆଶାବାଦୀ।

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଦୂରଦୂରାନ୍ତରେ କାର୍ଯ୍ୟରତ ଅନେକ ଶିକ୍ଷକ ନିଜ ପରିବାରର ନିକଟତର ହେବାର ସୁଯୋଗ ପାଇବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)