Intelligence test: ତୁମ ଗପ: ବୁଦ୍ଧି ପରୀକ୍ଷା

Jul 05, 2026 - 04:55
Intelligence test: ତୁମ ଗପ: ବୁଦ୍ଧି ପରୀକ୍ଷା

"ରାଜେଶ୍ ରାୟ ସେଦିନ ଥାଏ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ମିକୁ ଓ ପିକୁ ବାପାଙ୍କ ସହ ବାହାରି ପଡ଼ିଲେ।

ପ୍ରଥମଥର ପୁରୀ ଯିବେବୋଲି ମନରେ ତାଙ୍କର ଅସୀମ ଉଲ୍ଲାସ ଥାଏ।

ବଡ଼ଭାଇ ମିକୁ ବାହାରକୁ ଯାଇ ତୁଳସୀ ସଂଗ୍ରହ କରି ଆଣିଲା ଓ ସାନଭାଇ ପିକୁ ବିଭିନ୍ନ ସୁଗନ୍ଧିତ ଫୁଲକୁ ଆଣି ସୁନ୍ଦର ମାଳଟିଏ ପ୍ରସ୍ତୁତ କଲା।

ଦୁହେଁ ମନେମନେ ଭାବୁଥିଲେ ତିନିରଥରେ ଠାକୁରଙ୍କୁ ହୃଦୟଭରି ଦର୍ଶନ କରିବେ ଏବଂ ମହାପ୍ରସାଦ ଖାଇବେ।Advertisment Ram Mandir: ଚୋରି ସୁନା ଅଳଙ୍କାର ତରଳା ଯାଇଥିବା ଆଶଙ୍କା ଘରୁ ବାହାରିବା ପୂର୍ବରୁ ବାପା ଦୁଇ ଭାଇଙ୍କୁ ଡାକି କହିଲେ, ଆମେମାନେ ତ ପୁରୀ ଯିବା କିନ୍ତୁ ମୁଁ ତୁମ ଦୁହିଁଙ୍କର ବୁଦ୍ଧି ପରୀକ୍ଷା କରିବାକୁ ଚାହୁଁଛି।

ଏହାଶୁଣି ମିକୁ ଓ ପିକୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ କେମିତିକା ବୁଦ୍ଧି ପରୀକ୍ଷା ବାପା?

ତାପରେ ବାପା ବୁଝାଇଲେ “ ତୁମେ ପୁରୀ ଗଲାପରେ ସେଠାରେ ଯାହାସବୁ ଦେଖିବ ଏବଂ ଶିଖିବ ଘରେ ଆସି ମତେ କହିବ।

ଯିଏ ସବୁଠୁ ବୁଦ୍ଧିମାନ୍ ଉତ୍ତର ଦେବ ତାକୁ ମୁଁ ଶହେଟଙ୍କା ପୁରସ୍କାର ଦେବି।

ଏକଥା ଶୁଣିବା ପରେ ଦୁଇ ଭାଇ ଆହୁରି ଖୁସି ହୋଇ ମନେ ମନେ ସଂକଳ୍ପ ନେଲେ ନିଶ୍ଚୟ ଏହି ପରୀକ୍ଷାକୁ ଜିତିବେ ବୋଲି ।

ଉଭୟ ବାପା ଏବଂ ଦୁଇପୁଅ ମିଶି ବସ୍ ଯୋଗେ ପୁରୀ ଗଲେ।

ବଡ଼ଦାଣ୍ଡରେ ପହଞ୍ଚିବା ପରେ ସେମାନେ ଦେଖିଲେ ଅସଂଖ୍ୟ ଭକ୍ତଙ୍କ ଭିଡ଼ରେ ପୁରା ପରିବେଶ ପରିପୂର୍ଣ୍ଣ ହୋଇଯାଇଥାଏ।

ଘଣ୍ଟ, ଘଣ୍ଟା, କାହାଳୀ , ମୃଦଙ୍ଗ, ହରିବୋଲ , ହୁଳହୁଳି ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଉଥାଏ।

କେଉଁଠି ଦେବଦାସୀ ପ୍ରଭୁଙ୍କ ପ୍ରେମରେ ବାଇ ହୋଇ ନୃତ୍ୟ କରୁଥିଲେ ତ ଆଉ କେଉଁଠି ହରିନାମ ସଂକୀର୍ତ୍ତନରେ ଲୋକେ ଭକ୍ତିରସରେ ବୁଡ଼ି ରହିଥିଲେ।

କିଏ ହାତଟେକି ପ୍ରଭୁଙ୍କୁ ନିଜର ନିବେଦନ ଜଣାଉଥିଲା ତ ଆଉ କିଏ ଆଖିରୁ ଲୁହ ଝରାଇ ହୃଦୟର ବେଦନାକୁ ସମର୍ପଣ କରୁଥିଲା।

ଏହାଦେଖି ମିକୁ ଓ ପିକୁ ଭାବବିହ୍ୱଳ ହୋଇଗଲେ।

ଚାହୁଁ ଚାହୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ପହଣ୍ଡି ଆରମ୍ଭ ହେଲା ଏବଂ ରଥରେ ପ୍ରଭୁ ବିରାଜମାନ ହେବାପରେ ପୂଜାର୍ଚ୍ଚନା ହୋଇ ଗଜପତି ମହାରାଜାଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟ ଚାଲିଲା।

Health: ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଶେଷରେ ସମସ୍ତ ନୀତି ସମ୍ପନ୍ନ ହୋଇ ରଥଟଣା ଆରମ୍ଭ ହେଲା।

ଭକ୍ତମାନେ ଆନନ୍ଦ ମନରେ ଜୟ ଜଗନ୍ନାଥ କହି ରଥକୁ ଆଗକୁ ଟାଣି ନେଉଥାନ୍ତି।

ମିକୁ ଓ ପିକୁ ମଧ୍ୟ କିଛି ସମୟ ପାଇଁ ରଥ ଟାଣିବାର ସୁଯୋଗ ପାଇଲେ।

ରଥଟଣା ଶେଷ ହେବାପରେ ମହାପ୍ରସାଦ ପାଇ ଭକ୍ତି ମନରେ ବାପପୁଅ ସମସ୍ତେ ଘରକୁ ଫେରିଲେ।

କହିଥିବା କଥା ଅନୁଯାୟୀ ରାତିରେ ବାପା ଦୁଇ ଭାଇଙ୍କୁ ପାଖକୁ ଡାକି ବସାଇଲେ ଏବଂ ଦେଇଥିବା କାମ କଥା ପଚାରିଲେ।

ମିକୁ କହିଲା “ ବାପା, ମୁଁ ଦେଖିଲି ଭକ୍ତ ଓ ଭଗବାନଙ୍କର ନିବିଡ଼ ପ୍ରେମ!

କାହିଁ କେତେ ଦୂରରୁ ଭକ୍ତମାନେ ତାଙ୍କ ପ୍ରିୟ ଠାକୁରଙ୍କ ପ୍ରେମରେ ଟାଣିହୋଇ ଆସିଥିଲେ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥ ନିଜ ଭାଇ ଭଉଣୀ ଓ ଭକ୍ତମାନଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରୁଥିଲେ।

ଏହା ହିଁ ଏକଥାର ପ୍ରକୃତ ଉଦାହରଣ।

ଏଥର ପିକୁ ପାଳି ପଡ଼ିଲା, ସେ ଉତ୍ତର ଦେଲା “ ମୁଁ ଆଜି ଶ୍ରୀ ଜଗନ୍ନାଥଙ୍କ ପାଖରେ ସଂସ୍କାର ଓ ସମ୍ମାନର ନିଚ୍ଛକ ଦୃଶ୍ୟ ଦେଖିଲି।

ପହଣ୍ଡି ବେଳେ ଆଗରେ ବଡ଼ ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଆସିବା ପରେ କଳାଠାକୁର ଆସିଥିଲେ।

ଏହାର ଅର୍ଥ ମହାପ୍ରଭୁ ବଡ଼ ମାନଙ୍କୁ ସମ୍ମାନ ଦେଇ ସାନଙ୍କୁ ଅଗ୍ରାଧିକାର ଦେଉଥିଲେ।

ଆମେ ଏକଥାକୁ ଜୀବନରେ ଗ୍ରହଣ କରିବା ଦରକାର।

ଦୁଇ ପୁଅଙ୍କ ପାଖରୁ ସବୁକଥା ଶୁଣିବା ପରେ ବାପା ଅତ୍ୟନ୍ତ ଖୁସି ହୋଇ କୁଣ୍ଢାଇ ପକାଇଲେ ଏବଂ କହିଲେ “ଆଜି ତୁମେ ଦୁଇଜଣ ବୁଦ୍ଧି ପରୀକ୍ଷାରେ ପାସ୍ କରିଛ”।

ତା" ପରେ ବାପା ଦୁହିଁଙ୍କୁ ଶହେ ଟଙ୍କା ଲେଖାଏଁ ଦେଲେ ଏବଂ ସମସ୍ତେ ଶାନ୍ତିରେ ପ୍ରସାଦ ଖାଇ ଆନନ୍ଦ ମନରେ ଶୋଇ ପଡ଼ିଲେ।

ଜୟପୁର, କୋରାପୁଟ"