Insurance: ପଶୁଧନ ବୀମା ଯୋଜନା: ମାତ୍ର ୨୨୯ ଟଙ୍କାରେ ୪୦ ହଜାର ଟଙ୍କାର ପଶୁ ବୀମା
ଗାନ୍ଧୀନଗର: ପଶୁପାଳକଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଗୁଜରାଟ ସରକାର ପଶୁଧନ ବୀମା ଯୋଜନା ଆରମ୍ଭ କରିଛନ୍ତି।
ଏହି ଯୋଜନାରେ ମାତ୍ର ୨୨୯ ଟଙ୍କା ପ୍ରିମିୟମ୍ ଦେଇ ଗାଈ, ମଇଁଷି, ଓଟ ଓ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କ ପାଇଁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା ମିଳିପାରିବ।
ଏହି ବୀମାର ମୋଟ ପ୍ରିମିୟମ୍ର ୮୫ ପ୍ରତିଶତ ଅର୍ଥ ସରକାର ବହନ କରିବେ।
ଫଳରେ ଅଳ୍ପ ଖର୍ଚ୍ଚରେ ପଶୁପାଳକମାନେ ନିଜ ପଶୁଙ୍କୁ ବୀମା ସୁରକ୍ଷା ମଧ୍ୟରେ ରଖିପାରିବେ।
Advertisment ଗୁଜରାଟ ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ଏକ ଲକ୍ଷ ପଶୁଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।
କୃଷି ଓ କୃଷକ କଲ୍ୟାଣ ତଥା ପଶୁପାଳନ ମନ୍ତ୍ରୀ ଜିତୁ ୱାଘାନୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଜାତୀୟ ପଶୁଧନ ମିଶନ ଅଧୀନରେ ଏହି ଯୋଜନା ଲାଗୁ କରାଯାଉଛି।
ପ୍ରତି ପଶୁ ପାଇଁ ସରକାର ୧୩୦୦ ଟଙ୍କାର ବୀମା ପ୍ରିମିୟମ୍ ସହାୟତା ଦେବେ।
ଏହାଦ୍ୱାରା ପଶୁପାଳକମାନେ ମାତ୍ର ୨୨୯ ଟଙ୍କା ଦେଇ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୀମା କରାଇପାରିବେ।
ଆର୍ଥିକ କ୍ଷତି କମାଇବା ଯୋଜନାର ଉଦ୍ଦେଶ୍ୟ ଏହି ଯୋଜନାରେ ଗୋଟିଏ ପରିବାର ସର୍ବାଧିକ ୧୦ଟି ବଡ଼ ପଶୁ କିମ୍ବା ୧୦୦ଟି ଛୋଟ ପଶୁଙ୍କ ବୀମା କରାଇପାରିବେ।
ବଡ଼ ପଶୁଙ୍କ ମଧ୍ୟରେ ଗାଈ, ମଇଁଷି, ଘୋଡ଼ା, ଗଧ, ଓଟ, ବଳଦ, ବାଛୁରୀ ଓ ଅଣ୍ଡିରା ମଇଁଷି ରହିଛନ୍ତି।
ପଶୁଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ପଶୁପାଳକ ପରିବାର ଯେଉଁ ଆର୍ଥିକ କ୍ଷତିର ସମ୍ମୁଖୀନ ହୁଅନ୍ତି, ତାହାକୁ କମାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି।
GSSBY: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା: ଆବେଦନ ପାଇଁ ଖୋଲିଲା ପୋର୍ଟାଲ ଯୋଜନାର କାର୍ଯ୍ୟକାରିତା ପାଇଁ କେନ୍ଦ୍ର ସରକାର ଗୁଜରାଟକୁ ୨.୫ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି।
ସେଥିମଧ୍ୟରୁ ୧.୧୫ କୋଟି ଟଙ୍କା ପୂର୍ବରୁ ଜାରି ହୋଇଛି।
ସେହିପରି ରାଜ୍ୟ ସରକାର ନିଜସ୍ୱ ପଶୁଧନ ବୀମା ଯୋଜନା ପାଇଁ ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
ଏପର୍ଯ୍ୟନ୍ତ ଏହି ଯୋଜନାରେ ୮୭,୧୪୭ଟି ପଶୁଙ୍କ ବୀମା ପାଇଁ ଆବେଦନ ହୋଇଛି।
ଗତବର୍ଷ ୧୨,୨୨୮ ଜଣ ପଶୁପାଳକ ୪୮,୬୯୫ଟି ପଶୁଙ୍କ ବୀମା କରାଇ ଏହାର ଲାଭ ଉଠାଇଥିଲେ।
ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ଯୋଜନାରେ ସାମିଲ କରିବାକୁ ପଶୁପାଳନ ବିଭାଗ ପଦକ୍ଷେପ ନେଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
କିପରି କରିବେ ଆବେଦନ?
ପଶୁ ବୀମା କରାଇବାକୁ ଇଚ୍ଛୁକ ପଶୁପାଳକମାନେ ଅନଲାଇନ୍ ରେ ଆବେଦନ କରିପାରିବେ।
ଏଥିପାଇଁ ଗୁଜରାଟ ସରକାରଙ୍କ ଆଇ-ଖେଡୁତ୍ (i-Khedut) ପୋର୍ଟାଲ୍ ikhedut.gujarat.gov.inକୁ ଯାଇ ପଶୁପାଳନ ବିଭାଗ ଚୟନ କରିବାକୁ ହେବ।
ସେଠାରେ ପଶୁ ବୀମା ଯୋଜନା ପାଇଁ ଆବେଦନ କରିହେବ।
ଆବେଦନ ସମୟରେ ପଶୁଙ୍କ ପରିଚୟ ଟ୍ୟାଗ୍ ସୁରକ୍ଷିତ ରଖିବା ସହ ସମସ୍ତ ତଥ୍ୟ ସଠିକ୍ ଭାବେ ଦେବାକୁ ପଶୁପାଳକଙ୍କୁ ପରାମର୍ଶ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
