Insurance: ଡିସେମ୍ବର ୧୫ରୁ ଗାଡ଼ି ପାଇଁ ୪ ପ୍ରକାର ବୀମା

Nov 04, 2026 - 14:48
Insurance: ଡିସେମ୍ବର ୧୫ରୁ ଗାଡ଼ି ପାଇଁ ୪ ପ୍ରକାର ବୀମା

ନୂଆଦିଲ୍ଲୀ: ଗାଡ଼ି ବୀମା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିଛନ୍ତି ଭାରତୀୟ ବୀମା ନିୟାମକ ଓ ଉନ୍ନୟନ ପ୍ରାଧିକରଣ (ଆଇଆର୍‌ଡିଏଆଇ)।

ଆସନ୍ତା ଡିସେମ୍ବର ୧୫ରୁ କାର୍‌ ଓ ଦୁଇଚକିଆ ଯାନର ବୀମାକୁ ୪ଟି ଭାଗରେ ବିଭକ୍ତ କରାଯିବ।

ଏହାଦ୍ୱାରା ଗ୍ରାହକ ନିଜ ଆବଶ୍ୟକତା ଅନୁସାରେ ବୀମା ବାଛିପାରିବେ।

କେଉଁ ବୀମା ପାଇଁ କେତେ ଟଙ୍କା ପ୍ରିମିୟମ୍ ଦେଉଛନ୍ତି ତାହା ମଧ୍ୟ ସ୍ପଷ୍ଟ ଭାବେ ଜାଣିପାରିବେ।

ଏଥିପାଇଁ ସମସ୍ତ ସାଧାରଣ ବୀମା କମ୍ପାନିଙ୍କୁ ନୂଆ ବ୍ୟବସ୍ଥା ଅନୁସରଣ କରିବାକୁ ଆଇଆର୍‌ଡିଏଆଇ ନିର୍ଦ୍ଦେଶ ଦେଇଛି।

Advertisment ନୂଆ ନିୟମ ଅନୁସାରେ ମୋଟର ବୀମାକୁ ଚାରିଟି ଭାଗରେ ବିଭକ୍ତ କରାଯିବ।

ପ୍ରଥମଟି ହେଉଛି ତୃତୀୟ ପକ୍ଷ ବୀମା।

ଏହା ବାଧ୍ୟତାମୂଳକ ରହିବ।

ଦ୍ୱିତୀୟଟି ହେଉଛି ଗାଡ଼ିରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀ କିମ୍ବା ଦୁଇଚକିଆ ଯାନର ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ବୀମା।

ଏଥିରେ ଗାଡ଼ିରେ ଯାଉଥିବା କର୍ମଚାରୀ ମଧ୍ୟ ସାମିଲ ହୋଇପାରିବେ।

ଏହି ସୁବିଧା ଇଚ୍ଛାଧୀନ ରହିବ।

ତେବେ ଗାଡ଼ିର ପଞ୍ଜୀକୃତ ଆସନ ସଂଖ୍ୟାଠାରୁ ଅଧିକ ଯାତ୍ରୀଙ୍କୁ ଏଥିରେ ବୀମା ସୁରକ୍ଷା ମିଳିବ ନାହିଁ।

ଅତିରିକ୍ତ ଦୁର୍ଘଟଣା ବୀମା ନେବା ଇଚ୍ଛାଧୀନ ରହିବ ତୃତୀୟ ଭାଗରେ ରହିବ ବ୍ୟକ୍ତିଗତ ଦୁର୍ଘଟଣା ବୀମା।

ଏଥିରେ ଗାଡ଼ି ମାଲିକଙ୍କ ପାଇଁ ବୀମା ସୁରକ୍ଷା ବାଧ୍ୟତାମୂଳକ ରହିବ।

କିନ୍ତୁ ଗାଡ଼ିରେ ଥିବା ଅନ୍ୟ ଯାତ୍ରୀ, ପଛରେ ବସିଥିବା ବ୍ୟକ୍ତି ଓ ମାଲିକଙ୍କ ବ୍ୟତୀତ ଅନ୍ୟ ଚାଳକଙ୍କ ପାଇଁ ଅତିରିକ୍ତ ଦୁର୍ଘଟଣା ବୀମା ନେବା ଇଚ୍ଛାଧୀନ ରହିବ।

ଚତୁର୍ଥ ଭାଗରେ ରହିବ ନିଜ ଗାଡ଼ିର କ୍ଷତି ପାଇଁ ବୀମା।

ଦୁର୍ଘଟଣା, ଚୋରି କିମ୍ବା ଅନ୍ୟ କାରଣରୁ ନିଜ ଗାଡ଼ିର କ୍ଷତି ହେଲେ ଏହା ଆର୍ଥିକ ସୁରକ୍ଷା ଦେବ।

ଏହା ମଧ୍ୟ ଇଚ୍ଛାଧୀନ ରହିବ।

ନୂଆ ବ୍ୟବସ୍ଥାରେ ବୀମା କମ୍ପାନିଗୁଡ଼ିକୁ ଗ୍ରାହକଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ଅପ୍‌ସନ୍‌ ଫର୍ମ ପୂରଣ କରାଇବାକୁ ପଡ଼ିବ।

ଏଥିରେ ଗ୍ରାହକ କେଉଁ କେଉଁ ବୀମା ସୁବିଧା ନେବାକୁ ଚାହୁଁଛନ୍ତି, ତାହା ଉଲ୍ଲେଖ ରହିବ।

ଅନ୍‌ଲାଇନ୍‌ରେ କିମ୍ବା ବୀମା କାର୍ଯ୍ୟାଳୟକୁ ଯାଇ ବୀମା କିଣିଲେ ମଧ୍ୟ ଏହି ନିୟମ ଲାଗୁ ହେବ।

ଏଥିସହିତ ଗ୍ରାହକଙ୍କୁ କଷ୍ଟମର ଇନ୍‌ଫର୍ମେସନ୍ ସିଟ୍ (ସିଆଇଏସ୍) ଦେବା ବାଧ୍ୟତାମୂଳକ ହେବ।

ସମସ୍ତ ବୀମା କମ୍ପାନିଙ୍କୁ ଏଥିପାଇଁ ସମାନ ନୀତି ଓ ନିୟମ ଅନୁସରଣ କରିବାକୁ ପଡ଼ିବ।

ନୂଆ ବ୍ୟବସ୍ଥାକୁ ଡିଜିଟାଲ୍ ବୀମା ପ୍ଲାଟଫର୍ମ 'ବୀମା ସୁଗମ୍' ସହ ଯୋଡ଼ିବାକୁ ମଧ୍ୟ ଆଇଆର୍‌ଡିଏଆଇ ନିର୍ଦ୍ଦେଶ ଦେଇଛି।

Gold: ଗଳାବାଟରେ ଆସୁଛି ସୁନା: ଚୋରା ସୁନାରେ ୧୫୦୦% ବୃଦ୍ଧି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)