industrial investment: ସେମାନେ ରାଜନୀତିରେ ବ୍ୟସ୍ତ, ଆମେ ଓଡ଼ିଶାର ପ୍ରଗତିରେ ବ୍ୟସ୍ତ

Oct 14, 2026 - 16:20
industrial investment: ସେମାନେ ରାଜନୀତିରେ ବ୍ୟସ୍ତ, ଆମେ ଓଡ଼ିଶାର ପ୍ରଗତିରେ ବ୍ୟସ୍ତ

"ଭୁବନେଶ୍ବର: ସେମାନେ ରାଜନୀତିରେ ବ୍ୟସ୍ତ ଥିବା ବେଳେ ଆମେ ଓଡ଼ିଶାର ପ୍ରଗତି ପାଇଁ କାମ କରୁଛୁ।

ବିରୋଧୀମାନଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁରରେ ଏହା କହିଛନ୍ତି।

ସେ କହିଛନ୍ତି ବିରୋଧୀମାନେ ଆନ୍ଦୋଳନରେ ବ୍ୟସ୍ତ ଅଛନ୍ତି।

କିନ୍ତୁ ଆମେ ବିକାଶ କାମରେ ବ୍ୟସ୍ତ ଅଛୁ।

Advertisment ବିରୋଧୀମାନେ ନକଲି ଆନ୍ଦୋଳନ ଓ ଅପପ୍ରଚାରର ରାଜନୀତିରେ ବ୍ୟସ୍ତ ଥିବା ବେଳେ ଆମ ସରକାର ଦିନରାତି କେବଳ ବିକାଶ ଓ ପ୍ରଗତିରେ ସମର୍ପିତ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ 'ପୂର୍ବୋଦୟ' ସଂକଳ୍ପର ମୁଖ୍ୟ କେନ୍ଦ୍ରବିନ୍ଦୁ ଭାବେ ଓଡ଼ିଶା ଆଜି ସମଗ୍ର ଦେଶର ଅଗ୍ରଣୀ ମାନୁଫାକଚରିଂ ପାୱାରହାଉସ୍ ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି।

୩୯,୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପୁଞ୍ଜିନିବେଶମୁଖ୍ୟମନ୍ତ୍ରୀ କହିଛନ୍ତି, ମା" ବିରଜାଙ୍କ ପୁଣ୍ୟଭୂମି ଯାଜପୁରର କଳିଙ୍ଗନଗର ଠାରେ ଆଜି ୩୯,୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପୁଞ୍ଜିନିବେଶରେ ପ୍ରତିଷ୍ଠିତ ହେଉଥିବା ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ଆମ ରାଜ୍ୟର ପ୍ରାୟ ୪୨,୦୦୦ ଯୁବପିଢ଼ିଙ୍କ ପାଇଁ  ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

CM Mohan Charan Majhi: ଏରିଅଲ୍ ସର୍ଭେରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟେକ ପ୍ରାନ୍ତରେ ସନ୍ତୁଳିତ ଶିଳ୍ପାୟନ ସୁନିଶ୍ଚିତ ସେ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରେ ସନ୍ତୁଳିତ ଶିଳ୍ପାୟନ ସୁନିଶ୍ଚିତ କରି ସ୍ଥାନୀୟ ପ୍ରତିଭାମାନଙ୍କୁ ନିଜ ମାଟିରେ ସ୍ୱାଭିମାନର ସହ କର୍ମସଂସ୍ଥାନ ଯୋଗାଇବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।

ପୂର୍ବ ସରକାରଙ୍କ ଭଳି ଶିଳ୍ପାୟନ ଏବେ କେବଳ କାଗଜକଲମ କିମ୍ବା ମଞ୍ଚର ଫମ୍ପା ଘୋଷଣାରେ ସୀମିତ ନାହିଁ; ଆଜି ବାସ୍ତବରେ କାରଖାନା ଗଢ଼ା ହେଉଛି, ଉତ୍ପାଦନ ଆରମ୍ଭ ହେଉଛି ଏବଂ ଆମର ଯୁବପିଢ଼ି ନିଯୁକ୍ତି ପାଉଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)