Indus Water Treaty: ସିନ୍ଧୁ ଜଳ ଚୁକ୍ତି ମାମଲା: ଭାରତକୁ ଶେହବାଜ ସରିଫଙ୍କ ଧମକ, ସିଧାସଳଖ ଜବାବ ଦେବୁ

Aug 14, 2026 - 22:05
Indus Water Treaty: ସିନ୍ଧୁ ଜଳ ଚୁକ୍ତି ମାମଲା: ଭାରତକୁ ଶେହବାଜ ସରିଫଙ୍କ ଧମକ, ସିଧାସଳଖ ଜବାବ ଦେବୁ

"ଇସଲାମାବାଦ: ପାକିସ୍ତାନର ସ୍ବାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ବିରୋଧରେ ବିଷୋଦଗାର କରିବା ସହ "ସିଧାସଳଖ ଜବାବ" ଦେବାକୁ ଧମକ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୫ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଭୟାବହ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଏସ) ବୈଠକରେ ଏହି ଚୁକ୍ତିକୁ ସ୍ଥଗିତ ରଖାଯାଇଥିଲା।Advertisment ଆହୁରି ପଢନ୍ତୁ :Supreme Court: ସମୟ ରାଇନାଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା ରଦ୍ଦ କଲେ ସୁପ୍ରିମ୍‌କୋର୍ଟ  ଭାରତକୁ ଶାନ୍ତିର ଶତ୍ରୁ ଭାବେ ଚିତ୍ରଣ କରି ଶେହବାଜ ସରିଫ କହିଛନ୍ତି ଯେ ପାକିସ୍ତାନର ପ୍ରତ୍ୟେକ ବୁନ୍ଦା ପାଣି ସେମାନଙ୍କ ପାଇଁ "ରେଡ୍ ଲାଇନ" ଏବଂ ଏଥିରେ କୌଣସି ପ୍ରକାର ଆପୋଷ ବୁଝାମଣା କରାଯିବ ନାହିଁ।

ଅପରପକ୍ଷରେ ପାକିସ୍ତାନ ପକ୍ଷରୁ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ଏବଂ ସ୍ଥାୟୀ ଭାବେ ବନ୍ଦ କରାଯାନଯିବା ପର୍ଯ୍ୟନ୍ତ ଏହି ଚୁକ୍ତି ସ୍ଥଗିତ ରହିବ ବୋଲି ଭାରତ ପୂର୍ବରୁ ସ୍ପଷ୍ଟ କରି ସାରିଛି।

ଆହୁରି ପଢନ୍ତୁ :Census 2027: ଜନଗଣନା ୨୦୨୭: ଜାତି ସମେତ ୪୦ଟି ପ୍ରଶ୍ନର ବିଜ୍ଞପ୍ତି ଜାରି ତେବେ ପାକିସ୍ତାନ ନିଜର ଆଭ୍ୟନ୍ତରୀଣ ସଙ୍କଟ ଓ ବିଫଳତାରୁ ଦେଶବାସୀଙ୍କ ଦୃଷ୍ଟି ହଟାଇବା ପାଇଁ ପୁଣି ଥରେ ଭାରତ ବିରୋଧୀ ସ୍ଲୋଗାନର ସାହାରା ନେଇଛି।

ବର୍ତ୍ତମାନ ପାକିସ୍ତାନର ବାଲୁଚିସ୍ତାନରେ ସେନା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣ ଯୋଗୁଁ ଶିଶୁଙ୍କ ସମେତ ୨୭ ଜଣ ମୃତାହତ ହୋଇଥିବା ବେଳେ ସେଠାକାର ଜନସାଧାରଣ ସ୍ବାଧୀନତା ଦିବସକୁ "କଳା ଦିବସ" ଭାବେ ପାଳନ କରୁଛନ୍ତି।

ବଲୁଚ ନେତା ମୀର ୟାର୍ ବାଲୋଚ ଏବଂ ମାନବାଧିକାର କର୍ମୀ ଡାକ୍ତର ମାହରଙ୍ଗ ବଲୁଚ ପାକିସ୍ତାନୀ ସେନାକୁ ବଲୁଚିସ୍ତାନର ଲୋକଙ୍କ ହତ୍ୟାକାରୀ ବୋଲି ଆଖ୍ୟା ଦେଇଛନ୍ତି।

ଏହା ବ୍ୟତୀତ ଖାଇବର ପଖ୍‌ତୁନ୍‌ଖ୍ବା ଅଞ୍ଚଳରେ ମଧ୍ୟ ଆତଙ୍କବାଦୀ ହିଂସା ଚରମ ସୀମାରେ ପହଞ୍ଚିଛି ।

ସେହିପରି ପାକିସ୍ତାନ ଅଧିକୃତ କାଶ୍ମରରେ ମଧ୍ୟ ବଡ଼ ଧରଣର ବିଦ୍ରୋହ ମୁଣ୍ଡ ଟେକିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media