IndiGo: ଡାର୍କ ପ୍ୟାଟର୍ଣ୍ଣ ପାଇଁ ୯ କମ୍ପାନିକୁ ଜରିମାନା
"ନୂଆଦିଲ୍ଲୀ: ଅନଲାଇନ କ୍ରୟ କିମ୍ବା ବୁକିଂ ସମୟରେ ଗ୍ରାହକମାନଙ୍କୁ ଭ୍ରମିତ କରୁଥିବା ତଥା ଠକୁଥିବା ଡାର୍କ ପ୍ୟାଟର୍ଣ୍ଣ ଡିଜାଇନ୍ ବ୍ୟବହାର କରିବା ଅଭିଯୋଗରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ, କୁଇକ୍ କମର୍ସ ପ୍ଲାଟ୍ଫର୍ମ ଜେପ୍ଟୋ ଓ ମନୋରଞ୍ଜନ ବୁକିଂ ଆପ୍ ବୁକ୍ମାଇଁସୋ ସମେତ ମୋଟ୍ ୯ଟି ପ୍ରମୁଖ ଡିଜିଟାଲ୍ ପ୍ଲାଟଫର୍ମ ଉପରେ ଜରିମାନା ଲଗାଯାଇଛି।
ରାଜ୍ୟସଭାରେ ଏକ ଲିଖତ ଉତ୍ତର ଜରିଆରେ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଏହି ସୂଚନା ଦେଇଛି।Advertisment ନାବାଳିକାଙ୍କୁ ବର୍ଷ ବର୍ଷ ଧରି ଯୌନ ନିର୍ଯାତନା: ୭ ଅଭିଯୁକ୍ତଙ୍କ ମଧ୍ୟରେ ବାପା ଚେକ୍ଆଉଟ୍ ସମୟରେ ଅତିରିକ୍ତ ହ୍ୟାଣ୍ଡଲିଂ ଚାର୍ଜ ଓ ସଦସ୍ୟତା ଶୁଳ୍ପ ଯୋଡ଼ିବା ଅଭିଯୋଗରେ ଜେପ୍ଟୋକୁ ୭ ଲକ୍ଷ ଟଙ୍କା ଜରିମାନା କରାଯାଇଛି।
ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଦେବାକୁ ବାଧ୍ୟ କରିବା ଅଭିଯୋଗରେ ଏହି ଫିଜିକ୍ସୱାଲା ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି।
ଅନୁ ଜିନ୍ଦଲଙ୍କୁ ୩ ଲକ୍ଷ ଟଙ୍କା, ଫାଷ୍ଟକ୍ରାଏକୁ ୨ ଲକ୍ଷ ଟଙ୍କା, ଫାର୍ମଏଜି, ମ୍ୟାକାଫି, ସ୍ପାଇସ୍ଜେଟ୍ ଆଦି କମ୍ପାନିକୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି।
ସେହିପରି ଇଣ୍ଡିଗୋ ଓ ବୁକ୍ମାଇଁସୋ ମଧ୍ୟ ସେମାନଙ୍କ ଆପ୍ରେ ଥିବା ଏପରି ଭ୍ରମାତ୍ମକ ପ୍ରଣାଳୀରେ ପରିବର୍ତ୍ତନ କରିଛନ୍ତି।
ଗ୍ରାହକମାନଙ୍କୁ ଅଜାଣତରେ କୌଣସି ଜିନିଷ କିଣିବା କିମ୍ବା ଅତିରିକ୍ତ ଟଙ୍କା ଦେବା ପାଇଁ ବାଧ୍ୟ କରୁଥିବା ଲୁକ୍କାୟିତ ଚାର୍ଜ, ଫେକ୍ କାଉଣ୍ଟଡାଉନ୍ ଟାଇମର୍, ଅଟୋ-ସବସ୍କ୍ରିପ୍ସନ୍ ଭଳି କୌଶଳକୁ ଡାର୍କ ପ୍ୟାଟର୍ଣ୍ଣ କୁହାଯାଏ।
ସରକାରଙ୍କ କଡ଼ା ପଦକ୍ଷେପ ପରେ ଏହି କମ୍ପାନିଗୁଡ଼ିକ ସେମାନଙ୍କ ଆପ୍ ଓ ୱେବ୍ସାଇଟ୍ରୁ ଏଭଳି ଭ୍ରମାତ୍ମକ ପ୍ରଣାଳୀକୁ ହଟାଇ ଦେଇଥିବା ଜଣାପଡ଼ିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।