Arrested by Vigilance ୨୩ଲକ୍ଷ ଟଙ୍କା ହଡ଼ପ, ପାଟଣାଗଡ଼ର ପୂର୍ବତନ ପିଏସିଏସ୍ ସମ୍ପାଦକ ଗିରଫ
"ଭୁବନେଶ୍ବର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହକାରୀ ସମବାୟ ସମିତି ନିବନ୍ଧକ (ଆସିଷ୍ଟାଣ୍ଟ ରେଜିଷ୍ଟାର ଅଫ୍ କୋଅପରେଟିଭ୍ ସୋସାଇଟିସ୍-ଏଆର୍ସିଏସ୍) ସର୍କଲ ଅଧୀନ ସୁନାମୁଡି ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ମୌସମ ବେହେରାଙ୍କୁ ଆଜି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିଛି।
Advertisment Vigilance Raid: ଭିଜିଲାନ୍ସ ପଞ୍ଝାରେ ଦୁଇ ଆର୍ଟିଓ କର୍ମଚାରୀ ସମବାୟ ସମିତିର ୨୨ଲକ୍ଷ ୧୯ ହଜାର ୬୩୬ଟଙ୍କା ହେରଫେର ଘଟଣାରେ ଅଭିଯୋଗ ପାଇ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତରେ, ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ହେରଫେର ହୋଇଥିବା ଜଣାଯାଇଛି।
ଅଭିଯୁକ୍ତ ମୌସୁମ ବେହେରା ଏଥିରେ ତତ୍କାଳୀନ ସମ୍ପାଦକ ମୌସମ ବେହେରାଙ୍କ ସକ୍ରିୟ ଭୂମିକା ଥିବା ସ୍ପଷ୍ଟ ହୋଇଥିଲା।
ସେ କୃଷକ ସଦସ୍ୟଙ୍କ ଜମା (ଅମାନତ) ଟଙ୍କାକୁ ଫେରାଇବା ଦର୍ଶାଇ ମିଥ୍ୟା ଫେରସ୍ତ ବିଲ୍ ପ୍ରସ୍ତୁତ କରି ଟଙ୍କା ହଡ଼ପ କରିଥିଲେ।
ଏହା ବ୍ୟତୀତ ସେ ସାର ବିକ୍ରି ଟଙ୍କା ମଧ୍ୟ ସମିତି ଖାତାରେ ଜମା ନକରି ନିଜ ଜମାଖାତାରେ ଜମା କରିଛନ୍ତି।
Vigilance Trap ପୂର୍ବରୁ ଧରାପଡ଼ିଥିଲେ, ଏବେ ୨୦ହଜାର ହାତଗୁଞ୍ଜା ନେଇ ପୁଣି ଗିରଫ ହେଲେ ବ୍ରହ୍ମଗିରି ତହସିଲର ନଥି ସଂରକ୍ଷକ ସମସ୍ତ ପ୍ରମାଣ ପରେ ତାଙ୍କ ବିରୋଧରେ ଚଳିତ ମାସ ୫ ତାରିଖରେ ୧୧/୨୦୨୬ରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(କ) ଓ ବିଏନ୍ଏସ୍ର ୩୧୬(୫)ରେ ମାମଲା ରୁଜୁ କରିଥିଲା।
ଆଜି ତାଙ୍କୁ ଗିରଫ କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।