India’s Richest Families: ବ୍ୟବସାୟୀ ପରିବାରରେ ୧୩୮ ଲକ୍ଷ କୋଟି ସମ୍ପତ୍ତି

Aug 12, 2026 - 19:44
India’s Richest Families: ବ୍ୟବସାୟୀ ପରିବାରରେ ୧୩୮ ଲକ୍ଷ କୋଟି ସମ୍ପତ୍ତି

"ନୂଆଦିଲ୍ଲୀ: ଭାରତରେ ଥିବା ୩୦୦ଟି ଅତି ଧନୀ ପରିବାର ପାଖରେ ୧୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି।

ଏହି ପରିବାରଗୁଡ଼ିକର ସମ୍ପତ୍ତି ୨୦୨୪ରେ ୩୦ ଲକ୍ଷ ‌କୋଟି ଟଙ୍କା ବଢ଼ିଥିଲା।

ସେମାନଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି ତାହା ନେଦରଲ୍ୟାଣ୍ଡ୍‌ସ ଓ ସାଉଦିଆରବ ଭଳି ଦେଶର ଅର୍ଥନୀତିଠାରୁ ମଧ୍ୟ ଅଧିକ।

ହୁରୁନ ଇଣ୍ଡିଆ ସବୁଠୁ ଧନୀ ବ୍ୟବସାୟୀ ପରିବାର ରିପୋର୍ଟ ଅନୁସାରେ ଗତ ଦୁଇ ବର୍ଷରେ ଏହି ପରିବାରଗୁଡ଼ିକ ନିଜ ସମ୍ପତ୍ତିରେ ପ୍ରତିଦିନ ୪୦୭୬ କୋଟି ଟଙ୍କା ଲେଖାଏଁ ଯୋଡ଼ିଥିଲେ।Advertisment ରିପୋର୍ଟ ଅନୁସାରେ ଭାରତର ସବୁଠୁ ଧନୀ ପରିବାର ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁକେଶ ଅମ୍ବାନୀଙ୍କ ପରିବାର।

ତାଙ୍କ ପାଖରେ ୨୫.୮୩ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି।

ତାଙ୍କ ପଛକୁ କ୍ରମାନ୍ବୟରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର କେ ଏମ୍‌ ବିର୍ଲା (୮.୧୪ ଲକ୍ଷ କୋଟି), ଜେଏସ୍‌ଡବ୍ଲ୍ୟୁର ଜିନ୍ଦଲ ପରିବାର (୮.୦୨ ଲକ୍ଷ କୋଟି), ବଜାଜ ଗ୍ରୁପ୍‌ର ବଜାଜ ପରିବାର (୭.୭୦ ଲକ୍ଷ କୋଟି), ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଆନନ୍ଦ ମହିନ୍ଦ୍ରାଙ୍କ ପରିବାର (୫.୧୫ ଲକ୍ଷ କୋଟି), ବେଦାନ୍ତର ଅନିଲ ଅଗ୍ରୱାଲ ପରିବାର (୪.୪୫ ଲକ୍ଷ କୋଟି), ଚୋଳମଣ୍ଡମର ମୁରୁଗାପ୍ପା ପରିବାର (୩.୦୬ ଲକ୍ଷ କୋଟି), ଏଚ୍‌ସିଏଲ୍‌ ଟେକ୍‌ର ଶିବ ନାଦର ପରିବାର (୨.୯୧ ଲକ୍ଷ କୋଟି), ୱିପ୍ରୋର ପ୍ରେମ୍‌ଜୀ ପରିବାର (୨.୭୨ ଲକ୍ଷ କୋଟି) ଓ ଏସିଆନ୍‌ ପେଣ୍ଟ୍‌ସ ଦାନି, ଚୋକ୍‌ସି, ବକିଲ୍‌ ପରିବାର (୨.୪୮ ଲକ୍ଷ କୋଟି) ରହିଛନ୍ତି।

ରୁଷର ଶସ୍ତା ତେଲର ଫାଇଦା ଭାରତର କିଛି ଧନୀ ପରିବାର ନେଉଛନ୍ତି : ଆମେରିକା ଦ୍ରୁତ ଗତିରେ ନିଜ ସମ୍ପତ୍ତି ବଢ଼ାଇବାରେ ଜିନ୍ଦଲ ପରିବାର ସବୁଠୁ ଆଗରେ ରହିଛି।

ଏହି ପରିବାରର ୩ ବର୍ଷରେ ନିଜର ସମ୍ପତ୍ତି ୩.୩ ଲକ୍ଷ କୋଟି ଟଙ୍କା ବଢ଼ାଇଛି।

ଅନିଲ ଅଗ୍ରୱାଲଙ୍କ ପରିବାର ସମ୍ପତ୍ତି ୩.୦୨ ଲକ୍ଷ କୋଟି ଟଙ୍କା, ବିର୍ଲା ପରିବାରର ୨.୭୫ ଲକ୍ଷ କୋଟି ଟଙ୍କା, ମହିନ୍ଦ୍ରା ପରିବାରର ୧.୬୯ ଲକ୍ଷ କୋଟି ଟଙ୍କା ଓ ମୁରୁଗପ୍ପା ପରିବାରର ୧୦.୩ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବଢ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media