Indian women: ଭାରତୀୟ ରଗ୍‌ବି ଦଳରେ ୬ ଓଡ଼ିଆ

Aug 25, 2026 - 16:21
Indian women: ଭାରତୀୟ ରଗ୍‌ବି ଦଳରେ ୬ ଓଡ଼ିଆ

"ଭୁବନେଶ୍ବର: ଓଡ଼ିଶା ରଗ୍‌ବି ପାଇଁ ମଙ୍ଗଳବାର ଆସିଛି ଗର୍ବ ଓ ଗୌରବର ଖବର।

ଏସୀୟ ରଗ୍‌ବି ଏମିରେଟ୍‌ସ ସେଭେନ୍ସ ସିରିଜ୍‌ ପାଇଁ ଘୋଷିତ ଭାରତୀୟ ବରିଷ୍ଠ ଦଳରେ ୬ ଜଣଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।

ପୁରୁଷ ଦଳରେ ୨ ଜଣ ଏବଂ ମହିଳା ଦଳରେ ୪ ଜଣ ସାମିଲ ରହିଛନ୍ତି।

ପୁରୁଷ ଦଳରେ ଆଶିଷ ସବର, ଗଣେଷ ଡାଙ୍ଗ୍ରା ମାଝୀ ଏବଂ ମହିଳା ଦଳରେ ଡୁମିନୀ ମାରାଣ୍ଡି, ମାମା ନାଏକ, ନିର୍ମାଲ୍ୟ ରାଉତ, ସନ୍ଧ୍ୟାମଣି ଟୁଡୁଙ୍କୁ ଏହି ସୁଯୋଗ ମିଳିଛି।Advertisment ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଅଗଷ୍ଟ ୨୯ ଓ ୩୦ ତାରିଖରେ ଚୀନର ସୁଜୋଉଠାରେ ଖେଳାଯିବ।

ଉଭୟ ଭାରତୀୟ ଦଳ ଅଗଷ୍ଟ ୨୬ରେ ଭାରତରୁ ପ୍ରସ୍ଥାନ କରିବା ପରେ ଅଗଷ୍ଟ ୩୧ ତାରିଖରେ ପ୍ରତ୍ୟାବର୍ତନ କରି‌ବେ।

ଏହା ପରେ ଏହି ସିରିଜ୍‌ର ଦ୍ବିତୀୟ ଚରଣ ଅକ୍ଟୋବର ମାସରେ ଶ୍ରୀଲଙ୍କାରେ ମଧ୍ୟ ଅନୁଷ୍ଠିତ ହେବ।

ଓଡ଼ିଶା ଖେଳାଳିମାନଙ୍କୁ ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ (ଓର୍‌ଫା) ପକ୍ଷରୁ ସଭାପତି ପ୍ରିୟଦର୍ଶି ମିଶ୍ର, ଉପ ସଭାପତି ଉପେନ୍ଦ୍ର ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି।

ମନୋନୀତ ୬ ଜଣଙ୍କ ମଧ୍ୟରୁ ୫ ଜଣ ଖେଳାଳି କିସ୍‌ର ଛାତ୍ରଛାତ୍ରୀ।

ସେମାନେ ହେଲେ-ଆଶିଷ ସବର, ଗଣେଷ ଡାଙ୍ଗ୍ରା ମାଝୀ, ଡୁମିନୀ ମାରାଣ୍ଡି, ମାମା ନାଏକ, ନିର୍ମାଲ୍ୟ ରାଉତ।

ଏମାନଙ୍କୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କ୍ରୀଡ଼ା ବିଭାଗ ମୁଖ୍ୟ ଗଗନେନ୍ଦୁ ଦାଶ, ରୁଦ୍ରକେଶ ଜେନା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

କେବଳ ପୃଥିବୀ ନୁହେଁ ସମୁଦ୍ର ବି ତାତୁଛି: ପ୍ରଦୂଷଣ ଯୋଗୁଁ ଅଗଷ୍ଟ ମାସରେ ତାପମାତ୍ରାର ନୂଆ ରେକର୍ଡ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)