Indian Welcome: ମଥାରେ ଟିକ୍କା, ବେକରେ ଫୁଲମାଳା: ‘ନମସ୍ତେ ଭାରତ’ କହି ମନ ଜିଣିଲେ ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ଝିଅ
ଉଜବେକିସ୍ତାନର ରାଷ୍ଟ୍ରପତି ଶୌକତ ମିର୍ଜିୟୋଏଭଙ୍କ ଝିଅ ତଥା ଦେଶର ଜାତୀୟ ସୁରକ୍ଷା ପରିଷଦର ଉପାଧ୍ୟକ୍ଷା ସୈଦା ମିର୍ଜିୟୋଏଭାଙ୍କ ଭାରତ ଗସ୍ତ ସମୟର ଏକ ଫଟୋ ଏବେ ବେଶ୍ ଚର୍ଚ୍ଚାରେ।
ମଥାରେ ଟିକ୍କା ଓ ବେକରେ ଫୁଲମାଳା ପିନ୍ଧିଥିବା ତାଙ୍କର ଏକ ଫଟୋ ସେ ସାମାଜିକ ଗଣମାଧ୍ୟମ ' ଏକ୍ସ 'ରେ ସେୟାର କରିଛନ୍ତି।
ଏହା ସହିତ ସେ ଲେଖିଛନ୍ତି 'ନମସ୍ତେ ଭାରତ'।
ତାଙ୍କର ଏହି ଭାରତୀୟ ଅଭ୍ୟର୍ଥନା ଶୈଳୀକୁ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ପସନ୍ଦ କରୁଛନ୍ତି।
Advertisment ପରିଦର୍ଶନ କଲେ ଆମେରିକାର ବିମାନବାହୀ ଯୁଦ୍ଧଜାହାଜ ସୈଦାଙ୍କ ଏହି ଗସ୍ତ ପଛରେ ଏକ ବିଶେଷ କାରଣ ରହିଛି।
ସେ ଭାରତର ପଶ୍ଚିମ ଉପକୂଳ ନିକଟ ହିନ୍ଦ ମହାସାଗରରେ ମୁତୟନ ଥିବା ଆମେରିକାର ବିଶାଳ ବିମାନବାହୀ ଯୁଦ୍ଧଜାହାଜ 'ୟୁଏସ୍ଏସ୍ ଜର୍ଜ ୱାଶିଂଟନ୍' ପରିଦର୍ଶନ କରିବାକୁ ଆସିଥିଲେ।
ଏହି ଗସ୍ତରେ ତାଙ୍କ ସହ ଆମେରିକାର ରାଜଦୂତ ସର୍ଜିଓ ଗୋର୍ ଓ ଦୂତାବାସର ପ୍ରତିନିଧିଙ୍କ ସମେତ ଏକ ଅନ୍ତର୍ଜାତୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ରହିଥିଲେ।
ଆମେରିକୀୟ ନୌସେନାର ସୂଚନା ଅନୁସାରେ, ନଭେମ୍ବର ୨୦ ତାରିଖରେ ଏହି ପ୍ରତିନିଧିମଣ୍ଡଳୀ ସିଏମଭି-୨୨ ଅସ୍ପ୍ରେ ବିମାନ ଯୋଗେ ଯୁଦ୍ଧଜାହାଜ ରେ ପହଞ୍ଚିଥିଲେ।
ସେଠାରେ ସେମାନେ 'କ୍ୟାରିଅର ଏୟାର ୱିଙ୍ଗ୍-୫'ର ବିମାନ ପ୍ରଦର୍ଶନ ଦେଖିବା ସହ ବରିଷ୍ଠ ନୌସେନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଏତେ ବିଶାଳ ଜାହାଜ କିପରି କାମ କରେ, ଏହାର ଉନ୍ନତ ଜ୍ଞାନକୌଶଳ ଓ ଜାହାଜରେ କାର୍ଯ୍ୟରତ କର୍ମଚାରୀଙ୍କ ଦୈନନ୍ଦିନ ଜୀବନକୁ ନିକଟରୁ ଜାଣିବା ତାଙ୍କ ପାଇଁ ଏକ ରୋଚକ ଅନୁଭୂତି ଥିଲା ବୋଲି ସୈଦା କହିଛନ୍ତି।
ଶୌକତ ମିର୍ଜିୟୋଏଭଙ୍କ ସହ ମୋଦୀଙ୍କ ଆଲୋଚନା ସୈଦା ମିର୍ଜିୟୋଏଭା ଉଜବେକିସ୍ତାନର ଜଣେ ପ୍ରଭାବଶାଳୀ ମହିଳା ରାଜନୈତିକ ଅଧିକାରୀ।
ସେ ରାଷ୍ଟ୍ରପତିଙ୍କ ପ୍ରଶାସନର ମୁଖ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି ଏବଂ ଜାତୀୟ ସୁରକ୍ଷା ପରିଷଦର ଉପାଧ୍ୟକ୍ଷା ଭାବେ କାର୍ଯ୍ୟରତ।
ତାଙ୍କର ଏହି ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା କୂଟନୈତିକ ଓ ରଣନୈତିକ ସମ୍ପର୍କ ପରିପ୍ରେକ୍ଷୀରେ ମଧ୍ୟ ଗୁରୁତ୍ୱ ବହନ କରୁଛି।
ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଦୀର୍ଘଦିନରୁ ମୈତ୍ରୀପୂର୍ଣ୍ଣ ସମ୍ପର୍କ ରହିଆସିଛି।
ଶିକ୍ଷା, ବାଣିଜ୍ୟ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ସଂସ୍କୃତି ଭଳି କ୍ଷେତ୍ରରେ ଉଭୟ ଦେଶ ସହଯୋଗ ବୃଦ୍ଧି କରୁଛନ୍ତି।
ଅଗଷ୍ଟ ୨୦୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନ ଗସ୍ତ କରି ରାଷ୍ଟ୍ରପତି ଶୌକତ ମିର୍ଜିୟୋଏଭଙ୍କ ସହ ଆଲୋଚନା କରିଥିଲେ।
ଏହା ପରେ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। नमस्ते भारत 🇮🇳🙏 — Namaste India 🇮🇳🙏 pic.twitter.com/98V84QJPfv — Saida Mirziyoyeva (@SMirziyoyeva) November 22, 2026 ସାଧାରଣ ଲୋକଙ୍କ ଉପରେ ଆଉ ଏକ ଚଡ଼କ ଉଜବେକିସ୍ତାନ ମଧ୍ୟ ଏସିଆର ଏକ ମୁସଲିମ୍ ବହୁଳ ଦେଶ।
ଏହାର ଐତିହାସିକ ସହର ସମରକନ୍ଦ ଓ ବୁଖାରା ପ୍ରାଚୀନ ସଂସ୍କୃତି ଓ ସ୍ଥାପତ୍ୟ ପାଇଁ ପ୍ରସିଦ୍ଧ।
ଏପରି ଏକ ଦେଶର ଜଣେ ଶୀର୍ଷ ମହିଳା ଅଧିକାରୀ ଭାରତୀୟ ପରମ୍ପରା ଅନୁସାରେ ତିଳକ ଓ ଫୁଲମାଳା ପିନ୍ଧି 'ନମସ୍ତେ ଭାରତ' କହିବା ଦୁଇ ଦେଶର ସାଂସ୍କୃତିକ ନିକଟତାର ଏକ ସୁନ୍ଦର ଦୃଶ୍ୟ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
