Indian sailor: ହର୍ମୁଜରେ ଜାହାଜ ଉପରେ ଆକ୍ରମଣ ପରେ ନିଖୋଜ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି

Jul 15, 2026 - 20:25
Indian sailor: ହର୍ମୁଜରେ ଜାହାଜ ଉପରେ ଆକ୍ରମଣ ପରେ ନିଖୋଜ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି

"ପୁଣେ: ହର୍ମୁଜ ପ୍ରଣାଳୀ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣ ପରଠାରୁ ନିଖୋଜ ଥିବା ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ତାଙ୍କ ଶ୍ୱଶୁର ଏହି ସୂଚନାକୁ ପୁଷ୍ଟି କରିଥିବାବେଳେ, ତିନି ଦିନ ଧରି ଚାଲିଥିବା ଉଦ୍ଧାର ଅଭିଯାନର ଦୁଃଖଦ ଅନ୍ତ ଘଟିଛି।

ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।Advertisment ଆହୁରି ପଢନ୍ତୁ:Anupama Singh: ପାକିସ୍ତାନକୁ ରାକ୍ଷସ କହିଥିବା ଅନୁପମା ସିଂହ କିଏ?

ମୃତ ନାବିକ ପୁଣେର ୩୦ ବର୍ଷୀୟ ହେରମ୍ବ କର୍ମରକାର।

ସେ "ଜିଏଫ୍‌ଏସ୍‌ ଗାଲାକ୍ସି" ନାମକ ସାଇପ୍ରସ ପତାକାବାହୀ ଜାହାଜରେ ତୃତୀୟ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ।

ରବିବାର ହର୍ମୁଜ ପ୍ରଣାଳୀ ନିକଟ ଓମାନ ଜଳସୀମାରେ ଜାହାଜଟି ଏକ ପ୍ରକ୍ଷେପାସ୍ତ୍ର ଆକ୍ରମଣର ଶିକାର ହୋଇଥିଲା।

ଆକ୍ରମଣରେ ଇଞ୍ଜିନ୍‌ ରୁମ୍‌ରେ ନିଆଁ ଲାଗିବା ସହ ଜାହାଜଟି ଅଚଳ ହୋଇଯାଇଥିଲା।

ଏହା ପରେ ସମସ୍ତ କର୍ମଚାରୀଙ୍କୁ ଜାହାଜ ଛାଡ଼ିବାକୁ ପଡ଼ିଥିଲା।

ଜାହାଜରେ ମୋଟ ୨୪ ଜଣ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ ଭାରତୀୟ ଥିଲେ।

ଆକ୍ରମଣ ପରେ ୨୩ ଜଣଙ୍କୁ ଓମାନର ରୟାଲ୍‌ ନେଭି ସୁରକ୍ଷିତ ଭାବେ ଉଦ୍ଧାରକରିଥିଲା।

କିନ୍ତୁ ହେରମ୍ବ କର୍ମରକାରନିଖୋଜ ଥିଲେ।

ତାଙ୍କ ସନ୍ଧାନ ପାଇଁ ସମୁଦ୍ରରେ ତିନି ଦିନ ଧରି ବ୍ୟାପକ ଖୋଜାଖୋଜି ଚାଲିଥିଲା।

ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ ପରିବାରକୁ ସୂଚନା ଦିଆଯାଇଥିଲା।

ଆହୁରି ପଢନ୍ତୁ: Election Commission: ଏସ୍‌ଆଇଆର ଡ୍ୟୁଟିରେ ନି‌ୟୋଜିତ ବିଏଲ୍‌ଓ ପାଇବେ ୬ ହଜାର ଟଙ୍କାର ଅତିରିକ୍ତ ପାରିଶ୍ରମିକ ହେରମ୍ବଙ୍କ ଶ୍ୱଶୁର କହିଛନ୍ତି, ସମ୍ପୃକ୍ତ କର୍ତ୍ତୃପକ୍ଷ ପରିବାରକୁ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି।

ପରିବାର ସଦସ୍ୟମାନେ ତାଙ୍କ ସୁରକ୍ଷିତ ଫେରିବା ଆଶାରେ ଅପେକ୍ଷା କରିଥିଲେ।

କିନ୍ତୁ ଶେଷରେ ଏହି ଦୁଃଖଦ ଖବର ମିଳିଥିବାରୁ ସମସ୍ତେ ଭାଙ୍ଗି ପଡ଼ିଛନ୍ତି।

ଏହି ଘଟଣା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟସ୍ଥାନୀୟ କର୍ତ୍ତୃପକ୍ଷ ଓ ଜାହାଜ ପରିଚାଳନା କମ୍ପାନି ସହ ଯୋଗାଯୋଗରେ ରହିଛି।

ମୃତଦେହକୁ ଭାରତ ଆଣିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଚାଲିଥିବାବେଳେ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।