16 JULY 2026

Welcome!

Unlock your personalized experience.
Sign Up

Indian sailor: ସମୁଦ୍ରରେ ଥିବା ପ୍ରତ୍ୟେକ ଭାରତୀୟ ନାବିକଙ୍କ ଉପରେ ରହିବ ନଜର

Jul 15, 2026 - 20:25
Indian sailor: ସମୁଦ୍ରରେ ଥିବା ପ୍ରତ୍ୟେକ ଭାରତୀୟ ନାବିକଙ୍କ ଉପରେ ରହିବ ନଜର

ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ସମୁଦ୍ରପଥରେ ବଢ଼ୁଥିବା ସୁରକ୍ଷା ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ‘ସିଫେରର-ଫାଷ୍ଟ’ ନୀତିକୁ ଆହୁରି ସୁଦୃଢ଼ କରିଛନ୍ତି। ଏହି ପଦକ୍ଷେପ ଅନୁସାରେ, ଜାହାଜ ଅନ୍ୟ ଦେଶର ପତାକା ତଳେ ଚାଲୁଥିଲେ ମଧ୍ୟ, ସେଥିରେ କାର୍ଯ୍ୟରତ ପ୍ରତ୍ୟେକ ଭାରତୀୟ ନାବିକଙ୍କ ସୁରକ୍ଷା ଓ ଅବସ୍ଥିତି ଉପରେ ନଜର ରଖାଯିବ। ଏହା ସହ ଜରୁରୀ ପରିସ୍ଥିତିରେ ସେମାନଙ୍କୁ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ଏକ ସମନ୍ୱିତ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରାଯାଇଛି।

ଆହୁରି ପଢନ୍ତୁ: Puri Rath Yatra: କାଳିଆ ସାଆନ୍ତଙ୍କୁ ଅପେକ୍ଷା

ସରକାରୀ ସୂତ୍ର ଅନୁସାରେ, ଇରାନ-ଇସ୍ରାଏଲ ସଂଘର୍ଷ ଏବଂ ପଶ୍ଚିମ ଏସିଆର ଅସ୍ଥିର ପରିସ୍ଥିତି ପରେ ସମୁଦ୍ରପଥରେ କାର୍ଯ୍ୟରତ ଭାରତୀୟ ନାବିକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ପୂର୍ବରୁ ଭାରତୀୟ ପତାକାବାହୀ ଜାହାଜ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିଲା ବେଳେ ଏବେ ବିଦେଶୀ ପତାକାବାହୀ ଜାହାଜରେ କାର୍ଯ୍ୟରତ ଭାରତୀୟ ନାବିକମାନଙ୍କୁ ମଧ୍ୟ ସମାନ ଭାବେ ନଜରରେ ରଖାଯିବ।

ଆହୁରି ପଢନ୍ତୁ:Switzerland: ନା ତେଲଖଣି, ନା ଖଣିଜ ପଦାର୍ଥ, ତଥାପି ବି କେମିତି ସମୃଦ୍ଧ ସ୍ୱିଜରଲ୍ୟାଣ୍ଡ

ଏହି ନୂଆ ବ୍ୟବସ୍ଥା ଅନୁସାରେ, ବିଶ୍ୱର ବିଭିନ୍ନ ସମୁଦ୍ରପଥରେ କାର୍ଯ୍ୟରତ ଭାରତୀୟ ନାବିକଙ୍କତଥ୍ୟକୁ କେନ୍ଦ୍ରୀୟ ଭାବେ ସଂଗ୍ରହ କରାଯାଉଛି। କେଉଁ ଜାହାଜରେ କେତେଜଣ ଭାରତୀୟ ଅଛନ୍ତି, ଜାହାଜ କେଉଁଠାରେ ଅଛି ଏବଂ କୌଣସି ବିପଦ ଦେଖାଦେଲେ କିପରି ଶୀଘ୍ର ସହାୟତା ଯୋଗାଇ ହେବ, ସେଥିପାଇଁ ଏକ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି।

ଆହୁରି ପଢନ୍ତୁ: Supriya Sule: ସୁପ୍ରିୟା ସୁଲେଙ୍କ ସ୍ପଷ୍ଟୀକରଣ: ବିଜେପି ସହ ଗୁପ୍ତ ଆଲୋଚନା ହୋଇନାହିଁ

ସୂତ୍ର ଅନୁସାରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ନୌପରିବହନ ମହାନିର୍ଦ୍ଦେଶାଳୟ, ଭାରତୀୟ ନୌସେନା, ଉପକୂଳ ସୁରକ୍ଷା ବାହିନୀ ଓ ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକ ମଧ୍ୟରେ ନିୟମିତ ସୂଚନା ଆଦାନପ୍ରଦାନ ଚାଲିଛି। ଏହା ଫଳରେ କୌଣସି ସମୁଦ୍ର ଅଞ୍ଚଳରେ ସୁରକ୍ଷା ସଙ୍କଟ ସୃଷ୍ଟି ହେଲେ ଭାରତୀୟ ନାବିକମାନଙ୍କ ଅବସ୍ଥିତି ତୁରନ୍ତ ଜାଣିହେବ ଏବଂ ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।