Cabinet: କେନ୍ଦ୍ର କ୍ୟାବିନେଟ୍‌: ୨.୧୯ ଲକ୍ଷ କୋଟିର ପ୍ରସ୍ତାବ ମଞ୍ଜୁର

Jul 15, 2026 - 20:46
Cabinet: କେନ୍ଦ୍ର କ୍ୟାବିନେଟ୍‌: ୨.୧୯ ଲକ୍ଷ କୋଟିର ପ୍ରସ୍ତାବ ମଞ୍ଜୁର

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ୨,୧୯,୩୫୩ କୋଟି ଟଙ୍କାର ପ୍ରସ୍ତାବ ମଞ୍ଜୁର ହୋଇଥିଲା।

ସେମିକନ୍‌ ୨.୦ ପାଇଁ ୧,୨୭,୫୦୦ କୋଟି ଟଙ୍କା, ମୋବାଇଲ୍‌ ଫୋନ୍‌ ବିନିର୍ମାଣ ‌ଯୋଜନା ପାଇଁ ୬୨,୫୦୦ କୋଟି ଟଙ୍କା ଓ ପାରାଦୀପ-ହରିଦାସପୁର ରେଳପଥର ‌ଦୋହରୀକରଣ ପାଇଁ ୧,୩୬୫ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି।ସେମିକନ୍‌ ୨.୦ ଯୋଜନା ଭାରତର ସେମିକଣ୍ଡକ୍ଟର ଡିଜାଇନ ଓ ବିନିର୍ମାଣ ପରିସଂସ୍ଥାକୁ ସୁଦୃଢ଼ କରିବ।

Advertisment ଏହାର ଥିବା ଛଅଟି ସ୍ତମ୍ଭ ହେଉଛି ଡିଜାଇନ, ମେସିନ୍‌ ଓ କଞ୍ଚାମାଲ, ଫ୍ୟାବ୍‌ ୟୁନିଟ୍‌ ସ୍ଥାପନ, ଏଟିଏମ୍‌ପି/ଓଏସ୍‌ଏଟି ଶିଳ୍ପର ସୁଦୃଢ଼ୀକରଣ, ଗବେଷଣା ଓ ବିକାଶ ଏବଂ ପ୍ରତିଭା ବିକାଶ।

ଆଜିର ବୈଠକରେ ୟୁରିଆ ପାଇଁ ଜାତୀୟ ନିବେଶ ନୀତି ୨୦୨୬ ମଧ୍ୟ ମଞ୍ଜୁର ହୋଇଥିଲା।

ଏହା ଅଧୀନରେ ଗ୍ୟାସ୍‌ ଆଧାରିତ ନୂଆ ୟୁରିଆ କାରଖାନା ସ୍ଥାପନକୁ ଉତ୍ସାହିତ କରାଯିବ।

୨୦୧୨ର ନୀତି ତୁଳନାରେ ଏଥିରେ କେତେକ ପରିବର୍ତ୍ତନ କରାଯାଇଛି।

ଆହୁରି ପଢନ୍ତୁ:Indian sailor: ହର୍ମୁଜରେ ଜାହାଜ ଉପରେ ଆକ୍ରମଣ ପରେ ନିଖୋଜ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି ସ୍ଥାୟୀ ଓ ପରିବର୍ତ୍ତନଶୀଳ ଖର୍ଚ୍ଚକୁ ଅଲଗା କରାଯାଇଛି।

୧୨% ହାରରେ ଇକ୍ବିଟି ଉପରେ ରିଟର୍ଣ୍ଣ ବ୍ୟବସ୍ଥା ଲାଗୁ କରାଯାଇଛି।

ବୈଦେଶିକ ମୁଦ୍ରା ବିନିମୟ ମୂଲ୍ୟରେ ହେଉଥିବା ପରିବର୍ତ୍ତନରୁ ସୁରକ୍ଷା ଦେବା ପାଇଁ ଚାରିବର୍ଷ ପରେ ସ୍ଥାୟୀ ଖର୍ଚ୍ଚକୁ ଭାରତୀୟ ଟଙ୍କାରେ ରୂପାନ୍ତରିତ କରାଯିବ।

ନୀତିରେ ଏହି ପରିବର୍ତ୍ତନ ଦ୍ବାରା ପ୍ରତି ନୂଆ କାରଖାନା ସ୍ଥାପନ ପିଛା ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।