Indian Railways: ଜମ୍ମୁ କଶ୍ମୀର ପାଇଁ ତୃତୀୟ ବନ୍ଦେ ଭାରତ ଟ୍ରେନ୍ ଘୋଷଣା; ଲୋକେ ପଚାରିଲେ ଏହି ପ୍ରଶ୍ନ
"ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଜମ୍ମୁ-କଶ୍ମୀର ମଧ୍ୟରେ ତୃତୀୟ ବନ୍ଦେ ଭାରତ ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତୁତି କରୁଛି।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନେଇ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ "ଏକ୍ସ"ରେ ଏନେଇ ଘୋଷଣା କରିଛନ୍ତି।
ଏହି ଟ୍ରେନ୍କୁ ଜମ୍ମୁରୁ ଶ୍ରୀନଗର ମଧ୍ୟରେ ଚଳାଚଳ କରାଯିବ।
ବନ୍ଦେ ଭାରତର ନେଟ୍ୱର୍କ ବଢ଼ାଇବା ଉଦ୍ଦେଶ୍ୟରେ ଏହି ଘୋଷଣା କରାଯାଇଛି।
Advertisment ଜମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ଚଳାଚଳ କରିବାକୁ ଥିବା ତୃତୀୟ ବନ୍ଦେ ଭାରତ ଟ୍ରେନ୍, ଉଦ୍ଦମପୁର ଦେଇ ଗଡ଼ିବ।
ତୃତୀୟ ବନ୍ଦେ ଭାରତ ଟ୍ରେନ୍ ସର୍ଭିର ଉଦ୍ଦେଶ୍ୟ ହେଲା ଯାତ୍ରୀଙ୍କୁ ଏକ ଭିନ୍ନ ଯାତ୍ରାରୁଟ ଉପଲବ୍ଧ କରାଇବା ଏବଂ ଉଭୟ ସହର ମଧ୍ୟରେ ଟ୍ରେନ୍ କ୍ଷମତା ବଢ଼ାଇବା।
କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ସ୍ଥାନୀୟ ଜନତାଙ୍କ ଆବଶ୍ୟକତା ଏବଂ ଆମର ଦାବି ଅନୁଯାୟୀ ରେଳ ମନ୍ତ୍ରାଳୟ ଜମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଉଦ୍ଦମପୁରକୁ ଗୁରୁତ୍ବ ଦେଇଛି।
ଏହା ଉଦ୍ଦମପୁର ପାଇଁ ଖୁସି ଖବର।
ରେଳମନ୍ତ୍ରୀ ଚିଠିରେ ସୂଚନା ଦେଇଛନ୍ତି ଯେ, ଏହି ଟ୍ରେନ୍ ୨୬୪୦୭/୨୬୪୦୮ ହେବ।
ଏହି ଟ୍ରେନ୍ ଚେନାବ ବ୍ରିଜ୍ ଉପରେ ଗତି କରିବ, ଯାହା ଇଫିଲ ଟାୱାର ଠାରୁ ଉଚ୍ଚ ଏବଂ ବିଶ୍ବର ସବୁଠାରୁ ଉଚ୍ଚ ପୋଲ।
ଏହି ଟ୍ରେନ୍ର ରହଣୀରେ ଉଦ୍ଦମପୁରକୁ ସାମିଲ କରାଯାଇଛି। "ଚେନାବ ଚକ୍ରବ୍ୟୂହ" ପାକିସ୍ତାନର ଆତଙ୍କୀ ମାର୍ଗକୁ ବନ୍ଦ କରିଛି: ଚୀନ୍ ମଧ୍ୟ ଚିନ୍ତିତ ଏହାରି ମଧ୍ୟରେ ଅନେକ ଲୋକ କେନ୍ଦ୍ରମନ୍ତ୍ରୀଙ୍କୁ ଆଉ ଏକ ପ୍ରଶ୍ନ କରୁଛନ୍ତି।
ସାମାଜିକ ଗଣମାଧ୍ୟମରେ ହୋଇଥିବା ପୋଷ୍ଟରେ କମେଣ୍ଟ କରୁଛନ୍ତି।
ଅଙ୍କିତସିଂହ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଲୋକଙ୍କର ଦାବି ହେଲା ଜମ୍ମୁରୁ ଶ୍ରୀନଗରକୁ ଏକ ଲୋକାଲ ଟ୍ରେନ୍ର ବ୍ୟବସ୍ଥା କରାଯାଉ।
ଏହି ଟ୍ରେନ୍ ସବୁ ଷ୍ଟେସନରେ ରହଣୀ କଲେ ସାଧାରଣ ଜନତା ଉପକୃତ ହେବେ।
ଦୟାକରି ଏଥି ପ୍ରତି ଧ୍ୟାନ ଦିଆଯାଉ।
ସେହିପରି ଅନ୍ୟ ଜଣେ ବ୍ୟକ୍ତି ଅଜୁ ଲେଖିଛନ୍ତି, ଆମକୁ ଶ୍ରୀନଗର ପର୍ଯ୍ୟନ୍ତ ଏକ ଲୋକାଲ ଟ୍ରେନ୍ ଦରକାର।
Good news for #Udhampur!In response to a popular public demand of the local population and an earnest request made by us, the Railway Ministry has agreed to include Udhampur as a stopover for the third and new #VandeBharat Express between Jammu and Srinagar.This is yet again… pic.twitter.com/QyDizFbxle — Dr Jitendra Singh (@DrJitendraSingh) August 20, 2026 ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ଗତବର୍ଷ ଜୁନ ୬ ତାରିଖ ଦିନ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ସେବା ଆରମ୍ଭ କରିଥିଲା।
ଆରମ୍ଭରୁ ଏହାର ଶ୍ରୀମାତା ବୈଷ୍ଣୋଦେବୀ ଏବଂ ଶ୍ରୀନଗର ମଧ୍ୟରେ ଚଳାଚଳ କରିଥିଲା।
ଚଳିତ ବର୍ଷ ଏପ୍ରିଲ ୩୦ ତାରିଖରେ ଏହି ଟ୍ରେନ୍କୁ ଜମ୍ମୁ ତାବି ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଥିଲା।
ଏହା ଦ୍ବାରା ଜମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ସିଧାସଳଖ ବନ୍ଦେ ଭାରତ ସଂଯୋଗ ହୋଇପାରିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

