Indian hockey: ଭାଙ୍ଗିଲା ଭାରତୀୟ ହକିପ୍ରେମୀଙ୍କ ହୃଦୟ: ଆର୍ଜେଣ୍ଟିନାଠୁ ହାରି ପୁରୁଷ ବି ବିଦାୟ ନେଲେ

Aug 25, 2026 - 05:47
Indian hockey: ଭାଙ୍ଗିଲା ଭାରତୀୟ ହକିପ୍ରେମୀଙ୍କ ହୃଦୟ: ଆର୍ଜେଣ୍ଟିନାଠୁ ହାରି ପୁରୁଷ ବି ବିଦାୟ ନେଲେ

"ଆମ୍‌ଷ୍ଟେଲଭିନ୍‌: ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌ରେ ଭାରତୀୟ ପୁରୁଷଦଳର ଅଭିଯାନ ନୈରାଶ୍ୟଜନକ ଭାବେ ଶେଷ ହୋଇଛି।

ସୋମବାର ଦ୍ୱିତୀୟ ରାଉଣ୍ଡର ଏକ ଗୁରୁତ୍ୱପୂର୍ଣ୍ଣ ପୁଲ୍‌ ମ୍ୟାଚ୍‌ରେ ଭାରତ ୩-୫ ଗୋଲ୍‌ରେ ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇ ସେମିଫାଇନାଲ୍‌ ଦୌଡ଼ରୁ ଆନୁଷ୍ଠାନିକ ଭାବେ ବାଦ୍‌ ପଡ଼ିଛି।

ଏହା ପୂର୍ବରୁ ଭାରତୀୟ ମହିଳା ହକି ଦଳ ରବିବାର ରାତିରେ ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ମୁକାବିଲାକୁ ଗୋଲ୍‌ ଶୂନ୍ୟ ଭାବେ ଡ୍ର" ରଖି ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲା।

ଉଭୟ ଦଳର ବିଦାୟ ପରେ ଭାରତୀୟ ହକିପ୍ରେମୀଙ୍କ ହୃଦୟ ଭାଙ୍ଗି ଚୂରମାର ହୋଇଯାଇଛି।

Advertisment Hockey World Cup: ପାକିସ୍ତାନକୁ ହରାଇଲା ଭାରତ; ଏବେ ଟାର୍ଗେଟ୍‌ରେ ଅଲିମ୍ପିକ୍ସ ଚାମ୍ପିଅନ୍‌ ଦଳ ଭାରତୀୟ ପୁରୁଷ ଦଳ ପାଇଁ ସେମିଫାଇନାଲ୍‌ ଆଶା ବଜାୟ ରଖିବା ଲାଗି ଅତିକମ୍‌ରେ ଦୁଇଟି ଗୋଲ୍‌ ବ୍ୟବଧାନରେ ଆର୍ଜେଣ୍ଟିନାକୁ ହରାଇବାର ଆବଶ୍ୟକତା ଥିଲା।

ଏହାର ବିପରୀତ ଭାରତୀୟ ଦଳ ଦୁଇଟି ଗୋଲ୍‌ ବ୍ୟବଧାନରେ ପରାଜିତ ‌ହୋଇ ଦୁଃଖଦ ବିଦାୟ ନେଇଥିଲା।

ସୋମବାର ସଂଧ୍ୟାର ଏହି ମ୍ୟାଚ୍‌ରେ ଆରମ୍ଭରୁ ଭାରତ ଚାପରେ ରହିଥିଲା।

ଆର୍ଜେଣ୍ଟିନା ପକ୍ଷରୁ ଜୋଆକିନ୍‌ ଟୋସ୍କାନି ପ୍ରଥମ ମିନିଟ୍‌ରେ ଗୋଲ୍‌ କରି ନିଜ ଦଳକୁ ଆଗୁଆ କରିଥିଲେ।

ଏହାର କିଛି ସମୟ ପରେ ଷଷ୍ଠ ମିନିଟ୍‌ରେ ନିକୋଲାସ୍‌ ଡେଲା ଟୋରେ ଆଉ ଏକ ଗୋଲ୍‌ କରି ଭାରତ ଉପରେ ଚାପ ବଢ଼ାଇଥିଲେ।

Hockey World Cup 2026: ବିଶ୍ବକପ୍‌ରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ; ୧୬ ବର୍ଷ ପରେ ହୋଇଥିଲା ମୁକାବିଲା ଦ୍ୱିତୀୟାର୍ଦ୍ଧରେ ଟୋମାସ୍‌ ଡୋମେନେ ୩୩ତମ ଓ ୪୫ତମ ମିନିଟ୍‌ରେ ଦୁଇଟି ଗୋଲ୍‌ କରିଥିଲେ।

ଟୋସ୍କାନି ମଧ୍ୟ ୫୩ତମ ମିନିଟ୍‌ରେ ନିଜର ଦ୍ୱିତୀୟ ଗୋଲ୍‌ କରି ଆର୍ଜେଣ୍ଟିନାର ବିଜୟ ପ୍ରାୟ ନିଶ୍ଚିତ କରିଦେଇଥିଲେ।

ଭାରତ ପାଇଁ ସୁଖଜିତ ସିଂହ ୩୪ତମ ଓ ୫୮ତମ ମିନିଟ୍‌ରେ ଦୁଇଟି ଫିଲ୍ଡ ଗୋଲ୍‌ କରିଥିଲେ।

ଏହାଛଡ଼ା ମ୍ୟାଚ୍‌ର ୩୬ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍‌କୁ ହାର୍ଦ୍ଦିକ ସିଂହ ଗୋଲ୍‌ରେ ପରିଣତ କରିଥିଲେ।

ତେବେ ଆର୍ଜେଣ୍ଟିନାର ଆକ୍ରମଣକୁ ରୋକିବାରେ ବିଫଳ ହେବାରୁ ଶେଷରେ ଭାରତ ୩-୫ ପରାଜୟ ସହ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା।

ଭାରତ ଏବେ ପଞ୍ଚମ-ଷଷ୍ଠ କ୍ଲାସିଫିକେସନ୍‌ ମ୍ୟାଚ୍‌ ଖେଳି ସମ୍ମାନର ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)