Indian footballers: ଭାରତୀୟ ଫୁଟବଲର୍‌ଙ୍କୁ ପାକ୍‌ ଖେଳାଳିଙ୍କ ଗାର୍ଡ ଅଫ୍‌ ଅନର୍‌

Nov 19, 2026 - 06:38
Indian footballers: ଭାରତୀୟ ଫୁଟବଲର୍‌ଙ୍କୁ ପାକ୍‌ ଖେଳାଳିଙ୍କ ଗାର୍ଡ ଅଫ୍‌ ଅନର୍‌

ଢାକା: ସାଫ୍‌ ଚାମ୍ପିଅନ୍‌ସିପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭାରତ ରେକର୍ଡ ଦଶମ ଥର ପାଇଁ ବିଜେତା ହୋଇଛି।

ମଙ୍ଗଳବାର ଫାଇନାଲ୍‌ରେ ଭାରତ ୨-୧ ଗୋଲ୍‌ରେ ପାକିସ୍ତାନକୁ ହରାଇ କ୍ରମାଗତ ତୃତୀୟ ଥର ଟ୍ରଫି ଜିତିଛି।

ତେବେ ମ୍ୟାଚ୍‌ ପରେ ଉଭୟ ଦଳର କ୍ରୀଡ଼ାସୁଲଭ ଆଚରଣ ବିଶେଷ ଚର୍ଚ୍ଚାର ବିଷୟ ହୋଇଛି।

ମ୍ୟାଚ୍‌ ପରେ ଭାରତୀୟ ଖେଳାଳିମାନେ ପରାଜିତ ପାକିସ୍ତାନ ଖେଳାଳିଙ୍କୁ ସାନ୍ତ୍ୱନା ଦେଇଥିଲେ।

ଏହାର ଜବାବରେ ପାକିସ୍ତାନ ଦଳ ଭାରତୀୟ ଖେଳାଳିଙ୍କୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରିଥିଲା।

ଭାରତୀୟ ଖେଳାଳିମାନେ ହାତ ମିଳାଇ ଏହି ସମ୍ମାନର ଜବାବ ଦେଇଥିଲେ।

ପ୍ରଥମ ଥର ସାଫ୍‌ ଫାଇନାଲ୍‌ ଖେଳିଥିବା ପାକିସ୍ତାନ ପାଇଁ ଏହି ପରାଜୟ ନିରାଶାଜନକ ହୋଇଥିଲେ ମଧ୍ୟ ମ୍ୟାଚ୍‌ ପରବର୍ତ୍ତୀ ଏହି ଦୃଶ୍ୟ ଫୁଟ୍‌ବଲ୍‌ରେ ଖେଳୁଆଡ଼ ମନୋଭାବର ଉଦାହରଣ ପାଲଟିଥିଲା।

Advertisment Football: ଭାରତୀୟ ଫୁଟ୍‌ବଲ୍‌ ମହାସଂଘ ଏଏଫ୍‌ସିର ଦ୍ବାରସ୍ଥ ପ୍ରଥମାର୍ଦ୍ଧରେ ଆଲମଗିର ଗାଜିଙ୍କ ଗୋଲ୍‌ ବଳରେ ପାକିସ୍ତାନ ୧-୦ରେ ଆଗୁଆ ରହିଥିଲା।

ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଜୁନୈଦ ଶାହଙ୍କୁ ରେଡ୍‌କାର୍ଡ ମିଳିବା ପରେ ଭାରତ ସଂଖ୍ୟାଧିକ ଖେଳାଳିଙ୍କ ସୁଯୋଗ ନେଇଥିଲା।

ସୁହେଲ ଅହମ୍ମଦ ଭଟ୍ଟ ଗୋଲ୍‌ ଦେଇ ସ୍ଥିତି ବରାବର କରିଥିଲେ।

ମ୍ୟାଚ୍‌ ଶେଷ ହେବାର ଦୁଇ ମିନିଟ୍‌ ପୂର୍ବରୁ ସନ୍ଦୀପ ମାଣ୍ଡି ହେଡର୍‌ ଜରିଆରେ ବିଜୟସୂଚକ ଗୋଲ୍‌ ଦେଇଥିଲେ।

ସୁହେଲ ଟୁର୍ଣ୍ଣାମେଣ୍ଟର ଗୋଲ୍ଡେନ୍‌ ବୁଟ୍‌ ଓ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ।

Football: ଫୁଟ୍‌ବଲ୍‌କୁ ଫେରିଲେ ରୋନାଲ୍‌ଡିନୋ: ରେଭେନ୍ନାକୁ ଦେଲେ ବିଜୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)