Indian: ଆମେରିକା ମୁଦ୍ରାନୀତି କମିଟିରେ ୩ ଭାରତୀୟ

Jul 16, 2026 - 17:56
Indian: ଆମେରିକା ମୁଦ୍ରାନୀତି କମିଟିରେ ୩ ଭାରତୀୟ

"ୱାସିଂଟନ: ଆମେରିକାର ମୁଦ୍ରାନୀତି କମିଟିରେ ତିନି ଜଣ ଭାରତୀୟଙ୍କୁ ନିଯୁକ୍ତି ମିଳିଛି।

ସେମାନେ ହେଉଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ, ଦିଲ୍ଲୀରେ ଜନ୍ମିତ ଅର୍ଥନୀତିଜ୍ଞ ରାଜ ଚେଟ୍ଟି ଓ ଏକ୍ସବକ୍ସର ସିଇଓ ଆଶା ଶର୍ମା।

ଆମେରିକାର ଫେଡେରାଲ ରିଜର୍ଭର ଅଧ୍ୟକ୍ଷ କେଭି ୱାର୍ସ ଏହି ତିନି ଜଣଙ୍କୁ ନିଯୁକ୍ତି ଦେଇଛନ୍ତି।Advertisment ବଡ଼ଦାଣ୍ଡରେ ଗଡ଼ିଲା ରଥ; ଶରଧାବାଲି ଅଭିମୁଖେ ତାଳଧ୍ବଜ କମିଟିରେ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ‌ମେରଭିନ କିଙ୍ଗ, ୱାଲମାର୍ଟର ପୂର୍ବତନ ସିିଇଓ ଡଗ ମ୍ୟାକମିଲନ, ନୋବେଲ ବିଜେତା ଥୋମାସ ସର୍ଜେଣ୍ଟ ଓ ସିଲିକନ ଭ୍ୟାଲିର ଭେଞ୍ଚର କ୍ୟାପିଟାଲିଷ୍ଟ ମାର୍କ ଆଣ୍ଡ୍ରେସେସନ ମଧ୍ୟ ରହିଛନ୍ତି।

କମିଟିରେ ରାଜନଙ୍କ ଦାୟିତ୍ବ ହେଉଛି ବାଲାନ୍ସ ସିଟ୍‌ ନୀତିର ସମୀକ୍ଷା କରିବା।

ରାଜ ଚେଟ୍ଟି ଡାଟା କମିଟିର ସହ-ନେତୃତ୍ବ ନେ‌ବେ।

ଆଶା ଶର୍ମାଙ୍କୁ ଏଆଇ ଓ ନିଯୁକ୍ତି ସମୀକ୍ଷା ଦାୟିତ୍ବ ପ୍ରଦାନ କରାଯାଇଛି।

ଫେଡେରାଲ ରିଜର୍ଭ ତରଫରୁ ପାଞ୍ଚଟି ଟାସ୍କଫୋର୍ସ ମଧ୍ୟ ଗଠନ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।