India vs West Indies 5th T20I: ଶନିବାର ଭାରତ-ୱେଷ୍ଟଇଣ୍ଡିଜ୍‌ ନିର୍ଣ୍ଣାୟକ ମୁକାବିଲା: ପୁଣି ବଡ଼ ସ୍କୋର୍‌ ସମ୍ଭାବନା

Oct 16, 2026 - 15:54
India vs West Indies 5th T20I: ଶନିବାର ଭାରତ-ୱେଷ୍ଟଇଣ୍ଡିଜ୍‌ ନିର୍ଣ୍ଣାୟକ ମୁକାବିଲା: ପୁଣି ବଡ଼ ସ୍କୋର୍‌ ସମ୍ଭାବନା

"ବେଙ୍ଗାଲୁରୁ: ଭାରତ ଓ ୱେଷ୍ଟଇଣ୍ଡିଜ୍‌ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଶନିବାର ବେଙ୍ଗାଲୁରୁସ୍ଥିତ ଏମ୍‌.

ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯିବ।

ଏଠାରେ ମଧ୍ୟ ପୂର୍ବ ମ୍ୟାଚ୍‌ ଭଳି ବଡ଼ ସ୍କୋର୍‌ ସମ୍ଭାବନା ରହିଛି।

ହେଲେ ବର୍ଷା ଏଥିରେ ବାଧକ ସାଜିପାରେ।

ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍‌ ଜିତିଥିବାରୁ ସଂପ୍ରତି ଶୃଙ୍ଖଳା ୨-୨ ସମାନ ସ୍ତରରେ ରହିଛି।

ଲକ୍ଷ୍ନୌ ଓ ଇନ୍ଦୋରରେ ଯଥାକ୍ରମେ ପ୍ରଥମ ଓ ତୃତୀୟ ଟ୍ବେଣ୍ଟି-୨୦ ଭାରତ ଜିତିଥିବା ବେଳେ ରାଞ୍ଚି ଓ ହାଇଦ୍ରାବାଦରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ବିଜୟୀ ହୋଇଥିଲା।

ଫଳରେ ବେଙ୍ଗାଲୁରୁ ମ୍ୟାଚ୍‌ ଯିଏ ଜିତିବ ‌ସେ ଶୃଙ୍ଖଳା ହାତେଇବ।

ତେଣୁ ଉଭୟ ଦଳ ପାଇଁ ଶନିବାର ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ।Advertisment ଭାରତ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ୍‌ ଏହି ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଛି।

ସାଇ ହୋପ୍‌ଙ୍କ ନେତୃତ୍ବାଧୀନ ଏହି ଦଳ ଦିନିକିଆରେ ୩୫୨ ରନ୍‌ ବିଶାଳ ଲକ୍ଷ୍ୟକୁ ହାସଲ କରିଥିଲା ବେଳେ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ୨୫୦ ରନ୍‌ର ଲକ୍ଷ୍ୟ ପୂରଣ କରି ଭାରତକୁ ଚକିତ କରିଛି।

ଏଥିସହ ହାଇଦ୍ରାବାଦରେ ଗତ ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ବରାବର ସ୍ଥିତିରେ ରଖିଛି ଭ୍ରମଣକାରୀ ଦଳ।

ଏହି ଶୃଙ୍ଖଳାରେ ଏପର୍ଯ୍ୟନ୍ତ ବ୍ୟାଟର୍‌ମାନଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ବେଳେ ବୋଲରମାନେ ପ୍ରଭାବହୀନ ରହିଛନ୍ତି।

ଏହି ଶୃଙ୍ଖଳାରେ ୧୧.୪୯ ରନ୍‌ ହାରରେ ରନ୍‌ ହୋଇଛି।

ବେଙ୍ଗାଲୁରୁ ବାଉଣ୍ଡାରୀ ଛୋଟ ଏବଂ ବଲ୍ ଭଲ ବାଉନ୍ସ ହେଉଥିବାରୁ ବଡ଼ ସ୍କୋର୍‌ ହେବାର ସମ୍ଭାବନା ରହିଛି।

ଉଭୟ ଦଳ ଗତ ମ୍ୟାଚ୍‌ରେ ଖେଳିଥିବା ଏକାଦଶରେ ଅଦଳବଦଳର କରିବାର ସମ୍ଭାବନା କମ୍‌ ରହିଛି।

ହେଲେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଆହତ ଥିବାରୁ ଖେଳିବା ନେଇ ସନ୍ଦେହ ରହିଛି।

ବୁଧବାର ମ୍ୟାଚ୍‌ରେ ବୋଲିଂ କରୁଥିବା ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା।

ମ୍ୟାଚ୍‌ ପୂର୍ବରୁ ତାଙ୍କ ସୁସ୍ଥତା ଦେଖି ବିଚାର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଚି।

ଅନ୍ୟପକ୍ଷରେ ଏହାକୁ ନଜରରେ ରଖି ବିସିସିଆଇ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଲାଗି ଭୁବନେଶ୍ବର କୁମାରଙ୍କୁ ଦଳରେ ସାମିଲ କରିଛି।

ସଞ୍ଜୁ ଓ ହୋପ୍‌ଙ୍କ ଉପରେ ନଜର ଏହି ଭାରତ ଗସ୍ତରେ ଅଧିନାୟକ ହୋପ୍‌ଙ୍କ ବ୍ୟାଟ୍‌ ଚମତ୍କାର ଚାଳିଛି।

ଦିନିକିଆରେ ସେ ୨୪୮ ବଲ୍‌ରୁ ୨୭୮ ଏବଂ ଟ୍ବେଣ୍ଟି-୨୦ ୧୩୫ ବଲ୍‌ରୁ ୨୬୧ ରନ୍‌ କରି ସାରିଛନ୍ତି।

ତେଣୁ ଆସନ୍ତା କାଲି ତାଙ୍କଠୁ ଆଉ ଏକ ଭଲ ପାଳି ଦର୍ଶକ ଅପେକ୍ଷା କରିଛନ୍ତି।

ଭାରତୀୟ ବ୍ୟାଟର୍‌ ସଞ୍ଜୁ ସାମ୍‌ସନ୍‌ ଶତକ ଅର୍ଜନ କରି ନଥିଲେ ମଧ୍ୟ ଟ୍ବେଣ୍ଟି-୨୦ରେ ୨ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି।

ଏପରିକି ହାଇଦ୍ରାବାଦରେ ସେ ଚତୁର୍ଥ ଓଭରରେ ନିଜର ଅର୍ଦ୍ଧଶତକ ପୂରଣ କରି ନେଇଥି‌ଲେ।

ପିଚ୍‌ ଓ ପାଣିପାଗଗତ ଆଇପିଏଲ୍‌ରେ ଏଠାରେ ବଡ଼ ସ୍କୋର୍‌ ଦେଖିବାକୁ ମିଳିଥିଲା।

ପିଚ୍‌ ପ୍ରସ୍ତୁତିରେ କିଛି ପରିବର୍ତ୍ତନ ହୋଇ ନଥିଲେ ପୁଣି ବଡ଼ ସ୍କୋର୍‌ ସମ୍ଭାବନା ରହିବ।

ହେଲେ, ଏଠାରେ ବର୍ଷା ହେବାର ସମ୍ଭାବନା ଥିବାରୁ ମ୍ୟାଚ୍‌ରେ ବାଧା ସୃଷ୍ଟି ହୋଇପାରେ।

ବର୍ଷା ନହେଲେ ମଧ୍ୟ କାକାର ପଡ଼ିବାର ସମ୍ଭାବନା ରହିଛି।

ତେଣୁ ଟସ୍‌ ଜିତିଥିବା ଦଳ ପ୍ରଥମେ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇପାରେ।

ଭାରତ (ସମ୍ଭାବ୍ୟ ୧୧): ଅଭିଷେକ ଶର୍ମା, ସଞ୍ଜୁ ସାମସନ୍‌ (ୱିକେଟ୍‌କିପର), ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ନମନ ଧୀର, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ଅର୍ଶଦୀପ ସିଂହ/ଭୁବନେଶ୍ବର କୁମାର।ୱେଷ୍ଟଇଣ୍ଡିଜ୍‌ (ସମ୍ଭାବ୍ୟା ୧୧): ସାଇ ହୋପ (ଅଧିନାୟକ, ୱିକେଟ୍‌କିପର), ଜେୱେଲ ଆଣ୍ଡ୍ରିଉ, ସିମରନ୍‌ ହେଟମାୟର, ରୋଭମାନ୍‌ ପାୱେଲ୍‌, ସେରଫାନ୍‌ ରଦରଫୋର୍ଡ, ରୋମାରିଓ ସେଫର୍ଡ, ରସ୍ତନ ଚେଜ୍‌, ସମର ସ୍ପ୍ରିଙ୍ଗର, କିମୋ ପଲ୍‌, ସମର ଜୋସେଫ୍‌, ଗୁଡ଼କେଶ ମୋତି।

ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବାଜିମାତ୍, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)