India vs Sri Lanka Test: ଭାରତର ବିଶାଳ ସ୍କୋର; ଦେବଦତ୍ତଙ୍କ ୧୬୭ ରନ୍‌

Aug 16, 2026 - 18:42
India vs Sri Lanka Test: ଭାରତର ବିଶାଳ ସ୍କୋର; ଦେବଦତ୍ତଙ୍କ ୧୬୭ ରନ୍‌

"ଗାଲେ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଖେଳାଯାଉଛି।

ଏହି ମୁକାବିଲାର ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍‌ ୯ ୱିକେଟ୍‌ ହରାଇ ୪୬୦ ରନ୍‌ କରିଛି।

କୁଲଦୀପ ଯାଦବ ୧୨ ଏବଂ ପ୍ରସିଦ୍ଧ କୃଷ୍ଣା ୧ ରନ୍‌ କରି ଅପରାଜିତ ଅଛନ୍ତି।

ବର୍ଷା ପ୍ରଭାବିତ ମ୍ୟାଚ୍‌ର ଦ୍ବିତୀୟ ଦିନରେ କେବଳ ୪୩ ଓଭର ଖେଳାଯାଇ ପାରିଥିଲା।

Advertisment ଏହି ମୁକାବିଲାରେ ଭାରତୀୟ ଟିମ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ରେ ୩ଜଣ ସ୍ପିନର ଏବଂ ଦୁଇ ଜଣ ଦ୍ରୁତବୋଲରଙ୍କୁ ସାମିଲ କରିଛି।

ଶ୍ରୀଲଙ୍କା ପକ୍ଷରୁ କେଶର ନୁୱାଥା ନିଜର ଟେଷ୍ଟ ପଦାର୍ପଣ କରିଛନ୍ତି।

ମୁକାବିଲାର ପ୍ରଥମ ଦିନରେ ଭାରତର ପ୍ରଭାବ ଦେଖିବାକୁ ମିଳିଥିଲା।

ଯଶସ୍ବୀ ଜୟସ୍ବାଲ (୩୨ରନ୍‌) ଏବଂ କେଏଲ୍‌ ରାହୁଲ ୪୭ ରନ୍‌ର ପ୍ରାରମ୍ଭିକ ଭାଗିଦାରୀ ହୋଇଥିଲେ।

ଯଶସ୍ବୀଙ୍କ ଦୁର୍ଭାଗ୍ୟପୂଣ୍ଣ ଆଉଟ୍‌ ହେଲା ପରେ ଦେବଦତ୍ତ ପଡିକ୍କଲ ପଡ଼ିଆକୁ ଓହ୍ଲାଇଥିଲେ।

ସେ କେଏଲ୍‌ ରାହୁଲଙ୍କ ସହିତ ଦ୍ବିତୀୟ ୱିକେଟ୍‌ ପାଇଁ ଶତକୀୟ ଭାଗିଦାରୀ କରିଥିଲେ।

ପଡିକ୍କଲ ନିଜର ଟେଷ୍ଟ କ୍ୟାରିୟର ପ୍ରଥମ ଶତକ ହାସଲ କରିଛନ୍ତି।

ରାହୁଲ ୭୭ ରନ୍‌ରେ ରିଟାୟର୍ଡ ହଟ୍‌ ହୋଇଥିଲେ।

ପ୍ରଥମ ପାଳିରେ ଅଧିନାୟକ ଶୁଭମନ ଗିଲ୍‌ଙ୍କ ବ୍ୟାଟ୍‌ ନିଷ୍କ୍ରିୟ ହୋଇଥିଲା।

ସେ କେବଳ ୧୬ ରନ୍‌ ସଂଗ୍ରହ କରିଥିଲେ।

ବର୍ଷା ପ୍ରଭାବିତ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତ ୨ଟି ୱିକେଟ୍‌ ହରାଇଥିଲା।

ଦ୍ବିତୀୟ ଦିନର ଖେଳରେ ମଧ୍ୟ ବର୍ଷା ବାଧକ ସାଜିଥିଲା।

ପ୍ରଥମ ସେଶନ ମ୍ୟାଚ୍‌ ହୋଇପାରି ନଥିଲା।

ଦ୍ବିତୀୟ ସେଶନରେ କମ ଓଭର ଖେଳାଯାଇଥିଲା।

ଭାରତୀୟ ଟିମ୍‌ ପ୍ରଥମେ ଋଷଭ ପନ୍ତ (୩୯)ଙ୍କୁ ହରାଇଥିଲା।

ସେ କେଶରା ନୁୱାଥାଙ୍କ ଦ୍ବାରା ଶିକାର ହୋଇଥିଲେ।

ପନ୍ତ ଆଉଟ୍‌ ହେଲା ପରେ ରାହୁଲ ପୁଣି ଥରେ ବ୍ୟାଟିଂ କରିବାକୁ ଆସିଥିଲେ।

କିନ୍ତୁ ସେ ମଧ୍ୟ ଆଉଟ୍‌ ହୋଇଥିଲେ।

ରାହୁଲ ୧୦ଟି ଚୌକା ଏବଂ ଗୋଟିଏ ଛକା ବଳରେ ୧୭୫ଟି ବଲ୍‌ ଖେଳି ୮୨ ରନ୍‌ କରିଥିଲେ।

ଦେବଦତ୍ତ ପଡିକ୍କଲ ୧୫ଟି ଚୌକା ଏବଂ ଗୋଟିଏ ଛକା ବଳରେ ୧୬୭ ରନ୍‌ ସଂଗ୍ରହ କରିଥିଲେ।

ସେ ୨୩୦ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ।

ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ୧୩ ରନ୍‌ କରିଥିଲେ।

ଧ୍ରୁବ ଜୁରେଲ ୪ଟି ଚୌକା ଏବଂ ଗୋଟିଏ ଛକା ବଳରେ ୬୮ଟି ବଲ୍‌ ଖେଳି ୫୧ ରନ୍‌ କରିଥିଲେ।

Cricket: ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କ ହୃଦୟ ଜିତିବ ଆଫଗାନିସ୍ତାନର ପ୍ରସ୍ତାବ!

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media