India Stands With Venezuela: ଭେନେଜୁଏଲାକୁ ସମସ୍ତ ସହାୟତା ଯୋଗାଇ ଦେବ ଭାରତ

Jun 25, 2026 - 11:31
India Stands With Venezuela: ଭେନେଜୁଏଲାକୁ ସମସ୍ତ ସହାୟତା ଯୋଗାଇ ଦେବ ଭାରତ

ଭେନେଜୁଏଲାକୁ ସମସ୍ତ ସହାୟତା ଯୋଗାଇ ଦେବ ଭାରତ। ସୋସିଆଲ୍ ମିଡିଆରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୟଙ୍କର ଭୂମିକମ୍ପ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସଙ୍କଟର ଏହି ସମୟରେ ଭେନେଜୁଏଲା ସହ ଭାରତ ଦୃଢ଼ ଭାବେ ଠିଆ ହୋଇଥିବା କହିଛନ୍ତି ମୋଦି। ଆବଶ୍ୟକ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ବୋଲି ସେ ଆଶ୍ୱାସନା ଦେଇଛନ୍ତି।