India Rivers: ନେପାଳରେ ଭୟଙ୍କର ବନ୍ୟା: ଭାସିଭାସି ଭାରତକୁ ଆସୁଛି ମୃତଶରୀର

Aug 29, 2026 - 17:46
India Rivers: ନେପାଳରେ ଭୟଙ୍କର ବନ୍ୟା: ଭାସିଭାସି ଭାରତକୁ ଆସୁଛି ମୃତଶରୀର

"ନୂଆଦିଲ୍ଲୀ: ନେପାଳରେ ହୋଇଥିବା ଭୟଙ୍କର ବନ୍ୟାର ବିନାଶକାରୀ ପ୍ରଭାବ ଏବେ ଭାରତରେ ଦେଖିବାକୁ ମିଳିଛି।

ନାରାୟଣୀ ନଦୀର ବନ୍ୟାଜଳରେ ମୃତଦେହଗୁଡ଼ିକ ଭାସିଭାସି ଉତ୍ତର ପ୍ରଦେଶର ମହାରାଜଗଞ୍ଜ ପର୍ଯ୍ୟନ୍ତ ପହଞ୍ଚି ଗଲାଣି।

ମହାରାଜଗଞ୍ଜର ନାରାୟଣୀ ନଦୀରେ କେବଳ ପାଣି ପ୍ରବାହିତ ହେଉନାହିଁ ବରଂ ବିନାଶର ସଙ୍କେତ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ବନ୍ୟାଜଳ ସହିତ କାଠ, ଘରକରଣା ସାମଗ୍ରୀ ଏବଂ ଗ୍ୟାସ୍ ସିଲିଣ୍ଡ  ଭଳି ଅନେକ ଜିନିଷ ସମେତ ଅନେକ ମୃତଦେହ ଭାରତ ପାର୍ଶ୍ୱକୁ ବୋହିବୋହି ଆସୁଛି।

ଏପର୍ଯ୍ୟନ୍ତ ଚାରିଟି ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି ।

ଉଦ୍ଧାର ମୃତଦେହ ମଧ୍ୟରେ ତିନି ଜଣ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି।

Advertisment ମହାରାଜଗଞ୍ଜ ପ୍ରଶାସନ ତୁରନ୍ତ ମୃତଦେହ ଉଦ୍ଧାର ବିଷୟରେ ନେପାଳକୁ ସୂଚନା ଦେଇଛି।

ଚିହ୍ନଟରେ ସହାୟତା ପାଇଁ ଫଟୋଗ୍ରାଫ୍ ଏବଂ ଭିଡିଓ ମଧ୍ୟ ସେୟାର କରାଯାଇଛି।

ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଏବେ ନେପାଳ ପ୍ରଶାସନର ନିଷ୍ପତ୍ତି ଅପେକ୍ଷାରେ।ନଦୀ କୂଳରେ ନିୟୋଜିତ ଉଦ୍ଧାରକାରୀ ଦଳଗୁଡ଼ିକ ନିରନ୍ତର ଏଭଳି ପରିସ୍ଥିତି ଉପରେ ନଜର ରଖିଛନ୍ତି।

ମହମ୍ମଦ ସିରାଜଙ୍କୁ ରାଖୀ ବାନ୍ଧିଲେ ଜନାଇ ଭୋସଲେ, ସ୍ନେହଭରା ପୋଷ୍ଟ ଭାଇରାଲ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)