India Renewable Energy: ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ଏକ୍ସପୋ ୨୦୨୬: ୧.୧୭ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

Nov 04, 2026 - 03:15
India Renewable Energy: ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ଏକ୍ସପୋ ୨୦୨୬: ୧.୧୭ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ବର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ 'ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ଏକ୍ସପୋ-୨୦୨୬'ରେ ରାଜ୍ୟ ସରକାର ୧୮ଟି ଶିଳ୍ପସଂସ୍ଥା ସହିତ ବୁଝାମଣାପତ୍ର ସ୍ବାକ୍ଷର କରି ୧,୧୭,୫୫୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି।

ଏହି ନିବେଶ ହେଲେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷମତାରେ ୧୧,୭୪୨ ମେଗାୱାଟ୍‌ର ବୃଦ୍ଧି ଘଟିବ।

କାର୍ଯ୍ୟକ୍ରମରେ ରାଜ୍ୟ ଶକ୍ତି ବିଭାଗ ତରଫରୁ ହିନ୍ଦୁଜା ରିନ୍ୟୁଏବଲ୍‌ସ ଏନର୍ଜି ପ୍ରାଇଭେଟ୍‌ ଲିମିିଟେଡ୍‌, ରିନ୍ୟୁ ଗ୍ରିନ୍‌, ଶିବାଳୟ କନ୍‌ଷ୍ଟ୍ରକ୍ସନ୍‌ ଲିମିଟେଡ୍‌, ସୁଜ୍‌ଲନ୍‌ ରିନ୍ୟୁଏବଲ୍‌ ଡେଭେଲପ୍‌ମେଣ୍ଟ ଲିମିଟେଡ୍‌, ମେଘାମଣି ରିନ୍ୟୁ ଏନର୍ଜି, ଏଭରଗ୍ରିନ୍‌ ରିନ୍ୟୁଏବଲ୍‌ସ, ଦତ୍ତା ପାୱାର ଇନ୍‌ଫ୍ରା, ସିିଡି ହାଇଡ୍ରୋ, ଜିଏସ୍‌ପି ଇନ୍‌ଫ୍ରା, ବିରୁଧାକା ରିନ୍ୟୁଏବଲ୍‌ ଏନର୍ଜି, ଏମ୍‌ଏସିଏଲ୍‌ଇସି ଟେକ୍ନିକାଲ୍‌ ପ୍ରୋଜେକ୍ଟ ଲାବୋରେଟୋରି, ଫେନିସ୍‌ ହାଇଡ୍ରୋଜେନ୍‌, ରବି ରିନ୍ୟୁଏବଲ୍‌ସ, ଏକ୍ସପର୍ଟନେଷ୍ଟ ଓ ଇଣ୍ଡିଆ ଏନର୍ଜି ସୋଲାର ଆଲାଏନ୍ସ (ଆଇଇଏସ୍‌ଏ) ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା।

ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଶିକ୍ଷା, ବୈଷୟିକ, ଗବେଷଣା ଓ ସଂସ୍ଥାଗତ ସହଯୋଗିତା ବଢ଼ାଇବା ଲକ୍ଷ୍ୟ ନେଇ ଗ୍ରିଡ୍‌କୋ ତରଫରୁ ଭୋପାଳରେ ଥିବା ମୌଲାନା ଆଜାଦ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ମଧ୍ୟପ୍ରଦେଶ ଊର୍ଜା ବିକାଶ ନିଗମ ଲିମିଟେଡ୍‌ ଓ ଆଇଆଇଟି ଭୁବନେଶ୍ବର ସହିତ ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି।

Advertisment Demand: ସୀମନ୍ତ ଭଇଁସାବେଡା ଗାଁର ମୌଳିକ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ 'ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ସୁଯୋଗ' ସମ୍ପର୍କିତ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ୨୦୪୭ ସୁଦ୍ଧା ୭୪% ଶକ୍ତି ଅଣଜୀବାଶ୍ମ ଉତ୍ସରୁ ହାସଲ କରିବା ଭଳି ଲକ୍ଷ୍ୟ ରହିଛି।

ଶିଳ୍ପରେ ଅତିକମ୍‌ରେ ୩୩% ବିଦ୍ୟୁତ୍‌ ଆବଶ୍ୟକତାକୁ ପ୍ରତିଯୋଗିତାପୂର୍ଣ୍ଣ ହାର ସହ ସବୁଜ ଶକ୍ତି ଜରିଆରେ ପୂରଣ କରାଯିବ।

ଏଥିପାଇଁ 'ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା'ରେ ୧୫,୯୪୮ କୋଟି ମଞ୍ଜୁର କରାଯାଇଥିବା ସେ ସୂଚନା ଦେଇଥିଲେ।

ଓଡ଼ିଶାରେ ଅକ୍ଷୟ ଶକ୍ତି କାରଖାନା ସ୍ଥାପନ ପାଇଁ ସେ ନିବେଶକମାନଙ୍କୁ ଆମନ୍ତ୍ରଣ କରିଥିଲେ।

Volunteers: ଗଞାମ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ଏକାଠି ହେଲେ ଗୁଣପୁରିଆ କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓଡ଼ିଶାରେ ଅକ୍ଷୟ ଶକ୍ତି ଆଦି କ୍ଷେତ୍ରରେ ବ୍ୟାପକ ସୁଯୋଗ ଥିବା କହିଥିଲେ।

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶକ୍ତି କ୍ଷେତ୍ରର ଦୃଢ଼ ପ୍ରଦର୍ଶନ ଉପରେ ଆଲୋକପାତ କରିଥିଲେ।

କେନ୍ଦ୍ର ଅକ୍ଷୟ ଶକ୍ତି ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ କହିଥିଲେ, ୨୦୨୬ ସେପ୍ଟେମ୍ବର ୩୦ ସୁଦ୍ଧା ଓଡ଼ିଶା ର ଅକ୍ଷୟ ଶକ୍ତି କ୍ଷମତା ୩୬୪୧.୨୩ ମେଗାୱାଟ୍‌ରେ ପହଞ୍ଚିଛି।

ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ ଶକ୍ତି ନୀତି ଉପରେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ନେଦରଲ୍ୟାଣ୍ଡ୍‌ସ ପାଭିଲିୟନ ଉଦ୍‌ଘାଟନ କରିଥିଲେ।

ଗ୍ରିଡ୍‌କୋ ଏମ୍‌ଡି ସତ୍ୟପ୍ରିୟ ରଥ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)