India Pakistan Border: ସେନା ଗୁଳିରେ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ: ଅନୁପ୍ରବେଶ ଉଦ୍ୟମ ପଣ୍ଡ

Oct 02, 2026 - 16:14
India Pakistan Border: ସେନା ଗୁଳିରେ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ: ଅନୁପ୍ରବେଶ ଉଦ୍ୟମ ପଣ୍ଡ

"ଅମୃତସର: ପଞ୍ଜାବର ତରନ୍ ତାରାନ୍ ସେକ୍ଟରସ୍ଥିତ ଭାରତ-ପାକିସ୍ତାନ ଆନ୍ତର୍ଜାତୀୟ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ୍) ଯବାନମାନଙ୍କୁ ମିଳିଛି ବଡ଼ ସଫଳତା।

ଶୁକ୍ରବାର ରାଜୋକେ ଗ୍ରାମ ନିକଟରେ ସୀମା ପାର ହୋଇ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୨ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ବିଏସ୍ଏଫ୍ ଯବାନମାନେ ଗୁଳି କରି ନିହତ କରିଛନ୍ତି।

ଏହାସହ ସୀମା ପାର୍ଶ୍ୱରୁ ହେଉଥିବା ଏକ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବଳ ସଫଳତାର ସହ ପଣ୍ଡ କରିଦେଇଛନ୍ତି।Advertisment ଗତିବିଧି ଚିହ୍ନଟ କରିଥିଲେ ସୁରକ୍ଷା କର୍ମୀ ପ୍ରାଥମିକ ସୂଚନାନୁସାରେ, ସନ୍ଦିଗ୍ଧ ପାକିସ୍ତାନୀ ନାଗରିକ ଦ୍ୱୟ ପାକିସ୍ତାନ ପଟୁ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରୁଥିବା ସମୟରେ ସୀମାରେ ମୁତୟନ ଥିବା ବିଏସ୍ଏଫ୍ ସୁରକ୍ଷା କର୍ମୀ ସେମାନଙ୍କ ଗତିବିଧି ଚିହ୍ନଟ କରିଥିଲେ।

ଯବାନମାନେ ତୁରନ୍ତ ସେମାନଙ୍କୁ ସତର୍କ କରାଇବା ସହ ସେହିଠାରେ ଅଟକି ଯିବାକୁ ଚେତାବନୀ ଦେଇଥିଲେ।

ତେବେ ସୁରକ୍ଷା ବଳଙ୍କ ସତର୍କତା ଓ ଚେତାବନୀକୁ ନଡରି ସୀମା ପାର୍ ହୋଇ ଭରତରେ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଏସ୍ଏଫ୍ ପକ୍ଷରୁ ଗୁଳିଚାଳନା କରାଯାଇଥିଲା, ଯାହାଫଳରେ ଗୁଳିବାଜି ଘଟଣାସ୍ଥଳରେ ହିଁ ଉଭୟ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି।

ସ୍ଥାନୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଉକ୍ତ ସୀମାନ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି।

CEC Gyanesh Kumar: ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ଆନ୍ଦୋଳନ ପୂର୍ବରୁ ମୁମ୍ବାଇର ଶିବାଜୀ ପାର୍କରେ କଡ଼ା ସୁରକ୍ଷା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)