India Junior Hockey: ବେଲ୍ଜିୟମ୍ ଗସ୍ତରେ ଅନମୋଲଙ୍କ ଦଳ
"ଭୁବନେଶ୍ବର: ଆଗାମୀ କନିଷ୍ଠ ଏସିଆ କପ୍ ଏବଂ ଅନ୍ୟ ଅନ୍ତର୍ଜାତୀୟ ସୂଚୀ ପୂର୍ବରୁ ଭାରତୀୟ ଯୁବ ହକି ଦଳ ଏବେ ୧୦ ଦିନିଆ ବେଲ୍ଜିୟମ ଗସ୍ତରେ ରହିଛି।
ପ୍ରସ୍ତୁତିର ଅଂଶବିଶେଷ ଭାବେ ଏହି ଏକ୍ସପୋଜର ଗସ୍ତ ରଖିଛି ହକି ଇଣ୍ଡିଆ।
ଘୋଷିତ ୨୪ ଜଣିଆ ଦଳରେ ଓଡ଼ିଶାରୁ ୯ ଜଣ ସ୍ଥାନ ପାଇବା ଏବଂ ଅନମୋଲ୍ ଏକ୍କା ଅଧିନାୟକ ନିଯୁକ୍ତ ହେବା ସବୁଠାରୁ ବଡ଼ କଥା।
ଏହି ଗସ୍ତରେ ଭାରତୀୟ ଯୁବ ଦଳ ଜୁଲାଇ ୭ରୁ ୧୭ ମଧ୍ୟରେ ମୋଟ ୬ ମ୍ୟାଚ୍ ଖେଳିବ।Advertisment ଦଳ ଭଲ କରିବ: ପ୍ରଶିକ୍ଷକ ଫ୍ରେଡେରିକ୍ ସୋୟେଜ ଅଷ୍ଟ୍ରିଆ, ବେଲ୍ଜିୟମ୍, ଜର୍ମାନୀ ଓ ନେଦରଲାଣ୍ଡ୍ସ ବିପକ୍ଷରେ ଏହି ମ୍ୟାଚଗୁଡ଼ିକ ଖେଳିବ।
ଦଳ ଭଲ କରିବ ବୋଲି ନୂଆ ପ୍ରଶିକ୍ଷକ ଫ୍ରେଡେରିକ୍ ସୋୟେଜ ଆଶା ପ୍ରକଟ କରିଛନ୍ତି।
ଶନିବାର ରାତିରେ ଭାରତୀୟ ଦଳ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଲଜିୟମ୍ ଗସ୍ତ କରିଛି।ଭାରତୀୟ କନିଷ୍ଠ ପୁରୁଷ ହକି ଦଳ: ଗୋଲରକ୍ଷକ-ବିବେକ ଲାକ୍ରା, କୁନାଲ ତିୱାତିଆ।
ଡିଫେଣ୍ଡର୍ସ-ଅନମୋଲ୍ ଏକ୍କା, ରୋହିତ କୁଲୁ, ଚିରାଗ, ରବିନ୍ଦର, ପ୍ରଶାନ୍ତ ବାର୍ଲା, ସଂଜିତ ତିର୍କି, ଭି ମଣିମାରାନ, ମିଡ୍ଫିଲ୍ଡର୍ସ: ଆଦ୍ରୋହିତ ଏକ୍କା, ହରପାଲ୍, ଜିତପାଲ୍, ମୁକେଶ ଟୋପ୍ପୋ, ମନୁ ମଲ୍ଲିକ, ରିତିକ ଲାକ୍ରା।
ଫରୱାର୍ଡସ-ଅଜିତ ଯାଦବ, ପ୍ରଭଦୀପ ସିଂହ, ଅର୍ଜୁନ ହରଗୁଡ଼େ, ଆର୍ଯ୍ୟନ ଖେସ୍, ଲଭେନୁର୍ ସିଂହ, ମହମ୍ମଦ କୋନାଇଁ ଡାଡ, ଗୁରୁସେବକ ସିଂହ।
France: ଏମ୍ବାପେଙ୍କ ପେନାଲ୍ଟିରେ ଫ୍ରାନ୍ସ କ୍ବାର୍ଟରକୁ ଉନ୍ନୀତ "