India First Medal: ଭାରତକୁ ପ୍ରଥମ ପଦକ ଦେଲେ ୧୦ ମିଟର ଏୟାର ରାଇଫଲ୍‌ ମହିଳା ଦଳ

Sep 20, 2026 - 11:29
India First Medal: ଭାରତକୁ ପ୍ରଥମ ପଦକ ଦେଲେ ୧୦ ମିଟର ଏୟାର ରାଇଫଲ୍‌ ମହିଳା ଦଳ

"ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଛନ୍ତି ୧୦ ମିଟର ଏୟାର ରାଇଫଲ ମହିଳା ଦଳ।

ଏଲାଭେନି ଭାଲାରିଭାନ୍‌, ସୋନମ ମସ୍କାର ଓ ବିଦର୍ଶା କେ ବିନୋଦଙ୍କୁ ଗଠିତ ମହିଳା ୧୦ ମିଟର ଏୟାର ରାଇଫଲ ଦଳ ରବିବାର ରୌପ୍ୟ ପଦକ ଜିତିଛନ୍ତି।

ଏହି ଭାରତୀୟ ତ୍ରିମୂର୍ତ୍ତି ୧୮୯୮.୦ ସହ ଦ୍ବିତୀୟ ସ୍ଥାନରେ ରହି ଏହି ପଦକ ନିଶ୍ଚିତ କରିଥିଲେ।

ଚୀନ୍‌ର ଜିଫେଇ ୱାଙ୍ଗ, ଜିଆୟୁ ହାଁ ଓ ୟୁଚେଁ ଡୁ (୧୯୦୪.୨) ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିଲା ବେଳେ ଜାପାନର ହିନାତା ତାିଚି, ମିସାକି ନୋବାତା ଓ ଶିଓରି ହିରାତା (୧୮୯୭.୧) କାଂସ୍ୟ ପାଇଥିଲେ।Advertisment ଭାରତର ଏହା ଲଗାତାର ଦ୍ବିତୀୟ ପଦକ ଏସୀୟ କ୍ରୀଡ଼ାରେ ଭାରତର ଏହା ଲଗାତାର ଦ୍ବିତୀୟ ପଦକ।

୨୦୨୩ ହାଙ୍ଗ୍‌‌ଝୌରେ ଭାରତ ଏହି ଇଭେଣ୍ଟ୍‌ରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା।

ବ୍ୟକ୍ତିଗତ ବର୍ଗର ଫାଇନାଲ୍‌ରେ ଏଲାଭେନି (୬୩୪.୧) ତୃତୀୟ ଏବଂ ମାସ୍କର (୬୩୩.୫) ସପ୍ତମରେ ରହି ପ୍ରବେଶ କରିଛନ୍ତି।

ଚୀଡ଼ର ୱାଙ୍ଗ (୬୩୬.୮) ଶୀର୍ଷରେ ରହିଛନ୍ତି।

ବିଦର୍ଶା (୬୩୦.୪) ଦ୍ବାଦଶ ସ୍ଥାନରେ ରହି ଫାଇନାଲ୍‌ରୁ ବଞ୍ଚିତ ହୋଇଛନ୍ତି।

Asian Games: ଟେକ୍‌ବଲ୍‌ରେ ଅଳ୍ପକେ ୨ କାଂସ୍ୟ ହାତଛଡ଼ା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)