India: ୧୫୩ ଦେଶକୁ ଖେଳଣା ରପ୍ତାନି କରୁଛି ଭାରତ

Jul 07, 2026 - 20:50
India: ୧୫୩ ଦେଶକୁ ଖେଳଣା ରପ୍ତାନି କରୁଛି ଭାରତ

"ନୂଆଦିଲ୍ଲୀ: ଦେଶର ଖେଳଣା ଶିଳ୍ପରେ ବଡ଼ଧରଣର ପରିବର୍ତ୍ତନ ଗତ ଦଶନ୍ଧିରେ ଆସିଛି।

୨୦୨୫-୨୬ ଆର୍ଥିକବର୍ଷରେ ଭାରତର ଖେଳଣା ରପ୍ତାନି ୧୮୬ ନିୟୁତ ଡଲାରରେ ପହଞ୍ଚିଛି।

ଭାରତ ନିର୍ମିତ ଖେଳଣା ଏବେ ବିଶ୍ବର ୧୫୩ଟି ଦେଶକୁ ରପ୍ତାନି କରାଯାଉଛି।

ଗତ ୭ ବର୍ଷ ମଧ୍ୟରେ ଖେଳନା ଆମଦାନି ୭୧ ପ୍ରତିଶତ ହ୍ରାସ ପାଇଛି।

ଖେଳନା ନିର୍ମାଣ କ୍ଷେତ୍ରରେ ଆନ୍ମନିର୍ଭର ସହ ଉତ୍ତମ ମାନର ନିର୍ମାଣ ପ୍ରତି ସରକାରଙ୍କ ନିରନ୍ତର ପ୍ରୟାସକୁ ଏହା ପ୍ରତିଫଳିତ କରୁଛି।Advertisment ଆହୁରି ପଢନ୍ତୁ: Attack: ବଲୁଚିସ୍ତାନରେ ବନ୍ଧ ପ୍ରକଳ୍ପ ନିକଟରେ ଆକ୍ରମଣ; ୯ ପୁଲିସ କର୍ମଚାରୀ ନିହତ  ଭାରତରଖେଳନା ସଂଘ ପକ୍ଷରୁ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି।

ଦେଶରେ ଉତ୍ତମ ମାନର ଖେଳଣା ଉତ୍ପାଦନ ବଢ଼ିବା ଦ୍ବାରା ଆମଦାନି ଉପରେ ଆମର ନିର୍ଭରଶୀଳତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି।

୨୦୩୪ ସୁଦ୍ଧା ଭାରତର ଖେଳନା ବଜାର ୫ ବିଲିଅନ ଡଲାର ଛୁଇଁବ ବୋଲି ସେ କହିଛନ୍ତି।

ଦେଶର ଖେଳନା ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ମହିଳା ଉଦ୍ୟୋଗୀ, ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ଏବଂ ସ୍କିଲ୍‌ ଇଣ୍ଡିଆ ମିସନରେ ତାଲିମ ନେଇଥିବା ହିତାଧିକାରୀମାନେ ପ୍ରମୁଖ ଭୂମିକା ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।