Maharastra: ମହାରାଷ୍ଟ୍ର ବର୍ଷା , ଜୁଲାଇ ୮ ପର୍ଯ୍ୟନ୍ତ ହାଇ ଆଲର୍ଟ
"ମୁମ୍ବାଇ : ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସାଧାରଣ ଜନଜୀବନକୁ ବ୍ୟତିବ୍ୟସ୍ତ କରିଦେଇଛି।
ବର୍ଷା କମିଥିଲେ ସୁଦ୍ଧା ଆସନ୍ତା ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ହାଇ ଆଲର୍ଟ ଜାରି ହୋଇଛି।
ଆଇଏମ୍ଡି ମୁମ୍ବାଇରେ ରେଡ୍ ଆଲର୍ଟ ବଦଳରେ ଅରେଞ୍ଜଆଲର୍ଟ ଜାରି କରିଥିଲେ ସୁଦ୍ଧା ବିଏମ୍ସି ଆଜି ମୁମ୍ବାଇରେ ସମସ୍ତ ସ୍କୁଲ, କଲେଜ ବନ୍ଦ ଘୋଷଣା କରିଛି।
ଥାଣେ, ପାଲଘର ଏବଂ ରାୟଗଡ଼ରେ ମଧ୍ୟ ଏହି ସମାନ ଢଙ୍ଗରେ ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମହାରାଷ୍ଟ୍ରକୁ ଆସନ୍ତା ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ହାଇ ଆଲର୍ଟରେ ରଖିଛନ୍ତି।
ଲଗାଣ ବର୍ଷା ପାଇଁ ପୁଣେ ଜିଲ୍ଲାର କିମ୍ବଦନ୍ତୀ ଏବଂ ମନୋରମ ହିଲ୍ ଷ୍ଟେସନ୍ ଲୋନାୱାଲାରେ ଗତ ୪୮ ଘଣ୍ଟାରେ ୧୨୯୦ ମିମି ବର୍ଷା ହୋଇଛି।Advertisment ଆହୁରି ପଢନ୍ତୁ: Narla Minor Burn Case Verdic ଚର୍ଚ୍ଚିତ ନର୍ଲା ନାବାଳିକା ପୋଡ଼ି ମାମଲା: ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଲୋନାୱାଲାରେ ଜୁଲାଇ ୫ ତାରିଖରେ ୬୭୦ ମିମି ବର୍ଷା ହୋଇଥିବାବେଳେ ଜୁଲାଇ ୬ରେ ୬୨୦ ମିମି ବର୍ଷା ହୋଇଛି।
ଏହା ଏକ ରେକର୍ଡ।
ପ୍ରବଳ ବର୍ଷା ଯୋଗୁ ମୁମ୍ବାଇ-ପୁନେ ଲାଇନ୍ର କରଜଟ-ଲୋନାୱାଲା ଘାଟ ସେକ୍ସନ୍ରେ ଏକାଧିକ ଭୂସ୍ଖଳନ ହୋଇଛି।
କେବଳ ପୁଣେ ଜିଲ୍ଲାରେ ଗତ ୨ ଦିନ ମଧ୍ୟରେ ୨୨ସ୍ଥାନରେ ଭୂସ୍ଫଳନ ହୋଇଛି।
ଭୂସ୍ଖଳନ ଯୋଗୁ ମୁମ୍ବାଇରେ ୪ ଜଣଙ୍କର ମୃତ୍ୟୁ ହୋଇଛି।
ଅନ୍ୟପକ୍ଷେ ସମଗ୍ର ମହାରାଷ୍ଟ୍ରରେ ବର୍ଷା ଜନିତ କାରଣ ପାଇଁ ଗତ ୩ ଦିନ ମଧ୍ୟରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
ଆହୁରି ପଢନ୍ତୁ:Singapore: ସିଙ୍ଗାପୁର ବିଶ୍ବର ସବୁଠୁ ବ୍ୟୟବହୁଳ ସହର, ୨୨ତମ ସ୍ଥାନରେ ମୁମ୍ବାଇ ନାଶିକରେ ବାଦଲଫଟା ବର୍ଷା ନେଇ ସତର୍କତା ଜାରି ହୋଇଥିବାବେଳେ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହୋଇଛି।
କିନ୍ତୁ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି।
୨ ଦିନର ଲଗାଣ ବର୍ଷା ପରେ ମୁମ୍ବାଇରେ ଆଜି ପାଗରେ ସୁଦ୍ଧାର ଆସିଛି।
କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୨ ନାବାଳକଙ୍କୁ ପାଣିରେ ଭାସିଯାଇ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷେ ଏକ ବଗିଚାରେ ସିମେଣ୍ଟ ସିଟ୍ ଭୁଶୁଡ଼ିବା ଫଳରେ ୨ ଜଣ ମହିଳା ଆହତ ହୋଇଛନ୍ତି।
ମୁମ୍ବାଇରେ ୪୨୮ଟି ଗଚ୍ଛ ଉପୁଡ଼ି ପଡ଼ିଥିବାବେଳେ ଘର ଏବଂ କାନ୍ଥ ଭୁଶୁଡ଼ିବା ନେଇ ୨୮ଟି ଅଭିଯୋଗ ଦାଏର ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।