IND vs ZIM T20I: ଜିମ୍ବାୱେ ବିପକ୍ଷ ଟି୨୦ ଶୃଙ୍ଖଳା ମୂଳପୋଛ କଲା ଭାରତ

Jul 26, 2026 - 20:20
IND vs ZIM T20I: ଜିମ୍ବାୱେ ବିପକ୍ଷ ଟି୨୦ ଶୃଙ୍ଖଳା ମୂଳପୋଛ କଲା ଭାରତ

"ହରାରେ: ତୃତୀୟ ତଥା ଅନ୍ତିମ ଟି୨୦ ସହିତ ଜିମ୍ବାୱେ ବିପକ୍ଷରେ ଭାରତ ଶୃଙ୍ଖଳା ମୂଳପୋଛ କରିଛି।

ଭାରତ ପ୍ରଥମ ମ୍ୟାଚ୍‌କୁ ୭ୱିକେଟ୍‌ ଏବଂ ଦ୍ବିତୀୟ ମୁକାବିଲାରେ ୯୦ରନ୍‌ରେ ବିଜୟ ହାସଲ କରିଥିଲା।

ତୃତୀୟ ମ୍ୟାଚ୍‌ରେ ୩୫ ରନ୍‌ରେ ବିଜୟୀ ହୋଇଛି।

ହରାରେ ସ୍ପୋର୍ଟସ କ୍ଲବରେ ରବିବାର ଟି୨୦ ଶୃଙ୍ଖଳାର ତୃତୀୟ ମୁକାବିଲାରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି।

୧୯୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଘରୋଇ ଦଳ ୨୦ ଓଭରରେ ୭ଟି ୱିକେଟ୍‌ କରି ୧୫୭ ରନ୍‌ କରିପାରିଛି।

Advertisment ଜିମ୍ବାୱେ ପାଇଁ ରାୟନ ବୁର୍ଲ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ।

ସେ ଅର୍ଦ୍ଧଶତକ ହାସଲ କରିଥିଲେ।

ୱେସଲି ମାଧେବୀରା ୨୮ ରନ୍‌ ବେନ୍‌ କୁରାନ ୨୦ ରନ୍‌ ଏବଂ ଡି୍ରନ ମେୟର୍ସ ୧୯ ରନ୍‌ କରିଥିଲେ।

ଅନ୍ୟ ବ୍ୟାଟରମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ମୟଙ୍କ ଅଗ୍ରୱାଲ ଏବଂ ‌ୟଶ ଠାକୁର ୨ଟି ଲେଖାଏଁ ଅକ୍ତିଆର କରିଥିଲେ।

ଅଶୋକ ଶର୍ମା ଏବଂ ରବି ବିଷ୍ଣୋୟୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଶ୍ରେୟସ ଆୟରଙ୍କ ନେତୃତ୍ବରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୯୨ ରନ୍‌ ସଂଗ୍ରହ କରିଥିଲା।

ଭାରତ ପାଇଁ ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମା ଇନିଂସ ଆରମ୍ଭ କରିଥିଲେ।

ଉଭୟ ଯୁବ ଖେଳାଳି ପ୍ରଥମ ୱିକେଟ୍‌ ପାଇଁ ୨୦ ରନ୍‌ ସଂଗ୍ରହ କରିଥିଲେ।

ଏଥର ମଧ୍ୟ ଅଭିଷେକ ଶର୍ମା ଦର୍ଶକମାନଙ୍କୁ ନିରାଶ କରିଥିଲେ।

ସେ ମାତ୍ର ୨ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।

ଜିମ୍ବାୱେର ଦ୍ବିତୀୟ ଶିକାର ହୋଇଥିଲେ ଈଶାନ କିଶନ, ଯିଏକି ଆଉଟ୍‌ ହେବା ପୂର୍ବରୁ ୨୬ଟି ବଲ୍‌ ଖେଳି ୪ଟି ଚୌକା ବଳରେ ୨୯ ରନ୍‌ କରିଥିଲେ।

ଭାରତ ତୃତୀୟ ୱିକେଟ୍‌ ଭାବେ ବୈଭବ ସୂର୍ଯ୍ୟବଂଶୀଙ୍କୁ ହରାଇଥିଲା।

ବିସ୍ମୟ ବାଳକ ବୈଭବ ବ୍ୟକ୍ତିଗତ ଭାବେ ଦଳ ପାଇଁ ସର୍ବାଧିକ ରନ୍‌ କରିଥିଲେ।

ସେ ୪୯ଟି ବଲ୍‌ ଖେଳି ୮ଟି ଚୌକା ଏବଂ ୪ଟି ଛକା ବଳରେ ୮୧ ରନ୍‌ କରିଥିଲେ।

ଅଧିନାୟକ ଶେୟସ ଆୟର ୧୮ଟି ବଲ୍‌ ଖେଳି ୨ଟି ଚୌକା ବଳରେ ୨୭ ରନ୍‌ ସଂଗ୍ରହ କରିଥିଲେ।

Cricket: ପ୍ରତୀକ୍ଷାର ଅନ୍ତ; ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କଲେ ବୈଭବ ସୂର୍ଯ୍ୟବଂଶୀ ସେହିପରି ଜିମ୍ବାୱେ ଦ୍ବାରା ଆଉଟ୍‌ ହେବା ପୂର୍ବରୁ ରିଙ୍କୁ ସିଂହ ୨୫ ରନ୍‌ ସଂଗ୍ରହ କରିଥିଲେ।

ସେ ୧୪ଟି ବଲ୍‌ର ସାମ୍ନା କରି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

ତିଲକ ବର୍ମା ୯ଟି ବଲ୍‌ ଖେଳି ଗୋଟିଏ ଛକା ସହାୟତାରେ ଅପରାଜିତ ୧୧ ରନ୍‌ କରିଥିଲେ।

ଜିମ୍ବାୱେ ପକ୍ଷରୁ ବ୍ରାଡ୍‌ ଇ‌ଭାନ ସର୍ବାଧିକ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ସିକନ୍ଦର ରାଜା, ବ୍ଲେସିଂ ମୁଜରୱାନୀ ଏବଂ ୱିସଲି ମଧେବୀରାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।