Hormuz: ହରମୁଜ ପ୍ରଣାଳୀ ପରିଚାଳନା ନେଇ ଓମାନ୍ ସହ ଆଲୋଚନାରେ ଉଲ୍ଲେଖନୀୟ ପ୍ରଗତି ହୋଇଥିବା କହିଲା ଇରାନ
"ତେହେରାନ: ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହରମୁଜ ପ୍ରଣାଳୀର ପରିଚାଳନା ନେଇ ଓମାନ୍ ସହ ଆଲୋଚନାରେ ଅଗ୍ରଗତି ହୋଇଥିବା ରବିବାର ଇରାନ ପକ୍ଷରୁ କୁହାଯାଇଛି।
ତେହେରାନଠାରେ ଶୁକ୍ରବାର ଓ ଶନିବାର ଦୁଇ ଦେଶର ଉପ-ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଶେଷ ହେବା ପରେ ଇରାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଏସମାଇଲ ବାଘେଇ ଏହି ସୂଚନା ଦେଇଛନ୍ତି।Advertisment ତାମିଲନାଡ଼ୁ ମନ୍ଦିରରେ ପାଣ୍ଠି ହେରଫେର୍; ୮ ଅଧିକାରୀ ନିଲମ୍ବିତ ଉଭୟ ଦେଶର ସାର୍ବଭୌମତ୍ୱକୁ ସମ୍ମାନ ଦେବା ସହ ଜାହାଜ ଚଳାଚଳକୁ ସୁରକ୍ଷିତ କରିବା ପାଇଁ ଆବଶ୍ୟକ ନୀତି ଓ ନିୟମାବଳୀ ଉପରେ ଆଲୋଚନା ହୋଇଛି।
ବାଘେଇ ଏହି ବୈଠକକୁ "ଉପଯୋଗୀ" ବୋଲି କହିବା ସହ ବୈଷୟିକ ଓ ରାଜନୈତିକ ଆଲୋଚନା ଜାରି ରହିଥିବା କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସରେ ଓମାନ୍ ଓ ଇରାନ ଏହି ଜଳପଥ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ସେବା ଶୁଳ୍କ ଲଗାଇବା ନେଇ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହାକୁ ଆମେରିକା ବିରୋଧ କରିଆସୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।