IND vs NZ Test: ଶତକରୁ ବଞ୍ଚିତ ହେଲେ ଅଧିନାୟକ ଗିଲ୍; ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୧୧୮ ରନ୍‌ରେ ଆଗୁଆ

Nov 21, 2026 - 11:21
IND vs NZ Test: ଶତକରୁ ବଞ୍ଚିତ ହେଲେ ଅଧିନାୟକ ଗିଲ୍; ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୧୧୮ ରନ୍‌ରେ ଆଗୁଆ

ୱେଲିଂଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ୱେଲିଂଟନ ରେ ଖେଳାଯାଉଛି।

ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୬୮ ରନ୍‌ କରିଥିଲା।

ଜବାବରେ ଟିମ୍ ଇଣ୍ଡିଆ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୪ଟି ୱିକେଟ ହରାଇ ୪୮୬ ରନ୍‌ କରିଛି।

ଫଳରେ ନ୍ୟୁଜିଲାଣ୍ଡ ଉପରେ ୧୧୮ ରନ୍‌ର ଅଗ୍ରଣୀ ହାସଲ କରିଛି।

Advertisment ଭାରତ ପାଇଁ କେଏଲ ରାହୁଲ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି।

ସେ ୯ଟି ଚୌକା ଏବଂ ୨ଟି ଛକା ବଳରେ ୧୩୬ ରନ ସଂଗ୍ରହ କରିଛନ୍ତି।

ଅଧିନାୟକ ଶୁଭମନ ଗିଲ ଶତକରୁ ବଞ୍ଚିତ ହୋଇଛନ୍ତି।

ସେ ଏହି ବଡ଼ ଉପଲବ୍ଧି ହାସଲ କରିବା ପୂର୍ବରୁ ବୋଲ୍ଡ ହୋଇଛନ୍ତି।

ଗିଲ ୧୪୬ଟି ବଲ୍‌ ଖେଳି ୯ଟି ଚୌକା ଏବଂ ୨ଟି ଛକା ବଳରେ ୯୮ ରନ କରିଛନ୍ତି।

Cricket: 'ସେହି ସମୟ ମୋ ବାପା-ମା' ଏବଂ ପତ୍ନୀଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା; ଲୋକେ ମୋ ଫୋନ୍‌ ବି ଉଠାଇଲେନି' ପୂର୍ବରୁ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏବଂ କେଏଲ୍ ରାହୁଲ ବିସ୍ଫୋରକ ବ୍ୟାଟିଂ କରି ଭାରତର ମୂଳଦୁଆକୁ ମଜବୁତ କରିଥିଲେ।

ଜୟସ୍ବାଲ ଏକାକୀ ୮୯ଟି ବଲ ଖେଳି ୧୬ଟି ଚୌକା ବଳରେ ୮୫ ରନ କରିଥିଲେ।

୩ନମ୍ବରରେ ବ୍ୟାଟିଂ କରିଥିବା ଦେବଦୂତ୍ତ ପଡ଼ିକ୍କଲ ୧୦ଟି ଚୌକା ସହାୟତାରେ ୮୦ ରନ କରିଥିଲେ।

ଋଷଭ ପନ୍ତ (୫୫) ଏବଂ ଅଂଶୁଲ କମ୍ବୋଜ ଅପରାଜିତ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)