30 OCTOBER 2026

Welcome!

Unlock your personalized experience.
Sign Up

IND vs NZ T20: ଆକଲାଣ୍ଡରେ ବିପର୍ଯ୍ୟୟର ସାମ୍ନା କଲେ ଭାରତୀୟ ‘ରନ୍‌ବୀର’, ଖସିଗଲା ମ୍ୟାଚ୍‌

Oct 30, 2026 - 17:34
IND vs NZ T20: ଆକଲାଣ୍ଡରେ ବିପର୍ଯ୍ୟୟର ସାମ୍ନା କଲେ ଭାରତୀୟ ‘ରନ୍‌ବୀର’, ଖସିଗଲା ମ୍ୟାଚ୍‌

ଆକଲାଣ୍ଡ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୫ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲା ଶୁକ୍ରବାର ଦିନ ଖେଳାଯାଇଛି। ଆକଲାଣ୍ଡର ‌ଇଡେନ୍‌ ପାର୍କରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତୀୟ ରନ୍‌ବୀରମାନେ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ଫଳରେ ନ୍ୟୁଜିଲାଣ୍ଡ ୮୭ ରନ୍‌ରେ ବିଜୟ ହାସଲ କରିଛି। ନ୍ୟୁଜିଲାଣ୍ଡ ମାଟିରେ ଭାରତ ୭ବର୍ଷ ପରେ ପରାସ୍ତ ହୋଇଛି। ଏହି ମ୍ୟାଚ୍‌ରେ ଭାରତକୁ ନ୍ୟୁଜିଲାଣ୍ଡ ୨୬୦ ରନ୍‌ର ବଡ଼ ଲକ୍ଷ ଦେଇଥିଲା। କିନ୍ତୁ ଭାରତୀୟ ବ୍ୟାଟର ନିଜର ଲକ୍ଷ୍ୟରୁ ବିଚ୍ୟୁତ ହୋଇଥିଲେ। ଭାରତୀୟ ଟିମ୍‌ ୨୦ ଓଭରରେ ୯ଟି ୱିକେଟ ହରାଇ ୧୭୨ ରନ୍‌ କରିପାରିଥିଲେ। 

ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ଟି-୨୦ ଶୃଙ୍ଖଳାକୁ ୧-୩ କରିଦେଇଛି। ଭାରତୀୟ ଟିମ୍‌ ପୂର୍ବରୁ ହିଁ ଟି-୨୦ ଶୃଙ୍ଖଳା ନିଜର ନାମରେ କରିସାରିଛି। ଟି-୨୦ ଶୃଙ୍ଖଳାର ପ୍ରାରମ୍ଭିକ ୨ଟି ମ୍ୟାଚ୍‌ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିଲଶ, ଯାହାକୁ ଭାରତୀୟ ଟିମ୍‌ ବିଜୟ ହାସଲ କରିଥିଲଶ। ପୁଣି ୱେଲିଂଟନରେ ଖେଳାଯାଇଥିବା ତୃତୀୟ ମୁକାବିଲାକୁ ମଧ୍ୟ ଭାରତ ଜିତିଥିଲା। ଶୃଙ୍ଖଳାର ଅନ୍ତିମ ମୁକାବିଲା ଆସନ୍ତା ନଭେମ୍ବର ୧ ତାରିଖରେ ‌ହାମିଲଟନରେ ଖେଳାଯିବ। 

ଲକ୍ଷ୍ୟ ପଛରେ ଥିବା ଭାରତୀୟ ଟିମ୍‌ର ପ୍ରାରମ୍ଭିକ ପ୍ରଦର୍ଶନ ଖରାପ ଥିଲା। ପ୍ରଥମ ଓଭରରେ ସଂଜୁ ସାମସନ (୪ରନ୍‌)ଙ୍କୁ ଜାକବ ଡଫି ଆଉଟ୍‌ କରିଥିଲେ। ଈଶାନ କିଶନ (୦ରନ୍‌)ରେ ଭାରତକୁ ଦ୍ବିତୀୟ ୱିକଟେ ଭାବେ ଝଟକା ଦେଇଥିଲେ। ଏହା ପରେ ଶ୍ରେୟସ ଆୟର ଏବଂ ଅଭିଷେକ ଶର୍ମାଙ୍କ ମଧ୍ୟରେ ତୃତୀୟ ଓଭରରେ ୪୬ ରନ୍‌ର ଭାଗିଦାରୀ ହୋଇଥିଲା। ମ୍ୟାଥୁ ଫିଶର ବଲ୍‌ରେ ଏହି ଭାଗିଦାରୀ ଶେଷ ହୋଇଥିଲା। ଅଭିଷେକ ଶର୍ମା ଆଉଟ୍‌ ହୋଇଥିଲେ। ଏହା ପୂର୍ବରୁ ଅଭିଷେକ ୩ଟି ଚୌକା ଏବଂ ଗୋଟିଏ ଛକା ବଳରେ ୧୫ଟି ବଲ୍‌ ସାମ୍ନା କରିଥିଲେ ଏବଂ ୨୭ ରନ୍ ସଂଗ୍ରହ କରିଥିଲେ। ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ୨୨ ରନ୍‌ ସଂଗ୍ରହ କରିଥିଲେ। 

Cricket: ୬ ଓଭରରେ ୧୧୮ ରନ୍‌, ଇତିହାସ ରଚିଲା ଭାରତୀୟ କ୍ରିକେଟ୍‌ ଦଳ

ଏହା ପରେ ଭାରତୀୟ ଟିମ୍‌ ନୀତିଶ କୁମାର ରେଡ୍ଡୀ (୨୧ ରନ୍‌) ଏବଂ ଅକ୍ଷର ପଟେଲ (୭ରନ୍‌) କରିଥିଲେ। ଏହା ପର ଠାରୁ ଭାରତର ବିଜୟ ଆଶା ମଉଲିବାକୁ ଲାଗିଥିଲା। ଯୁବ ଭାରତୀୟ ଖେଳାଳି ନମନ ଧୀର କିଛି ଭଲ ସର୍ଟ ଖେଳିଥିଲେ। କିନ୍ତୁ ସେ ମଧ୍ୟ ବେଶୀ ସମୟ ପର୍ଯ୍ୟନ୍ତ ପଡ଼ିଆରେ ତିଷ୍ଠି ପାରି ନଥିଲେ। ସେ ୧୩ଟି ବଲ୍‌ ଖେଳି ୨୮ ରନ୍‌ କରିଥିଲେ। ତିଲକ ବର୍ମା ୧୦୦ ରନ୍‌ରେଟ୍‌ରେ ୩୫ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡର ଜାକବ ‌ଡଫିଙ୍କୁ ୪ଟି ୱିକେଟ୍‌ ମିଳିଥିଲା। ମ୍ୟାଥୁ ଫିଶର ଏବଂ ମିଚେଲ ସେଣ୍ଟନର ୨-୨ ୱିକେଟ୍‌ ନେଇଥିଲେ। 

ସୂଚନାଯୋଗ୍ୟ, ଏହି ମୁକାବିଲାରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୫୯ ରନ୍‌ ସଂଗ୍ରହ କରିଥିଲେ। ଗ୍ଲେନ ଫିଲିପ୍‌ସ ଏକ ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ୪୯ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୧୦ଟି ଛକା ବଳରେ ୧୦୭ ରନ୍‌ ସଂଗ୍ରହ କରିଥିଲେ। ସେହିପରି ମିଚେଲ ବ୍ରାସୱେଲ୍‌ ୨୫ଟି ବଲ୍‌ ଖେଳି ୪ଟି ଚୌକା ଏବଂ ୬ଟି ଛକା ବଳରେ ୬୫ ରନ୍‌ ଯୋଡ଼ିଥିଲେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)