Incomplete Anganwadi Centre ଅଙ୍ଗନବାଡ଼ି କେନ୍ଦ୍ର ଅଧାପନ୍ତରିଆ, ଭଙ୍ଗା ଭଡ଼ାଘରେ ଚାଲିଛି ପ୍ରାକ୍ ଶିକ୍ଷା
"ମୈଦଲପୁର: ଏକ ଶିଶୁ ନିମନ୍ତେ ଶିକ୍ଷାର ମୂଳଦୁଆ ଶୈଶବ ଅବସ୍ଥାରୁ ପଡ଼ିଥାଏ।
ଶୈଶବ ଅବସ୍ଥାରୁ ହିଁ ଏକ ସୁସ୍ଥ ଶରୀର ଗଠନର ପ୍ରକ୍ରିୟା ଆରମ୍ଭ ହୁଏ।
ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରକୁ ଅଧିକ ଗୁରୁତ୍ବ ଦେଉଛନ୍ତି।
ଏହାର ଭିତ୍ତିଭୂମିର ବିକାଶ ପାଇଁ କୋଟିକୋଟି ଟଙ୍କା ବିନିଯୋଗ କରାଯାଉଛି।
କିନ୍ତୁ ମାଝିଗୁଡ଼ା ପଞ୍ଚାୟତ ଗିର୍ଲିଗୁଡ଼ା କେନ୍ଦ୍ର ଭଳି ଏଭଳି କିଛି ଅଙ୍ଗନବାଡ଼ି ରହିଛି ଯେଉଁଠାରେ ରାଜ୍ୟର ପ୍ରାକ୍ ଶିକ୍ଷାର ବିକଳ ଚିତ୍ର ଜଳଜଳ ହୋଇ ଦିଶୁଛି।
Advertisment Anganwadi reviewed: ପ୍ରତି ସପ୍ତାହରେ ଅଙ୍ଗନବାଡ଼ିର ସମୀକ୍ଷା ହେବ: ଖରାପ ପ୍ରଦର୍ଶନ କରୁଥିବା କେନ୍ଦ୍ର ଉପରେ ରହିବ ନଜର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ଗିର୍ଲିଗୁଡା କେନ୍ଦ୍ରରେ ୧୪ ଜଣ ଶିଶୁ ପ୍ରାକ୍ ଶିକ୍ଷା ପାଉଛନ୍ତି ।
ସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନ ଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର କରିବାକୁ ଦାବି ହୋଇ ଆସୁଥିଲା।
୪ ବର୍ଷ ପୂର୍ବେ ଏକ କେନ୍ଦ୍ର ନିର୍ମାଣ କରିବାକୁ ସରକାର ଲକ୍ଷାଧିକ ଟଙ୍କା ଅନୁଦାନ ଦେଇଥିଲେ।
ଏନେଇ ଠିକାଦାର ଧାର୍ଯ୍ୟ କରାଯାଇ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା।
କିନ୍ତୁ ଲିଣ୍ଟେଲ୍ ସ୍ତର ଯାଏଁ କେନ୍ଦ୍ରର ନିର୍ମାଣ ହେବା ପରେ ଠିକାଦାର କାମ ଛାଡ଼ି ଚାଲିଯାଇଛନ୍ତି।
୩ ବର୍ଷ ଧରି ଘରଟି ଏଭଳି ଅଧାପନ୍ତରିଆ ହୋଇ ପଡ଼ିଥିଲେ ମଧ୍ୟ ଠିକାଦାର ନା ପଞ୍ଚାୟତ ନା ପ୍ରଶାସନ ପକ୍ଷରୁ ଏହାର ପୂର୍ଣ୍ଣାଙ୍ଗ ନିମନ୍ତେ କୌଣସି ତତ୍ପରତା ପ୍ରକାଶ ପାଉନାହିଁ।
ଏହାର ପରିଣାମ ଛୋଟଛୋଟ ଶିଶୁମାନେ ଭୋଗୁଛନ୍ତି।
Anganwadi: କେନ୍ଦ୍ରାପଡ଼ାରେ ପ୍ରାକ୍ ସ୍କୁଲ୍ ଶିକ୍ଷା ଏମିତି...
୪୦ ପ୍ରତିଶତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ ଅଙ୍ଗନବାଡ଼ି କେନ୍ଦ୍ର ନ ଥିବାରୁ ଏହି ଗ୍ରାମରେ ଏକ ଭଙ୍ଗା ଭଡା ଘରେ ପ୍ରାକ ଶିକ୍ଷା ପ୍ରଦାନ କରାଯାଉଛି ।
ଏହି ଘର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ।
କେତେବେଳେ କୌଣସି ପ୍ରକାର ଦୁର୍ଘଟଣା ଘଟି ଜନ ଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି ।
ଯଦି କୌଣସି ଦୁର୍ଘଟଣା ଘଟେ ତେବେ କିଏ ଦାୟୀ ରହିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।
ପ୍ରଶାସନ ଦୃଷ୍ଟିଦେଇ ଏହି ଅଙ୍ଗନବାଡି କେନ୍ଦ୍ର ଶୀଘ୍ର ନିର୍ମାଣ ଶେଷ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।