Dead: ନାଳ ପାଣିରେ ଭାସିଯାଇ ମହିଳାଙ୍କ ମୃତ୍ୟୁ
"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଲେମ୍ବୋ ପଞ୍ଚାୟତ ଉଦୟପୁର ଢିପାସାହି ଗାଁ ପାଖ କଣ୍ଟାପାଳ ନାଳରେ ଆଜି ଭାସିଯାଇ ଜଣେ ସ୍ଥାନୀୟ ମହିଳାଙ୍କ ମୃତ୍ୟୁ ଅଭିଯୋଗ ହୋଇଛି।
ମୃତକ ସେହି ଗାଁର ସ୍ବର୍ଗତ ସନାତନ ମୁଣ୍ଡାଙ୍କ ପତ୍ନୀ ସୁଶୀଳା ମୁଣ୍ଡା(୫୪)।
Advertisment ସକାଳ ୯ ଟା ସମୟରେ ସ୍ନାନଶୌଚ ସମୟରେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ।
ରୋଗଗ୍ରସ୍ତ ହୋଇ ଦୁର୍ବଳ ଥିବାରୁ ସୁଶୀଳା ପାଣି ଭିତରୁ ଉଠି ପାରିନଥିଲେ।
ପରିବାର ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ହେଁ ତାଙ୍କ ସନ୍ଧାନ ମିଳିନଥିଲା।
ସୁକିନ୍ଦା ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାସ୍ଥଳ ପାଖରେ ନାଳପାଣିର ଏକ ଗଛମୂଳରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।
ସୁକିନ୍ଦା ପୁଲିସ ପହଞ୍ଚି ମୃତଦେହ ଜବତକରି ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ୧୮/୨୬ ରୁଜୁ କରିଛି।
ମୃତ ମହିଳାଙ୍କର ୩ ପୁଅ ଫୁକନ ମୁଣ୍ଡା, ଜଗା ମୁଣ୍ଡା ଓ ବଳିଆ ମୁଣ୍ଡାଙ୍କ ସାକ୍ଷ୍ୟ ନିଆଯାଇଥିଲା।
Three youths swept: କାଠଯୋଡ଼ିରେ ଭାସିଗଲେ ୩ ଯୁବକ: ଜଣେ ନିଖୋଜ, ୨ ଉଦ୍ଧାର ଘଟଣାର ତଦନ୍ତ ଜାରିରହିଥିବା ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ଠାରୁ ସୂଚନା ମିଳିଛି।
ବ୍ୟବଛେଦ ପରେ ସଂଧ୍ୟାରେ ଗାଁ ଶ୍ମଶାନରେ ଏକ ଶୋକାକୁଳ ପରିବେଶରେ ମୃତ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ସୂଚନାଯୋଗ୍ୟ ଯେ, ମହାଗିରି ପାହାଡ଼ରୁ ବାହାରିଥିବା ଏହି ଝରଣା ଏବେ ବର୍ଷା ପାଇଁ ଫୁଲି ଉଠିଛି।
ଢିପାସାହି ପାଖରେ ପ୍ରଖର ସ୍ରୋତ ଥିବା ଏହି ନାଳ କୁହିକା ବାଟଦେଇ ରାମିଆଳ ଉପନଦୀ ପାଣ୍ଡରାରେ ମିଶିଥିବା ଜଣାପଡ଼ିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।