Inauguration: ତାଲା ଭାଙ୍ଗି କଲ୍ୟାଣ ମଣ୍ଡପ ଉଦ୍‌ଘାଟନ କଲେ ଏନ୍‌ଏସି ଅଧ୍ୟକ୍ଷ

Jun 27, 2026 - 17:43
Inauguration: ତାଲା ଭାଙ୍ଗି କଲ୍ୟାଣ ମଣ୍ଡପ ଉଦ୍‌ଘାଟନ କଲେ ଏନ୍‌ଏସି ଅଧ୍ୟକ୍ଷ

"କେସିଙ୍ଗା (ସୁଶାନ୍ତ ମହାପାତ୍ର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଦ୍ଵାରା ବଗାଡ଼ ଠାରେ ନିର୍ମିତ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ ପୂର୍ବରୁ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି।

ନବନିର୍ମିତ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ ପୂର୍ବରୁ ଶେଷ ମୁହୂର୍ତ୍ତରେ ଅତିଥିକୁ ନେଇ  ବିଜେପି ଓ ବିଜେଡିର ନେତାମାନେ ମୁହାଁମୁହିଁ ହୋଇଛନ୍ତି।Advertisment କଲ୍ୟାଣ ମଣ୍ଡପର ଉଦ୍‌ଘାଟନକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲା ପରେ ସରକାରୀ ଭାବରେ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା।

ନାମଫଳକକୁ ହଟା ଯାଇଥିଲା।

ତେବେ କିଛି ସମୟ ପରେ ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବ ନିଜ ଦଳ (ବିଜେଡି) ଏବଂ କଂଗ୍ରେସର କାଉନସିଲରଙ୍କୁ ନେଇ ତାଲା ଭାଙ୍ଗି କଲ୍ୟାଣ ମଣ୍ଡପର ଉଦ୍‌ଘାଟନ କରିଛନ୍ତି।

ପୂର୍ବରୁ ଉଦ୍‌ଘାଟନକୁ ଏଡ଼ାଇବା ପାଇଁ ଫଳକ, ଲଗାଯାଇଥିବା ଟେଣ୍ଟ ଓ ସାଜ ସଜ୍ଜାକୁ ଏନ୍‌ଏସି କାର୍ଯ୍ୟାଳୟ ପକ୍ଷରୁ ହଟା ଯାଇଥିବା ବେଳେ ଏନ୍‌ଏସି ଅଧ୍ୟକ୍ଷ ନୃପରାଜ୍ ଯାଦବ ତାଙ୍କ ସମର୍ଥକ, କାଉନସିଲରଙ୍କୁ ଧରି ପୁଣି ଫଳକ ଲଗାଇ ଉଦ୍‌ଘାଟନ କରିଥିଲେ।

ଏନ୍‌ଏସି  ଅଧକ୍ଷ ନୃପରାଜ ଯାଦବ କହିଛନ୍ତି, ଆମେ ପାରିଷଦ ବର୍ଗ।

ଆମେ ଯାହାକୁ ଚାହିବୁ ଅତିଥି ଭାବରେ ଡାକିବୁ।

କଲ୍ୟାଣ ମଣ୍ଡପର ଉଦ୍‌ଘାଟନ ପାଇଁ ଆମେ କଳାହାଣ୍ଡି ସାଂସଦ ମାଳବିକା ଦେଓ ଏବଂ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଡାକିଥିଲୁ।

ଆମ ବିଧାୟକ ସାଗର ଚରଣ ଦାସଙ୍କୁ ମଧ୍ୟ  ଡକାଯାଇଥିଲା।

ହେଲେ ବିଜେପି ଜୁନାଗଡ଼ ବିଧାୟକଙ୍କୁ କାହିଁକି ଡାକିଲେ ବୋଲି ବିବାଦ କାଢ଼ିଥିଲା।

ତାଙ୍କ ଦଳର ସାଂସଦ ଉଦ୍‌ଘାଟକ ଥିଲେ ବି ବିଜେପି ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଛି।

ଜିଲ୍ଲାପାଳଙ୍କ ଠାରୁ ଚାପ ପକେଇ ଏହି କାର୍ଯ୍ୟକ୍ରମ ବାତିଲକୁ ଆମେ ନିନ୍ଦା କରୁଛୁ ବୋଲି ଅଧ୍ୟକ୍ଷ କହିଛନ୍ତି।

ଜଳଜଳ ବିଜେଡି ଗୋଷ୍ଠୀ କନ୍ଦଳ: ଉଦ୍‌ଘାଟନ ଫଳକ ଭାଙ୍ଗିଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଅନୁଦାନ ମିଳିଥିଲା।

ଏଣୁ କାହିଁକି ବିଜେଡି ବିଧାୟକଙ୍କୁ ଡାକିବୁ ନାହିଁ ବୋଲି ସେ କହିଛନ୍ତି।

ସେମାନେ କାର୍ଯ୍ୟକ୍ରମ ବାତିଲ କଲେ କଣ ହେବ।

ଅଧ୍ୟକ୍ଷ ଓ କାଉନସିଲ ବର୍ଗଙ୍କ କ୍ଷମତା ଅଛି।

ସେମାନେ ଉଦ୍‌ଘାଟନ କରି ପାରିବେ।

ଅନ୍ୟପଟେ ବିଜେପି ଅସାମ୍ବିଧାନିକ ବୋଲି ଅଭିଯୋଗ ଆଣିଛି।

ଆମ ସରକାରକୁ ବଦନାମ କରିବାକୁ ବିଜେଡି ଚେଷ୍ଟା କରୁଛି।

ସରକାର ନ ଚାହିଁକି ଉଦ୍‌ଘାଟନ କଲେ କିଛି ଲାଭ ନାହିଁ ବୋଲି କହିଛି।

"