Impossible traffic: ପଳାଶୁଣୀରେ ଅସମ୍ଭାଳ ଟ୍ରାଫିକ୍‌

Aug 06, 2026 - 07:44
Impossible traffic: ପଳାଶୁଣୀରେ ଅସମ୍ଭାଳ ଟ୍ରାଫିକ୍‌

"ଭୁବନେଶ୍ବର: ଯନ୍ତ୍ରଣା ଦେଉଛି ପଳାଶୁଣି ପୋଲ।

ଦିନତମାମ ଏହି ପୋଲ ଉପରେ ଭିଡ଼ ରହୁଛି।

ପୂର୍ବାହ୍ଣ ୯ଟାରୁ ୧୧ଟା ଓ ସଂଧ୍ୟା ୬ଟାରୁ ରାତି ୯ଟା ଯାଏଁ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି।

ପୋଲ ଅତିକ୍ରମ କରିବାକୁ ଘଣ୍ଟାଘଣ୍ଟା ଲାଗିଯାଉଛି।

ରସୁଲଗଡ଼ରୁ ହଂସପାଳ ପର୍ଯ୍ୟନ୍ତ ଲମ୍ବା ଧାଡ଼ି ଲାଗୁଛି।

ସେପଟେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଭିଡ଼ ଭିତରେ କାମ।

ଯେଉଁଥି ପାଇଁ ରାତିରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ଓ ଲୋକେ ଅଯଥା କଲବଲ ହେଉଛନ୍ତି।Advertisment Horoscope 2026 August 06: ଜାଣନ୍ତୁ ଆଜିର ରାଶିଫଳ...

ପଳାଶୁଣି ପୋଲର ଏକାଧିକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହେଲାଣି।

ସ୍ଥିତି ଏପରି ଯେ ବ୍ରିଜ୍‌ ରଡ୍‌ ବି ବାହାରକୁ ବାହାରିଲାଣି।

ଗାଡ଼ି ଗଲେ ଖାଲଖମାରେ ପଡ଼ିଲେ ବ୍ରିଜ୍‌ ଉପରେ ଅଧିକ ଚାପ ପଡ଼ୁଛି।

ଏଣୁ ଏହାର ମରାମତି କରୁଛି ଏନ୍‌ଏଚ୍‌ଏଆଇ।

କିନ୍ତୁ ବିଳମ୍ବିତ ରାତିରେ ମରାମତି କରିବା ପରିବର୍ତ୍ତେ କର୍ତ୍ତୃପକ୍ଷ ରାତି ୧୦ରୁ ୧୧ଟା ଭିତରେ ଏହି ମରାମତି କାମ କରୁଛନ୍ତି।

ଏଥିପାଇଁ ଅଧା ପୋଲକୁ ବନ୍ଦ କରି ଦେଉଛନ୍ତି।

ପୋଲ ଉପରେ ବଡ଼ବଡ଼ ଗାଡ଼ି ରଖି ମରାମତି କରାଯାଉଛି।

ମାତ୍ର ଗୋଟିଏ ଗାଡ଼ି ଗଲାଭଳି ବାଟ ମିଳୁଛି।

ଏଣୁ ଏହି ସମୟରେ ଯାତାୟାତ କରୁଥିବା ଭାରୀଯାନଠାରୁ ଆରମ୍ଭ କରି ଯାତ୍ରୀବାହୀ, ଚାରିଚକିଆ, ଦୁଇଚକିଆ ସବୁ ଅସୁବିଧା ଭୋଗୁଛନ୍ତି।

କାମ ବେଳେ ଶହ ଶହ ସଂଖ୍ୟାରେ ଗାଡ଼ି ରାସ୍ତାରେ ଅଟକୁଛି।

ଏଥିପାଇଁ ବାଣୀବିହାରରୁ ଭିଡ଼ ଲାଗୁଛି।

ରସୁଲଗଡ଼ ଓଭର୍‌ବ୍ରିଜ୍‌ ତଳ ଓ ଉପରେ ଭିଡ଼ ହେଉଛି।

ଭିଡ଼ ଏତେ ଯେ ଦୁଇଚକିଆ ବି ଖସିପାରୁନି।

ଲୋକଙ୍କ ଅଭିଯୋଗ ମୁତାବକ, ଏନ୍‌ଏଚ୍‌ଏଆଇ ବିଳମ୍ବିତ ରାତିରେ ଅର୍ଥାତ୍‌ ରାତି ୧ଟା ପରେ କାମ କଲେ, କିଛି ଅସୁବିଧା ହୁଅନ୍ତାନି।

କିନ୍ତୁ ରାତି ୧୦ଟାରୁ ଏନ୍‌ଏଚ୍‌ଏଆଇ କାମ ଆରମ୍ଭ କରି ଦେଉଛି।

ଏହି ସମୟରେ ସହରର ଭିଡ଼ କମି ନଥାଏ।

ଏଣୁ ବ୍ରିଜ୍‌ରେ ଅଧା ରାସ୍ତା ଅଟକାଇ ଦେବାରୁ ଅଯଥା ଟ୍ରାଫିକ୍‌ ସମସ୍ୟା ଉପୁଜୁଛି।

କାମ ନ ସରିଲା ପର୍ଯ୍ୟନ୍ତ ଅଟକିବାକୁ ପଡ଼ୁଛି।

ଅଯଥାରେ ଲୋକେ ହଇରାଣ ହେଉଛନ୍ତି।

Information Office: ପାଖେଇ ଆସୁଛି ସ୍ୱାଧୀନତା ଦିବସ: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।