Saudi Arabia: ସାଉଦିର ଏକ କିଲୋମିଟର୍‌ ଉଚ୍ଚ ଟାୱାର୍‌

Aug 06, 2026 - 07:24
Saudi Arabia: ସାଉଦିର ଏକ କିଲୋମିଟର୍‌ ଉଚ୍ଚ ଟାୱାର୍‌

"ବିଶ୍ବର ଅନେକ ଗଗନଶ୍ଚୁମ୍ବୀ ଅଟ୍ଟାଳିକା ବା ସ୍କାଏସ୍କ୍ରାପର୍‌ ସମ୍ପର୍କରେ ଆମେ ଜାଣୁ।

ତେବେ ସେସବୁ ରେକର୍ଡକୁ ପଛରେ ପକାଇଦେବ ସାଉଦି ଆରବର ବନ୍ଦର ନଗରୀ ଜେଦ୍ଦାର ଜେଇଏସ୍‌ ଟାୱାର୍‌।

ଏକ କିଲୋମିଟର୍‌ ଉଚ୍ଚତାର ଏହି ବିସ୍ମୟକର ନିର୍ମାଣ ୨୦୧୩େର ଆରମ୍ଭ ହୋଇଥିଲା।

ଦ୍ରୁତ ଗତିରେ ଏହାର ନିର୍ମାଣ ଚାଲିଥିବା ବେଳେ ଏବେ ଏହାର ପାଖାପାଖି ଅଧକିଲୋମିଟର୍‌ ଉଚ୍ଚତାର ନିର୍ମାଣ ସରିଲାଣି।

ତଥ୍ୟ ଅନୁସାରେ, ଏହା ୪୩୦ ମିଟର୍‌ ଅର୍ଥାତ୍ ୧୪୧୦ ଫୁଟ୍‌ ଉଚ୍ଚତାରେ ପହଞ୍ଚି ସାରିଛି ଓ ପ୍ରାୟ ୫୭୦ ମିଟର୍‌ (୧୮୭୦ ଫୁଟ୍‌) ଉଚ୍ଚତାର ନିର୍ମାଣ କାମ ବାକି ଅଛି।

ଜେଦ୍ଦା ଜେଇଏସ୍‌ ଟାୱାର୍‌କୁ ଜେଦ୍ଦା ଇକୋନୋମିକ୍‌ କମ୍ପାନି ଟାୱାର୍‌ ମଧ୍ୟ କୁହାଯାଏ।

ଆଡ୍ରିଆନ୍‌ ସ୍ମିଥ୍‌ ଓ ଗର୍ଡନ୍‌ ଗିଲ୍‌ ଏହାର ଡିଜାଇନ୍‌ କରିଛନ୍ତି।

ଏହି ଦୁଇ ଡିଜାଇନର୍‌ ଏବେକାର ବିଶ୍ୱର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫାର ମଧ୍ୟ ଡିଜାଇନ୍‌ କରିଥିଲେ।

ଏହି କୋଠାର ଉଚ୍ଚତା ୮୨୮ ମିଟର୍‌ ବା ୨୭୧୭ ଫୁଟ୍‌।

Advertisment Media workshop: ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅଖିଳ କୁମାର ମିଶ୍ର ଜେଇଏସ୍‌ ଟାୱାର୍‌ରେ ୧୫୭ ମହଲା ରହିବ ଏବଂ ଓ ୫୪୧ ମିଟର୍‌ ଉଚ୍ଚ ଆମେରିକାର ସବୁଠାରୁ ଉଚ୍ଚ କୋଠା ୱାନ୍‌ ୱାର୍ଲଡ୍‌ ଟ୍ରେଡ୍‌ ସେଣ୍ଟର୍‌ ଉଚ୍ଚତାର ପ୍ରାୟ ଦୁଇଗୁଣା ହେବ।

ଏହି ପ୍ରକଳ୍ପ ବିକଶିତ କରୁଥିବା କିଙ୍ଗ୍‌ଡମ୍‌ ହୋଲ୍‌ଡିଂ କମ୍ପାନିର ସିଇଓ ସାଉଦି ପ୍ରିନ୍‌ସ ଅଲ୍‌ ୱାଲିଦ୍‌ ବିନ୍‌ ତଲାଲ୍‌ ଅଲ୍‌ ସାଉଦଙ୍କ ସୂଚନା ଅନୁଯାୟୀ, ଟାୱାର୍‌ଟି ବର୍ତ୍ତମାନ ୧୦୭ ମହଲାରେ ପହଞ୍ଚିଛି।

ସାରା ପୃଥିବୀରେ ୧୦୦ ମହଲା ଅତିକ୍ରମ କରିବା ଭଳି ହାତଗଣତି କୋଠା ରହିଛି।ତଥ୍ୟ ଅନୁସାରେ, ଏହାର ତଳ ମହଲାରେ କାର୍ଯ୍ୟାଳୟ ରଖାଯିବାର ଯୋଜନା ରହିଛି।

ସେହିପରି ଉପରେ ୨୦୦ କୋଠରିବିଶିଷ୍ଟ ଏକ ବିଳାସପୂର୍ଣ୍ଣ ହୋଟେଲ୍‌ ରହିବ।

ତା" ସହିତ ଏଠାରେ ସର୍ଭିସ୍‌ ଆପାର୍ଟମେଣ୍ଟ, ସ୍କାଏ ଲବି, ଏକାଧିକ ଦର୍ଶନୀୟ ସ୍ଥାନ ଓ ଏକ ହେଲିପ୍ୟାଡ୍‌ ବି ରହିବ।

ଏହି କୋଠାର ଇଂଜନିୟରିଂ ଦାୟିତ୍ବରେ ଥିବା ଥର୍ନଟନ୍‌ ଟୋମାସେଟି କହନ୍ତି, ୧ କିଲୋମିଟର୍‌ (୩୨୮୦ ଫୁଟ୍‌) ଉଚ୍ଚତାରେ ପହଞ୍ଚିବା ପାଇଁ ପ୍ରଥମ ମାନବ ନିର୍ମିତ କୋଠା ଭାବେ ଜେଦ୍ଦା ଟାୱାର୍‌ର ଡିଜାଇନ୍‌ ଏକ ଅଭୂତପୂର୍ବ ସଫଳତା।

ଏବେ ଜେଇଏସ୍‌ର ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି ଏବଂ ଏହି ଅସାଧାରଣ ସ୍କାଏସ୍କ୍ରାପର୍‌ର ନିର୍ମାଣ କାର୍ଯ୍ୟ ୨୦୨୮ରେ ଶେଷ ହେବାର ଆଶା ରଖାଯାଇଛି।

Blunt Black Perfume: ବ୍ଲଣ୍ଟ୍‌ ବ୍ଲାକ୍‌ ପରଫ୍ୟୁମ୍‌ ଉନ୍ମୋଚିତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।