IMFA Factory Accident: ପାଚେରୀ ଭୁଶୁଡ଼ି ଶ୍ରମିକ ମୃତ; କାମ କରୁଥିବା ବେଳେ ପାଚେରୀ ଭୁଶୁଡ଼ି ପଡ଼ିବାରୁ ଅଘଟଣ
କଟକ ଚୌଦ୍ୱାର ସ୍ଥିତ ଇଂଫା କାରଖାନାରେ କାନ୍ଥ ପଡ଼ି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ। ମୃତ ଶ୍ରମିକ ହେଲେ ଚୌଦ୍ୱାର ବାଣୀପଦା ଗାଁର ମିଲି ସେଠୀ। ସେ ପ୍ରାୟ ୩ ବର୍ଷ ଧରି ଇଂଫା କାରଖାନାରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଆଜି କାମ ଚାଲିଥିବା ବେଳେ ହଠାତ୍ ଏକ କାନ୍ଥ ପଡ଼ିଯିବାରୁ ସେ ଗୁରୁତର ଭାରେ ଆହତ ହୋଇଥିଲେ।
କଂପାନୀ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ କଟକ ଏସସିବି ମେଡିକାଲକୁ ନେଇଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣ ପରେ ପ୍ରଶାସନ, କଂପାନୀ କର୍ତ୍ତୃପକ୍ଷ, ଠିକାଦାର ଓ ମୃତ ଶ୍ରମିକଙ୍କ ସଂପର୍କୀୟଙ୍କ ମଧ୍ୟରେ ମିଳିତ ଆଲୋଚନା ହୋଇଥିଲା। ଏହାପରେ ଶ୍ରମିକଙ୍କ ଯାହା ନାଯ୍ୟ ପ୍ରାପ୍ୟ ରହିଛି ତାକୁ ପ୍ରଦାନ କରାଯିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି।
- ଇମ୍ଫା କାରଖାନାରେ ପାଚେରୀ ଭୁଶୁଡ଼ି ଶ୍ରମିକ ମୃତ
- କାମ କରୁଥିବା ବେଳେ ପାଚେରୀ ଭୁଶୁଡ଼ି ପଡ଼ିବାରୁ ଅଘଟଣ
- ମୃତ ଶ୍ରମିକ ହେଲେ ଚୌଦ୍ୱାର ବାଣୀପଦା ଗାଁର ମିଲି ସେଠୀ
- ପ୍ରାୟ ୩ ବର୍ଷ ଧରି ଠିକା ଶ୍ରମିକ ଭାବେ କାମ କରୁଥିଲେ
- ପାଚେରୀ ଭୁଶୁଡ଼ି ପଡ଼ିବାରୁ ଗୁରୁତର ଆହତ ହୋଇଥିଲେ
- କମ୍ପାନୀ ପକ୍ଷରୁ ତାଙ୍କୁ ଏସସିବି ମେଡିକାଲ୍ ନିଆଯାଇଥିଲା
- ହସ୍ପିଟାଲରେ ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର
- ନ୍ୟାୟ ପ୍ରାପ୍ୟ ଦେବାକୁ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।