Illegal Liquor: ମହିଳାଙ୍କ ରଣହୁଙ୍କାର: ମଦ ଜବତ କରି ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଲେ
କାମାକ୍ଷାନଗର: ଗାଁରେ ବେଆଇନ ଦେଶୀ ମଦ ବିକ୍ରିକୁ ନେଇ ତେଜିଲା ମହିଳାଙ୍କ ଅସନ୍ତୋଷ।
ବାରମ୍ବାର ଅଭିଯୋଗ ସତ୍ତ୍ୱେ ଅବକାରୀ ବିଭାଗ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରି ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ମହିଳା।
ମଦ ବିରୋଧୀ ରାଲି କରିବା ସହ ନିଜେ ମଦ ଜବତ କରି କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟରେ ପହଞ୍ଚାଇଛନ୍ତି।
ଏଭଳି ଘଟଣା ଢ଼େଙ୍କାନାଳ ଜିଲ୍ଲାର ମାକ୍ଷାନଗର ବ୍ଲକର ବିଜାଡ଼ିହି ଶବର ସାହି ଓ ଅଁଳାବେରେଣି ଜୁଆଙ୍ଗ ସାହିରେ ଦେଖିବାକୁ ମିଳିଛି।
Advertisment ମଦ ବିରୋଧୀ ଅଭିଯାନ ଆରମ୍ଭ ଗାଁରେ ଦେଶୀ ମଦ ବିକ୍ରି ଯୋଗୁଁ ପରିବାର ଓ ସାମାଜିକ ଜୀବନ ପ୍ରଭାବିତ ହେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି।
ଏହାର ପ୍ରତିବାଦରେ ଗାଁର ମହିଳାମାନେ ମିଳିତ ଓଡ଼ିଶା ନିଶା ନିବାରଣ ସଂଗଠନ ସହ ମିଶି ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି।
ଶତାଧିକ ମହିଳା ଏକାଠି ହୋଇ ଗାଁରେ ରାଲି କରିବା ସହ ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ନାରାବାଜି କରିଥିଲେ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ଦୀର୍ଘଦିନ ଧରି ବେଆଇନ ଦେଶୀ ମଦ ବିକ୍ରି ଚାଲିଥିବା ନେଇ ଅବକାରୀ ବିଭାଗକୁ ଏକାଧିକବାର ଜଣାଇଥିଲେ।
ହେଲେ କୌଣସି ଠୋସ୍ ପଦକ୍ଷେପ ନିଆନଯିବାରୁ ମହିଳାମାନେ ନିଜେ ଏହାର ପ୍ରତିବାଦ କରିବାକୁ ଆଗେଇ ଆସିଥିଲେ।
ଶୋକରେ ରାଣୀଗୁଡା ଗାଁ ଗାଁରୁ ମଦ ଜବତ କରି ସଂଗଠନର ନେତୃତ୍ୱରେ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚି ଏହା ହସ୍ତାନ୍ତର କରିଥିଲେ।ଗାଁରୁ ବେଆଇନ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଅଞ୍ଚଳକୁ ନିଶାମୁକ୍ତ କରିବାକୁ ମହିଳାମାନେ ଦାବି କରିଛନ୍ତି।
ଏଥିସହ ମଦ ବିକ୍ରିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଓ ନିୟମିତ ଚଢ଼ଉ ପାଇଁ ଦାବି ଉଠାଇଛନ୍ତି।
ଗାଁକୁ ନିଶାମୁକ୍ତ ନକରିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।ଅନ୍ୟପକ୍ଷରେ, ଏ ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଅବକାରୀ ଅଧିକାରିଣୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ମତାମତ ଦେବାକୁ ମନା କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
