IIT Delhi : ଆଇଆଇଟି ଦିଲ୍ଲୀରେ ଛାତ୍ର ମୃତ୍ୟୁକୁ ନେଇ ଆନ୍ଦୋଳନ ତୀବ୍ର

Aug 26, 2026 - 20:11
IIT Delhi : ଆଇଆଇଟି ଦିଲ୍ଲୀରେ ଛାତ୍ର ମୃତ୍ୟୁକୁ ନେଇ ଆନ୍ଦୋଳନ ତୀବ୍ର

"ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀରେ ୩୧ ବର୍ଷୀୟ ଏମ୍‌ଏସ୍‌ସି ଫିଜିକ୍ସ ଛାତ୍ର ଋଷିକେଶ କୁମାରଙ୍କ ମୃତ୍ୟୁକୁ ନେଇ ଛାତ୍ର ଆନ୍ଦୋଳନ ତୀବ୍ର ହୋଇଛି।

ଲଗାତାର ତୃତୀୟ ଦିନରେ ଛାତ୍ରମାନେ ପ୍ରତିବାଦ କରିବା ସହ କ୍ୟାମ୍ପସ୍‌ରେ ରାଲି କରିଛନ୍ତି।

ମୃତ୍ୟୁ ଘଟଣାର ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ, ତଦନ୍ତ ପ୍ରକ୍ରିୟାରେ ଅଧିକ ଛାତ୍ର ପ୍ରତିନିଧିତ୍ବ ଏବଂ ପ୍ରଶାସନିକ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।Advertisment ଆହୁରି ପଢନ୍ତୁ :Bollywood Actor Prabhas: ଲୁଚି ଲୁଚି ଏହି ରୋଗର ଚିକିତ୍ସା କରୁଛନ୍ତି ପ୍ରଭାସ ମୃତ୍ୟୁ ଘଟଣାରେ ଦିଲ୍ଲୀ ପୁଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ ଘଟଣା ସମ୍ପର୍କିତ ତଥ୍ୟ ଯାଞ୍ଚ କରିବା ସହ ଛାତ୍ରଙ୍କ ମୋବାଇଲ ଫୋନ୍‌ ଓ ଅନୁଷ୍ଠାନରୁ ମିଳୁଥିବା ରେକର୍ଡ ଯାଞ୍ଚ କରୁଛି।

ଅଗଷ୍ଟ ୨୨ରେ କ୍ୟାମ୍ପସ୍‌ରେ ଏହି ଘଟଣା ଘଟିଥିଲା।

ଋଷିକେଶ ଜୁଲାଇ ୨୦୨୫ରେ ଆଇଆଇଟି ଦିଲ୍ଲୀର ଏମ୍‌ଏସ୍‌ସି ଫିଜିକ୍ସ ପାଠ୍ୟକ୍ରମରେ ଯୋଗ ଦେଇଥିଲେ।

ଛାତ୍ରମାନଙ୍କ ଚାପ ପରେ ଆଇଆଇଟି ଦିଲ୍ଲୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପାଞ୍ଚଜଣିଆ ବାହ୍ୟ ତଦନ୍ତ କମିଟି ଗଠନ କରିଥିଲା।

କମିଟିକୁ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା।

ଆହୁରି ପଢନ୍ତୁ :Price hike: ଦରଦାମ୍‌ ମୁକାବିଲାରେ ଦୋମୁହାଁ ନୀତି ଏହା ଘଟଣା ସମ୍ପର୍କିତ ରେକର୍ଡ ଯାଞ୍ଚ କରିବା, ଛାତ୍ର, ଅଧ୍ୟାପକ ଓ ପ୍ରଶାସନିକ ଅଧିକାରୀଙ୍କ ସହ କଥା ହେବା, ବର୍ତ୍ତମାନର ପ୍ରୋଟୋକଲ୍‌ ଓ ପ୍ରକ୍ରିୟା ଯାଞ୍ଚ କରିବା ସହ ଛାତ୍ର ସହାୟତା ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ସୁପାରିସ କରିବାର ଥିଲା।

ପ୍ରାଥମିକ ଭାବେ ଏହି କମିଟିରେ ଉତ୍ତରାଖଣ୍ଡର ପୂର୍ବତନ ଡିଜିପି ତଥା ଆଇଆଇଟି ଦିଲ୍ଲୀର ପୂର୍ବତନ ଛାତ୍ର ଅଶୋକ କୁମାର, ଏମ୍ସ ଦିଲ୍ଲୀର ମନୋଚିକିତ୍ସା ବିଭାଗ ମୁଖ୍ୟ ପ୍ରତାପ ଶର୍ମା, ଦୁଇଜଣ ଛାତ୍ର ପ୍ରତିନିଧି ଓ ଆଇଆଇଟି ଦିଲ୍ଲୀର ରେଜିଷ୍ଟ୍ରାର ରହିବାର ବ୍ୟବସ୍ଥା ହୋଇଥିଲା।

ଆହୁରି ପଢନ୍ତୁ :Cricket: ବୁମ୍‌ରାଙ୍କ ରାଜୁତି ଶେଷ, ଷ୍ଟାର୍କ ନୂଆ ୧ ନଂ ଟେଷ୍ଟ ବୋଲର ତେବେ ଛାତ୍ରମାନେ ଅଶୋକ କୁମାରଙ୍କୁ କମିଟିରେ ସାମିଲ କରାଯିବା ନେଇ ଆପତ୍ତି ଜଣାଇବା ପରେ ପ୍ରଶାସନ କମିଟି ପୁନର୍ଗଠନ କରିବାକୁ ରାଜି ହୋଇଛି।

ଛାତ୍ରମାନେ ଅନୁଷ୍ଠାନର ଛାତ୍ର କଲ୍ୟାଣ ବିଭାଗର ଆସୋସିଏଟ୍‌ ଡିନ୍‌ଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି।

ମୃତ ଛାତ୍ରଙ୍କ ସମସ୍ୟା ପରିଚାଳନାରେ ପ୍ରଶାସନିକ ଅବହେଳା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଛାତ୍ରମାନଙ୍କ ସହ ଆଲୋଚନା ପରେ ନୂଆ କମିଟି ପାଇଁ ବିକଳ୍ପ ନାମ ପ୍ରସ୍ତାବ ଦେବାକୁ ସେମାନଙ୍କୁ କୁହାଯାଇଛି।

ଘଟଣା ପରେ ଛାତ୍ରମାନେ କ୍ଲାସ୍‌ ବର୍ଜନ କରି ଆନ୍ଦୋଳନକୁ ଓହ୍ଲାଇଥିଲେ।

ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ସହ ଛାତ୍ରଙ୍କ ଅଭିଯୋଗ ଶୁଣିବା ଓ ସମାଧାନ କରିବା ପାଇଁ ଅଧିକ ପ୍ରଭାବଶାଳୀ ବ୍ୟବସ୍ଥା ଦାବି ମଧ୍ୟ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)