Mahaprabhu Jagannath କାର୍ଟୁନ ଚଳଚ୍ଚିତ୍ର 'ମହାପ୍ରଭୁ ଜଗନ୍ନାଥ' ନିର୍ମାତା ଅପରାଧୀ: ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ

Aug 26, 2026 - 20:27
Mahaprabhu Jagannath କାର୍ଟୁନ ଚଳଚ୍ଚିତ୍ର 'ମହାପ୍ରଭୁ ଜଗନ୍ନାଥ' ନିର୍ମାତା ଅପରାଧୀ: ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ

"ପୁରୀ(ବିବୁଧ ମହାନ୍ତି): ଭୁବନେଶ୍ୱରର ଏଆଇ ଆନିମେସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ 'ମହାପ୍ରଭୁ ଜଗନ୍ନାଥ' ଆନିମେଟେଡ୍ ଚଳଚିତ୍ର ଓ 'ଜୟ ଜଗନ୍ନାଥ' ଧାରାବାହିକ ଅଗଷ୍ଟରେ ମୁକ୍ତିଲାଭ କରିବା ଯୋଜନା ରହିଛି।

ଏହି ପରିପ୍ରେକ୍ଷୀରେ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ଏକ ପ୍ରେସ୍‌ ବିବୃତି ଜରିଆରେ ଚଳଚ୍ଚିତ୍ରକୁ କଠୋର ଭାଷାରେ ତିରସ୍କାର କରିଛନ୍ତି।

ମହାପ୍ରଭୁଙ୍କୁ କାଟୁର୍ନ୍‌ କରି ପ୍ରଦର୍ଶିତ କରାଯିବା ଅପରାଧ ବୋଲି କହିଛନ୍ତି ।Advertisment Lord Jagannath: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ପରମ୍ପରାର ସୁରକ୍ଷା ଆମର ପ୍ରାଥମିକତା: ଡ.

ଅରବିନ୍ଦ ପାଢ଼ୀ ମିଳିଥିବା ସୂଚନାନୁସାରେ, ପୁରୀ ଗଜପତି ମହରାଜାଙ୍କୁ ପତ୍ର ଲେଖି ଏହି ଚଳଚ୍ଚିତ୍ର ବାବଦରେ ଅବଗତ କରାଇଛନ୍ତି।

ଏହାର ମୁକ୍ତିଲାଭ ନିମନ୍ତେ ସ୍ବୀକୃତି ଦିଆ ନଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟ ଗଜପତିଙ୍କୁ ପତ୍ର ଲେଖି ଏହାକୁ ମୁକ୍ତିଲାଭ କରିବାକୁ ନ ଦେବା ବ୍ୟବସ୍ଥା କରିବାକୁ ନିବେଦନ କରିଛି।

ପୂଜ୍ୟପାଦ ଶଙ୍କରାଚାର୍ଯ୍ୟଙ୍କ ଚିଠିର କିୟଦଂଶ ମିଳିଥିବା ସୂଚନାନୁସାରେ, ଉକ୍ତ ଚିଠିରେ ଶଙ୍କରାଚାର୍ଯ୍ୟ ଉଲ୍ଲେଖ କରିଛନ୍ତି, ଋଗ୍‌ବେଦ ପରିଶିଷ୍ଟ ଓ ଗୋପାଳସହସ୍ରନାମ ଆଦିରେ ନିରୂପିତ ବ୍ରହ୍ମଦାରୁ ଓ ଦାରୁ ବ୍ରହ୍ମାରୂପ ଅର୍ଚ୍ଚବିଗ୍ରହକୁ ବିକୃତରୂପରେ ପ୍ରସ୍ତୁତ କରିବା ମାନବାଧିକାର ପରିସର ମଧ୍ୟରେ ଜଘନ୍ୟ ଅପରାଧ ଅଟେ।

ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ର ମାନ୍ୟ କୌଣସି ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟାଳୟ ଦ୍ବାରା ହସ୍ତକ୍ଷେପ ମଧ୍ୟ ନ୍ୟାୟାଳୟର ଅଧିକାରର ସୀମା ବାହାରେ ଅଟେ।

ଇତିହାସ ରଚିଲା ଓଡ଼ିଆ ସିନେମା: ମହାମହିମ ଦେଖିଲେ "ଶ୍ରୀ ଜଗନ୍ନାଥଙ୍କ ନବକଳେବର" ଜଗନ୍ନାଥଙ୍କୁ ଏଭଳି ବିକୃତ କରୁଥିବା ବ୍ୟବସ୍ଥାକୁ ଖ୍ରୀଷ୍ଟିଆନ୍‌ ତନ୍ତ୍ର ବୋଲି ଅଭିହିତ କରି କହିଛନ୍ତି, ପ୍ରତ୍ୟେକ ପ୍ରସଙ୍ଗ ବେଦାଦିଶାସ୍ତ୍ରସମ୍ମତ, ଅର୍ଚ୍ଚବିଗ୍ରହର ଦାର୍ଶନିକ, ବୈଜ୍ଞାନିକ ଓ ବ୍ୟାବହାରିକସ୍ତରରେ ସ୍ବସ୍ଥ ସମୀକ୍ଷା କରାଯିବା ଆବଶ୍ୟକ।

ସତ୍ୟନିରୂପିତ କରିବା ଜ୍ଞାନୀଙ୍କ ସ୍ବଭାବ ଅଟେ କିନ୍ତୁ ଏହାକୁ (ସତ୍ୟକୁ) ଅନାଦର କରିବା ସ୍ବୟଂ ଓ ସମାଜ ନିମନ୍ତେ ସାଂଘାତିକ ଅଟେ।

ଏଣୁ ସନାତନ ହିନ୍ଦୁ ଧର୍ମର ମୁନିଋଷିଙ୍କ କୋପଭାଜନ ହେବା ପୂର୍ବରୁ ପ୍ରଭୁଜଗନ୍ନାଥଙ୍କ ବିକୃତସ୍ବରୂପ ପ୍ରଦର୍ଶନକୁ ବ୍ୟାହତ କରିବା ଆବଶ୍ୟକ ବୋଲି ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି।

ନିଜ ଅଭିପ୍ରାୟ ସ୍ପଷ୍ଟ କରି ଶଙ୍କରାଚାର୍ଯ୍ୟ କହିଛନ୍ତି, ବେଦଶାସ୍ତ୍ର ସମ୍ମତ ଶ୍ରୀଜଗନ୍ନାଥ ଆଦି ଦେବୀ, ଦେବତାଙ୍କୁ ନିଜର କପୋଳକଳ୍ପିତ ବିକୃତ (କାର୍ଟୁନ୍‌) ସ୍ବରୂପ ତଥା ଅପ୍ରାମାଣିକ ଳୀଳାଚରିତ୍ର ଯୁକ୍ତ ଚଳଚ୍ଚିତ୍ରକୁ କୌଣସି ପ୍ରକାର ମାଧ୍ୟମରେ ପ୍ରକାଶନ ଅନୁଚିତ ଅଟେ।

ମୁଣ୍ଡିମଣ୍ଡପ ପଣ୍ଡିତ ସଭାର ଚିଠିର କିୟଦଂଶ ସେହିଭଳି ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟ ଏହି ମର୍ମରେ ଚିଠି ଲେଖିଛି।

ସଭାର ସଚିବ ପ୍ରଫୁଲ୍ଲ ମିଶ୍ର ‌ଲେଖିଛନ୍ତି କି ଏହି ପ୍ରସଙ୍ଗରେ ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ପାଳନୀୟ।

ଏହି ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ଶାସ୍ତ୍ର ବିରୋଧୀ।

ଜଗଦ୍‌ଗୁରୁ କହିସାରିଛନ୍ତି କି ଏ ପ୍ରସଙ୍ଗରେ କୋର୍ଟଙ୍କର ହସ୍ତକ୍ଷେପ ଅନୁଚିତ।

ଏଣୁ ଏହାର ପୁନର୍ବିଚାର ପାଇଁ ଆବେଦନ କରିବା ସହ ଏହି ଚଳଚ୍ଚିତ୍ର ଓ ଧାରାବାହିକ ଉଭୟ ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ଆବଶ୍ୟକ।

Sri Jagannath Nagarjuna besa: ଶ୍ରୀଜଗନ୍ନାଥ ନାଗାର୍ଜୁନ ବେଶ ପ୍ରଦର୍ଶନ ମହୋତ୍ସବ: ଭକ୍ତି, ଭାବ ଓ ସମର୍ପଣର ମହାମିଳନ ସୂଚନାଯୋଗ୍ୟ, ଏଲି ଏନିମେସନ ପକ୍ଷରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ନିର୍ମିତି କାର୍ଟୁନ୍ ଚଳଚ୍ଚିତ୍ରର ବିଷୟ କାଳ୍ପନିକ ଓ ଶାସ୍ତ୍ର ବିରୋଧୀ ବୋଲି କହି  ଗଜପତି ମହାରାଜା ଆପତ୍ତି ଉଠାଇଥିଲେ।

ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବା ପାଇଁ ଓଡ଼ିଶା ହାଇକୋର୍ଟରେ ଆବେଦନ ହୋଇଥିଲା।

ହାଇକୋର୍ଟ ସ୍ଥଗିତାଦେଶ ଜାରି କରିବା ପରେ ନିର୍ମାତା ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ।

ସୁପ୍ରିମକୋର୍ଟ ରିଲିଜ୍‌ ସ୍ଥଗିତାଦେଶ ହଟାଇ ଦେବାରୁ ଦୁଇ ଦିନ ପରେ ଫିଲ୍ମ ରିଲିଜ୍ କରିବାକୁ ନିର୍ମାତା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)