Low Pressure: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା, ଜୁଲାଇ ୨ ବେଳକୁ ଲଘୁଚାପ, ୧ରୁ ବଢ଼ିବ ବର୍ଷା ପରିମାଣ

Jun 26, 2026 - 07:42
Low Pressure: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା, ଜୁଲାଇ ୨ ବେଳକୁ ଲଘୁଚାପ, ୧ରୁ ବଢ଼ିବ ବର୍ଷା ପରିମାଣ

ଭୁବନେଶ୍ୱର,୨୬/୦୬: ଜୁଲାଇ ୨ ତାରିଖ ବେଳକୁ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ୩୦ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । କିନ୍ତୁ ୧ ତାରିଖ ଯାଏ ରାଜ୍ୟରେ ୧ ତାରିଖ ପରେ ବଢ଼ିବ ବର୍ଷା ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ । ୨ରୁ ୮ତାରିଖରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରିଛି ।

ଆଇଏମ୍‌ଡିର ଆକଳନ ଅନୁସାରେ, ୧ ତାରିଖ ଯାଏ କେନ୍ଦ୍ରୀୟ ଓ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା ହେବ । କିନ୍ତୁ ପରେ ୨ରୁ ୮ ତାରିଖ ଭିତରେ ସ୍ୱାଭାବିକ ବର୍ଷା ହେବ । କିନ୍ତୁ ବର୍ତ୍ତମାନ ସୁଦ୍ଧା (୧ରୁ ୨୫ ତାରିଖ) ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ୪୮% ରହିଛି । ଦେବଗଡ଼ରେ ସର୍ବାଧିକ ୮୭% ନିଅଣ୍ଟିଆ ବର୍ଷା ହୋଇଛି । ନୂଆପଡ଼ାରେ ୮୨%, ସମ୍ବଲପୁରରେ ୭୩%, କଳାହାଣ୍ଡିରେ ୬୯%, ସୁନ୍ଦରଗଡ଼ରେ ୬୮%, ଅନୁଗୁଳରେ ୬୩%, ବଲାଙ୍ଗିରରେ ୬୨%, ପୁରୀରେ ୬୧% ନିଅଣ୍ଟିଆ ବର୍ଷା ହୋଇଛି । ଏହି ସମୟରେ ରାଜ୍ୟରେ ହାରାହାରି ୧୬୩ମିମି ବର୍ଷା ହେବା କଥା । କିନ୍ତୁ ମାତ୍ର ୮୪ମିମି ବର୍ଷା ହୋଇଛି ।

ଅଧିକ ପଢ଼ନ୍ତୁ :- State Film Awards Announced : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ପୁଷ୍କରା, ମାଇଁ ସ୍ଵିଟ ହାଉସ୍ ଓ୍ବାଇଫ, ଆଶ୍ରମ ଶ୍ରେଷ୍ଠ ଫିଲ୍ମ

ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଗଜପତିରେ ଅଧିକ ବର୍ଷା ହୋଇପାରେ । ଏହି ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାଣ୍ଣି ର୍ଂ ଜାରି ହୋଇଛି । ୧ ତାରିଖ ଯାଏ ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।

ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଚାଷୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ରାଜ୍ୟରେ ଯେଉଁ ପାଣିପାଗ ଅବସ୍ଥା ଯୋଗୁ ବ୍ୟାପକ ଓ ଲଗାଣ ଚାଷ ଉପଯୋଗୀ ବର୍ଷା ହୁଏ, ତାହା ଏବେସୁଦ୍ଧା ସଂଗଠିତ ହୋଇନି । ରାଜ୍ୟରେ ନିରନ୍ତର ବର୍ଷା ପାଇଁ ଏବେସୁଦ୍ଧା ମୌସୁମୀ ଟ୍ରଫ୍ ଶକ୍ତିଶାଳୀ ହୋଇନି । ଚାଷୀମାନେ ଦିନେ ବା ଦୁଇ ଦିନର ବର୍ଷାକୁ ଚାଷ ଅନୁକୂଳ ବର୍ଷା ଭାବେ ଧରି ବୁଣାବୁଣି ଆରମ୍ଭ କରିବା ଠିକ ହେବନି ।

ଚାଷୀମାନେ ତଳିଘର ପ୍ରସ୍ତୁତି, ଜମି କାଦୁଅ କରିବା ଓ ପ୍ରାକ୍-ବୁଣା ପ୍ରକ୍ରିୟା ଜାରି ରଖନ୍ତୁି । ଆସନ୍ତା ସପ୍ତାହ ଭିତରେ ସ୍ୱଳ୍ପ ବର୍ଷାର ସମ୍ଭାବନା ଅଛି । କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ କିଛି ବର୍ଷା ଯୋଗୁ ମାଟି ଓଦା ହୋଇସାରିଛି । ସେଠାରେ ଚାଷୀମାନେ ଚାଷ କାମ ଆରମ୍ଭ କରିପାରିବେ । କିନ୍ତୁ ବିହନ ବୁଣିବା ପାଇଁ ଲଗାଣ ବର୍ଷା ହେବା ଯାଏ ଅପେକ୍ଷା କରିବା ଭଲ । ପଶ୍ଚିମ ଓଡ଼ିଶାର ଚାଷୀମାନେ ଚାଷ କାମ ପାଇଁ ଆହୁରି ଅପେକ୍ଷା କରନ୍ତୁ । ଜୁନ୍ ମାସର ବାକି ଦିନ ଅପେକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ବ୍ୟାପକ ଓ ଲଗାଣ ବର୍ଷା ସମ୍ଭାବନା ଅଛି । ବିହନ ବୁଣା କାମ ସାମାନ୍ୟ ବିଳମ୍ବ କଲେ ଗଜା ମରିଯିବା, ତଳି ନଷ୍ଟ ହେବା ଓ ଆରମ୍ଭରୁ ଗଛ ଜଳାଭାବ ଜନିତ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା କମିଯିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।