19 AUGUST 2026

Welcome!

Unlock your personalized experience.
Sign Up
block-728

Iconic road: ନିର୍ମାଣ ହେଲାନି ଆଇକନିକ୍ ରାସ୍ତା: ମୁମ୍ବାଇରେ ଗାଡ଼ି ଚାଲିଲେ ଗୀତ ବାଜୁଛି

Aug 10, 2026 - 06:35
Iconic road: ନିର୍ମାଣ ହେଲାନି ଆଇକନିକ୍ ରାସ୍ତା: ମୁମ୍ବାଇରେ ଗାଡ଼ି ଚାଲିଲେ ଗୀତ ବାଜୁଛି

ଭୁବନେଶ୍ବର (ବିଶ୍ବଜିତ ଦାଶ): ରାଜ୍ୟରେ ଏନ୍‌ଏଚ୍‌ଏଆଇ, ପୂର୍ତ୍ତ ବିଭାଗରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ଇଡ୍‌କୋ, ବିଭିନ୍ନ ପୌରସଂସ୍ଥା ପ୍ରତିବର୍ଷ ଶହ ଶହ କିମି ନୂଆ ରାସ୍ତା ନିର୍ମାଣ କରୁଛନ୍ତି। ୨୦୨୪ରେ ରାଜ୍ୟରେ ବିଜେପି ସରକାର ଆସିବା ପରେ କୁହାଯାଇଥିଲା ଯେ ୫ ବର୍ଷରେ ପୂର୍ତ୍ତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ। ହେଲେ ପୂର୍ବରୁ ଯେତେ ସବୁ ରାସ୍ତା ନିର୍ମାଣ ହୋଇଛି କିମ୍ବା ଏବେ ଯେଉଁ ସବୁ ରାସ୍ତା ନିର୍ମାଣ ହେଉଛି ସେଥିରେ କିଛି ସ୍ବତନ୍ତ୍ରତା ରହୁନି। ଭବିଷ୍ୟତକୁ ଦୃଷ୍ଟିରେ ରଖି ବା ଲୋକଙ୍କୁ ଆକର୍ଷିତ କରିବା ଭଳି କୌଣସି ଆଇକନିକ୍ ରାସ୍ତା ନିର୍ମାଣ ହେଉ ନାହିଁ। ଆହୁରି ସରଳ ଭାବେ କହିଲେ, ରାସ୍ତା ନିର୍ମାଣ ପାଇଁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଅଥଚ ଏହା କିପରି ଗାଡ଼ି ଚାଳକଙ୍କୁ ଆକର୍ଷିତ କରିବ, ଦୁର୍ଘଟଣାମୁକ୍ତ ହେବ, ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ରହିବ ସେହିଭଳି ବ୍ୟବସ୍ଥା ହେଉନି।

Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ

ନିକଟରେ ମୁମ୍ବାଇରେ ଏକ ‘ମେଲୋଡି ରୋଡ୍‌’ର ଲୋକାର୍ପଣ ହୋଇଛି। ଛତ୍ରପତି ଶମ୍ଭାଜୀ ମହାରାଜ ଉପକୂଳ ରାସ୍ତାରେ ନରିମାନ୍‌ ପଏଣ୍ଟରୁ ୱର୍ଲି ରାସ୍ତାରେ ଏହି ରାସ୍ତାକୁ ହଙ୍ଗେରୀ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଛି। ଯେଉଁଥିରେ ଗାଡ଼ି ୬୦ରୁ ୮୦ କିମି ବେଗରେ ରାସ୍ତାରେ ଲାଗିଥିବା ରମ୍ବଲ ଷ୍ଟ୍ରିପ୍‌ ଉପରେ ଗଲେ ‘ଜୟ ହୋ’ ଧୁନ୍‌ ବାଜୁଛି। ପ୍ରାୟ ୫୦୦ ମିଟରର ଏହି ରାସ୍ତା ଏବେ ଦେଶରେ ଏକ ଚର୍ଚ୍ଚିତ ରାସ୍ତା ପାଲଟିଛି। ଏହାଦ୍ବାରା ଯେପରି ସ୍ଥାନୀୟ ଲୋକ ବିଶେଷ ଅସୁବିଧାର ସମ୍ମୁଖୀନ ହେବେନି ସେଥିପାଇଁ ଏହାକୁ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାଯାଉଛି। ସେହିପରି ଗୁଜୁରାଟର ଅହମଦାବାଦ, ଗାନ୍ଧୀନଗର, ସୁରତରେ ବୁଦ୍ଧିମତା ପରିବହନ ବ୍ୟବସ୍ଥା ଲାଗୁ ହୋଇଛି। ଏଥିରେ ସିଟି ବସ୍‌ଗୁଡ଼ିକ ରିଅଲ ଟାଇମ୍‌ ବା ଧାର୍ଯ୍ୟ ସମୟରେ ଯେପରି ବିଭିନ୍ନ ସ୍ଥାନରେ ପହଞ୍ଚିବ, ଲୋକମାନେ ବିଭିନ୍ନ ବସ୍‌ଷ୍ଟାଣ୍ଡରେ ଯେପରି ‌େରଳ ଷ୍ଟେସନ୍‌ ଭଳି ବିଭିନ୍ନ ଟ୍ରେନ୍‌ର ସୂଚନା ପାଇପାରିବେ, ରାସ୍ତାରେ ନିୟମ ଉଲ୍ଲଂଘନକାରୀଙ୍କୁ ସିସିଟିଭି ମାଧ୍ୟମରେ ଧରାଯିବ, ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବୟଂଚାଳିତ ଟ୍ରାଫିକ ବ୍ୟବସ୍ଥା ଲାଗୁ ହୋଇଛି। କୌଣସି ରାସ୍ତାରେ ଟ୍ରାଫିକ୍‌ ସିଗନାଲ୍ ପରିଚାଳନା ପାଇଁ ପୁଲିସ ରହିବେନି, କିନ୍ତୁ ଆମ୍ବୁଲାନ୍ସ ଏବଂ ପଥଚାରୀ ଆରାମରେ ଯେପରି ରାସ୍ତା ଅତିକ୍ରମ କରିପାରିବେ ସେହିଭଳି ବ୍ୟବସ୍ଥା ହୋଇଛି। ଏହି ଡିଜାଇନ୍ ଏବେ ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଛି।

ମୁମ୍ବାଇରେ ଗାଡ଼ି ଚାଲିଲେ ଗୀତ ବାଜୁଛି
ଓଡ଼ିଶାରେ ପଥଚାରୀ, ସାଇକଲ୍‌ ଚାଳକଙ୍କ ପାଇଁ କିଛି ସୁବିଧା ନାହିଁ
ସ୍ବୟଂଚାଳିତ ଟ୍ରାଫିକ ବ୍ୟବସ୍ଥା ବି କାମ କରୁନି
ନୂଆ ଡିଜାଇନ୍ ରାସ୍ତା ନିର୍ମାଣ କରିବାରେ ଓପିଡବ୍ଲ୍ୟୁଡି କୋଡ୍ ବାଧକ: ମୁଖ୍ୟଯନ୍ତ୍ରୀ

କେବଳ ଏତିକି ନୁହେଁ, ଦିଲ୍ଲୀରେ ଏବେ ରିଂରୋଡ୍‌କୁ ୟୁରୋପୀୟ ଦେଶର ରାସ୍ତା ଭଳି ଡିଜାଇନ୍ କରାଯାଉଛି। ଏଠାରେ ସ୍ବତନ୍ତ୍ର ସାଇକଲ୍‌ ଟ୍ରାକ୍, ୧୦ ଫୁଟ ଓସାରର ଫୁଟପାଥ୍, ଅଣ୍ଡରଗ୍ରାଉଣ୍ଡ ୟୁଟିଲିଟି କରିଡର ଆଦି ସୁବିଧା ରହିବା ସହ ବିଭିନ୍ନ ଡିଜାଇନ୍‌ର ଗଛ ଲଗାଯିବ ଏବଂ ଲ୍ୟାଣ୍ଡସ୍କେପ୍ ହେବ। ଚଣ୍ଡୀଗଡ଼ରେ ରାସ୍ତା କଡ଼ରେ ଥିବା କୌଣସି ଘରର ଲୋକ ସିଧା ରାସ୍ତାକୁ ବାହାରିପାରିବେନି। ଘର ଆଗରେ ସର୍ଭିସ୍ ରୋଡ୍ ନିର୍ମାଣ କରି ଲୁହା ବ୍ୟାରିକେଡ୍ ଲଗାଯାଇଛି। ଉତ୍ତର ପ୍ରଦେଶରେ ଅଧିକ ଏକ୍ସପ୍ରେସ୍ ୱେ ନିର୍ମାଣ ସହ ସେଠାରେ ରାସ୍ତାକଡ଼ରେ ଆମୋଦପ୍ରମୋଦ ସେବାକୁ ଗୁରୁତ୍ବ ଦିଆଯାଇଛି। 
ଏହାବାଦ୍ ଅନେକ ରାଜ୍ୟ ଏବେ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀଗୁଡ଼ିକରେ ସ୍ବତନ୍ତ୍ର ଡିଜାଇନ୍‌ର ରାସ୍ତା ନିର୍ମାଣ ସହ ଲ୍ୟାଣ୍ଡସ୍କେପ୍‌ ଏବଂ କାନ୍ଥରେ ଚିତ୍ର ଆଙ୍କି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛନ୍ତି। କିପରି ପର୍ଯ୍ୟଟକମାନେ ସେହି ରାସ୍ତାରେ ଗଲେ ଫଟୋ ଉଠାଇପାରିବେ, ପ୍ରକୃତିକୁ ଉପଭୋଗ କରିପାରିବେ ସେହିଭଳି ରାସ୍ତାର ଡିଜାଇନ୍ କରାଯାଉଛି।

Jharkhand exam protest: ଝାଡ଼ଖଣ୍ଡ ପରୀକ୍ଷା ବିବାଦ: ଅନଶନରତ ଛାତ୍ରନେତାଙ୍କ ସ୍ବାସ୍ଥ୍ୟରେ ଅବନତି

ହେଲେ ଓଡ଼ିଶାରେ ସ୍ମାର୍ଟ ଜନପଥକୁ ଛାଡ଼ି ଦେଲେ କୌଣସି ଗୋଟିଏ ବି ସ୍ବତନ୍ତ୍ର ଡିଜାଇନ୍‌ର ରାସ୍ତା ନାହିଁ। ଏହି ସ୍ମାର୍ଟ ଜନପଥରେ ବି ସ୍ବତନ୍ତ୍ର ସାଇକେଲ୍ ଟ୍ରାକ୍ ଏବଂ ଫୁଟପାଥ୍‌ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ରାଜ୍ୟରେ କୌଣସି ସ୍ଥାନରେ ସ୍ବୟଂଚାଳିତ ଟ୍ରାଫିକ ବ୍ୟବସ୍ଥା କାମ କରୁନି। ଯଦି କେଉଁଠି ଟାଇମର୍‌ ମାଧ୍ୟମରେ ଟ୍ରାଫିକ ପରିଚାଳନା ହେଉଛି ସେଠାରେ ପୁଲିସ କର୍ମଚାରୀ ଛିଡ଼ା ହେଉଛନ୍ତି। କୌଣସି ଜରୁରିକାଳୀନ ପରିସ୍ଥିତି କି ଆମ୍ବୁଲାନ୍ସ ଆସିଲେ ଏହାକୁ ସେଣ୍ଟ୍ରାଲ କମାଣ୍ଡ ରୁମ୍‌ରୁ ପରିଚାଳନା କରିବାର ବ୍ୟବସ୍ଥା ନାହିଁ। କୌଣସି ଐତିହ୍ୟ, ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ଭିତ୍ତିଭୂମି ନାହିଁ। ବରଂ ୮ବର୍ଷ ତଳେ ବାର୍ସିଲୋନା ଗସ୍ତରେ ଯାଇଥିବା ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳର ସୁପାରିସ କ୍ରମେ ରାଜଧାନୀରେ ଅନ୍‌ ଷ୍ଟ୍ରିଟ୍‌ ପାର୍କିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲା, ଯାହା ଏବେ ରାଜଧାନୀରେ ଅସମ୍ଭାଳ ଭିଡ଼ର କାରଣ ପାଲଟିଛି। ଏ ନେଇ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା) ଧ୍ୟାନଚାନ୍ଦ ନାୟକଙ୍କୁ ଯୋଗାଯୋଗ କରିବାରୁ ‌େସ କହିଥିଲେ ଯେ ଓଡ଼ିଶାରେ କୌଣସି ଆଇକନିକ୍ ରୋଡ୍‌ ନାହିଁ କି କୌଣସି ସ୍ବତନ୍ତ୍ର ଡିଜାଇନ୍‌ର ରାସ୍ତା ନିର୍ମାଣ କରିବାର ଏବେ ଯୋଜନା ନାହିଁ। ପୂର୍ତ୍ତ ବିଭାଗ ଓପିଡବ୍ଲ୍ୟୁଡି କୋଡ୍ ଅନୁସାରେ କାମ କରୁଥିବାରୁ ସବୁ କାମ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ମୂଲ୍ୟ ଅନୁସାରେ କାମ କରାଯାଉଛି। ଯଦି ସରକାର କିଛି ନୂଆ ନିଷ୍ପତ୍ତି ନେବେ ଏବଂ ମୂଲ୍ୟ ଧାର୍ଯ୍ୟ କରିବେ ତେବେ ପୂର୍ତ୍ତ ବିଭାଗ କିଛି ନୂଆ ଡିଜାଇନ୍‌ର ରାସ୍ତା ନିର୍ମାଣ କରିପାରିବ। ସୂଚନାଯୋଗ୍ୟ, ରାଜ୍ୟରେ ବିଭିନ୍ନ ସଂସ୍ଥା‌ ଦ୍ବାରା ନିର୍ମିତ ପ୍ରାୟ ୩ ଲକ୍ଷ କିମିର ରାସ୍ତା ଥିବାବେଳେ କୌଣସି ଗୋଟିଏ ଅଞ୍ଚଳରେ ଆଇକନିକ୍ ରାସ୍ତା ହୋଇପାରିନି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media