ICC Women's Twenty20 World Cup: ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍: ଆଜି ଭାରତ-ପାକ୍ ଲଢ଼େଇ
"ବର୍ମିଂହାମ୍: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଟାଇଟଲ୍ ଫେବରିଟ୍ ଭାରତ ରବିବାରଠାରୁ ଅଭିଯାନ ଆରମ୍ଭ କରିବ।
ହାଇଭୋଲ୍ଟେଜ୍ ମୁକାବିଲାରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ।
ଏହି ମ୍ୟାଚ୍ ରାତି ୭ଟାରୁ ଆରମ୍ଭ ହେବ ଏବଂ ବର୍ମିଂହାମଠାରେ ଖେଳାଯିବ।
ହରମନପ୍ରୀତ୍ କୌରଙ୍କ ନେତୃତ୍ବରେ ଖେଳିବାକୁ ଯାଉଥିବା ଭାରତୀୟ ଦଳ ପୂର୍ବରୁ ୮ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିଥିଲେ ବି କେବେ ଜିତିନି।
୨୦୨୦ରେ ଉପବିଜେତା ହେବା ହିଁ ଦଳର ଶ୍ରେଷ୍ଠ ପ୍ରଦର୍ଶନ ହୋଇରହିଛି।
ଚଳିତ ଥର ଗ୍ରୁପ୍-ଏ"ରେ ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ବାଂଲାଦେଶ ଓ ନେଦରଲାଣ୍ଡ୍ସ ସହ ଥିବା ଭାରତ ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ଲକ୍ଷ୍ୟରେ ରହିଛି।
ମହିଳା ଦିନିକିଆ ବିଶ୍ବକପ୍ ଜିତି ସାରିଥିବାରୁ ଏହି ପ୍ରତୀକ୍ଷିତ ଲକ୍ଷ୍ୟକୁ ଭାରତ ଚଳିତ ସଂସ୍କରଣରେ ପୂରଣ କରିବାକୁ ପୂରା ସକ୍ଷମ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି।
ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ ସବୁବେଳେ ଭଲ ରହି ଆସିଥିବାରୁ ଏଥର ମଧ୍ୟ ସେହି ସଫଳତା ଦୋହରାଇବେ ବୋଲି ହରମନ୍ପ୍ରୀତ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ଉଭୟ ଦଳ ପରସ୍ପର ବିପକ୍ଷରେ ୧୫ଟି ଟ୍ବେଣ୍ଟି-୨୦ ଖେଳିଛନ୍ତି।
ସେଥିମଧ୍ୟରୁ ଭାରତ ୧୨ ଏବଂ ପାକିସ୍ତାନ ମାତ୍ର ୩ଟିରେ ବିଜୟୀ ହୋଇଛି।Advertisment Women"s T20 World Cup: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍, ଉଦ୍ଘାଟନୀ ମ୍ୟାଚ୍ରେ ଇଂଲଣ୍ଡର ବଡ଼ ବିଜୟ ପାକ୍ ଅଧିନାୟିକା ଆହତ ରବିବାରର ମୁକାବିଲା ପୂର୍ବରୁ ପାକିସ୍ତାନର ଅଧିନାୟିକା ଫତିମା ସାନା ଆହତ ହୋଇଥିବା ସୂଚନା ମିଳିଛି।
ଶନିବାର ଦଳ ଅଭ୍ୟାସ କରୁଥିବାବେଳେ ତାଙ୍କ ଡାହାଣ ନଳି ଗୋଡ଼ରେ ବଲ୍ ବାଜିଥିଲା।
ଏହା ପରେ ତାଙ୍କୁ ତୁରନ୍ତ ପଡ଼ିଆରୁ ବାହାରକୁ ନିଆଯାଇଥିଲା।
ଏହା ପରେ ଆଉ ଅଭ୍ୟାସ ପାଇଁ ଫେରି ନଥିଲେ।
ତେବେ ତାଙ୍କ ଆଘାତ କେତେ ଗୁରୁତର ସେ ନେଇ ପାକିସ୍ତାନ ଦଳ ପରିଚାଳନା ପକ୍ଷରୁ କୌଣସି ଔପଚାରିକ ବୟାନ ଜାରି କରାଯାଇନାହିଁ।
ଭାରତୀୟ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଜେମିମା ରଡ୍ରିଗ୍ସ, ଭାରତୀ ଫୁଲମାଲି, ଦିପ୍ତି ଶର୍ମା, ରିଚା ଘୋଷ, ଶ୍ରୀ ଚାରଣୀ, ୟସ୍ତିକା ଭାଟିଆ, ନନ୍ଦିନୀ ଶର୍ମା, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ, କ୍ରାନ୍ତି ଗୌଡ଼, ଶ୍ରେୟଙ୍କା ପାଟିଲ ଓ ରାଧା ଯାଦବ।
ICC: ଏହି କ୍ରିକେଟ ବୋର୍ଡ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି ପାକିସ୍ତାନ ଦଳ: ଫତିମା ସାନା (ଅଧିନାୟିକା), ଗୁଲ୍ ଫିରୋଜା, ଆୟେଶା ଜାଫର, ଇରମ୍ ଜାଭେଦ୍, ଐମାନ୍ ଫାତିମା, ଆଲିଆ ରିଆଜ୍, ନାତାଲିଆ ପରଭେଜ୍, ସାଇରା ଜୁବିନ୍, ମୁନୀବା ଅଲ୍ଲୀ, ତୁବା ହାସନ, ରମିନ ସମିମ୍, ସାଦିଆ ଇକ୍ବାଲ୍, ନଶ୍ରା ସାନ୍ଧୁ, ଡାଏନା ବେଗ୍ ଓ ତାସ୍ମିଆ ରୁବାବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।