ICC Women's T20 World Cup 2026: ପାକିସ୍ତାନ ଆଗରେ ୧୭୧ ରନ୍ ବିଜୟ ଲକ୍ଷ୍ୟ ରଖିଲା ଭାରତ
"ବର୍ମିଂହାମ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ଦଳ ଆଜି ପାକିସ୍ତାନକୁ ଭେଟିଛି।
ବର୍ମିଂହାମର ଏଜବେଷ୍ଟନ ପଡ଼ିଆରେ ଭାରତୀୟ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।
ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୭୦ ରନ୍ କରିଛି।
ଫଳରେ ଏହି ମ୍ୟାଚ୍ ଜିତିବା ପାଇଁ ପାକିସ୍ତାନକୁ ୧୭୧ ରନ୍ର ଲକ୍ଷ୍ୟ ମିଳିଛି।
Advertisment ଭାରତ ପାଇଁ ସ୍ମୁତି ମନ୍ଧାନା ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ।
ସେ ୪୪ଟି ବଲ୍ ଖେଳି ୯ଟି ଚୌକା ଏବଂ ୨ଟି ଛକା ବଳରେ ୬୮ ରନ୍ ସଂଗ୍ରହ କରିଥିଲେ।
ସେହିପରି ହରମନପ୍ରୀତ କୌର ୩୫ଟି ବଲ୍ ଖେଳି ୪ଟି ଚୌକା ସହାୟତାରେ ୩୬ ରନ୍ ସଂଗ୍ରହ କରିଥିଲେ।
ପ୍ରାରମ୍ଭିକ ବ୍ୟାଟର ସେଫାଳି ବର୍ମା ୬ ରନ୍ ଏବଂ ଭାରତୀ ଫୁଲମାଳି ଏକ ରନ୍ କରିଥିଲେ।
ରିଚା ଘୋଷ ୧୭ଟି ବଲ୍ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୪ ରନ୍ କରିଥିଲେ।
ଦୀପ୍ତି ଶର୍ମା ୧୨ ରନ୍ କରିଥିଲେ।
ଏଥିରେ ସେ ଗୋଟିଏ ଚୌକା ସାମିଲ କରିଥିଲେ।
ପାକିସ୍ତାନ ପକ୍ଷରୁ ସାଦିଆ ଇକ୍ବାଲ ଏବଂ ଅଧିନାୟକ ଫତିମା ସାନା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିତିଲେ।
ସେହିପରି ତସିମା ରୁବାବ ଏବଂ ରମୀନ ଶମିମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଆହୁରି ପଢ଼ନ୍ତୁ: Trophey: କ୍ରିକେଟ ବିଶ୍ୱକପ ନା ଫିଫା ବିଶ୍ୱକପ, କାହାର ଟ୍ରଫି ହୋଇଥାଏ ସବୁଠାରୁ ଦାମୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।