IB Chief: ମହେଶ ଦୀକ୍ଷିତ ଇଣ୍ଟେଲିଜେନ୍ସ ବ୍ୟୁରୋ ମୁଖ୍ୟ ନିଯୁକ୍ତ

Jun 26, 2026 - 09:41
IB Chief: ମହେଶ ଦୀକ୍ଷିତ ଇଣ୍ଟେଲିଜେନ୍ସ ବ୍ୟୁରୋ ମୁଖ୍ୟ ନିଯୁକ୍ତ

"ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଇପିଏସ୍‌ ଅଧିକାରୀ ମହେଶ ଦୀକ୍ଷିତଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି।

ଦୀକ୍ଷିତ ତପନ ଡେକାଙ୍କ ସ୍ଥାନରେ ନୂଆ ନିଯୁକ୍ତି ପାଇଛନ୍ତି।

ଜୁନ୍ ୩୦ ତାରିଖରେ ଡେକାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବା ପରେ ଦୀକ୍ଷିତ ଦାୟିତ୍ୱ ଗ୍ରହଣ କରିବେ।

ହିମାଚଳ ପ୍ରଦେଶ କ୍ୟାଡରର ୧୯୮୮ବ୍ୟାଚ୍ ଅଧିକାରୀ ଡେକାଙ୍କୁ ୨୦୨୨ ରେ ଆଇବି ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା ଓ ତା"ପରେ ତାଙ୍କୁ ଦୁଇ ଥର ଗୋଟିଏ ବର୍ଷ ଲେଖାଏଁ ଏକ୍ସଟେନ୍ସନ୍ ଦିଆଯାଇଥିଲା।Advertisment ଆଇପିଏସ୍‌ ପୂର୍ବରୁ ଡାକ୍ତର ଥିଲେ ୧୯୯୩ ବ୍ୟାଚ ଆନ୍ଧ୍ର ପ୍ରଦେଶ କ୍ୟାଡରର ଆଇପିଏସ୍‌ ଅଧିକାରୀ ଦୀକ୍ଷିତ ବର୍ତ୍ତମାନ ଆଇବିର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ଦୁଇ ବର୍ଷ ପାଇଁ ଦୀକ୍ଷିତଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି।

ଦୀକ୍ଷିତ ଆଇପିଏସ୍‌ ହେବା ପୂର୍ବରୁ ଜଣେ ଡାକ୍ତର ଥିଲେ।

ଆଭ୍ୟନ୍ତରୀଣ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା କରିବାରେ ତାଙ୍କର ବ୍ୟାପକ ପରିଚାଳନାଗତ ଓ ଗୁଇନ୍ଦା ଅଭିଜ୍ଞତା ରହିଛି।

ତାଙ୍କର ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ମଧ୍ୟ ଅଭିଜ୍ଞତା ରହିଛି।

ଆଇବିରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ସମ୍ବେଦନଶୀଳ କାଶ୍ମୀର ସବସିଡିଆରୀ ଇଣ୍ଟେଲିଜେନ୍ସ ବ୍ୟୁରୋର ନେତୃତ୍ୱ ନେଇଥିଲେ ଓ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ଶାସିତ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ତାଙ୍କର ଆଞ୍ଚଳିକ ସୁରକ୍ଷା ବିପଦକୁ ମୁକାବିଲା କରିବାରେ ଅଭିଜ୍ଞତା ମଧ୍ୟ ଅଛି, ଉତ୍ତର-ପୂର୍ବ ଏବଂ ଲଦାଖରେ ଅପରେସନ ଠାରୁ ଆରମ୍ଭ କରି ନକ୍ସଲ ବିରୋଧୀ ଡେସ୍କ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ପରିଚାଳନା କରିଛନ୍ତି।

ଆଇବି ଦେଶର ପ୍ରମୁଖ ଘରୋଇ ଗୁଇନ୍ଦା ସଂସ୍ଥା ଯାହା ଆତଙ୍କବାଦ, ବିଭିନ୍ନ ଅଞ୍ଚଳରେ ସଂଘର୍ଷ, ସରକାରୀ ନୀତି ସହିତ ଜଡିତ ବିପଦ ମୂଲ୍ୟାଙ୍କନ ସମେତ ଅନେକ ପ୍ରସଙ୍ଗରେ ଗୁପ୍ତ ସୂଚନା ସଂଗ୍ରହ କରେ।

ଏହା ଅନ୍ୟ ଏଜେନ୍ସି ଓ ପୁଲିସ ବାହିନୀକୁ ମଧ୍ୟ ସହାୟତା ପ୍ରଦାନ କରେ।

Accident: ପିକଅପ୍ ସହ ଟ୍ରକ୍ ଧକ୍କାରେ ସାତ ଜଣଙ୍କର ମୃତ୍ୟୁ "